Saturday, May 2, 2026

ଶ୍ରମିକ ଦିବସ ପାଳିତ

 


ଆନ୍ତର୍ଜାତୀୟ ଶ୍ରମିକ ଦିବସରେ ରାଉରକେଲାର ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ  ଶ୍ରମିକ ଦିବସ ପାଳିତ

ରାଉରକେଲା,2|5(ଭାଗ୍ୟ ପ୍ରଣେତା )-୧୮୮୬ ମସିହା ମଇ ୧ ତାରିଖ ଦିନ ଚିକାଗୋର ହେମାର୍କେଟ ଠାରେ କେତେକ ଶ୍ରମିକ ୮ ଘଣ୍ଟା ଶ୍ରମ ଦାବି କରି ହଡତାଳ ଆରମ୍ଭ କରିଥିଲେ। ଏହି ହଡତାଳକୁ ଯଥାର୍ଥ ତଥା ନିରାପତ୍ତା ଦୃଷ୍ଟିରୁ ଶୋଷଣ ବିରୋଧରେ ଅଧିକାର ଦର୍ଶାଇବା ସହ ମାନ୍ଯତା ପ୍ରଦାନ କରାଯାଇଥିଲା। ଅନ୍ଯପକ୍ଷରେ ୧୯୨୩ ମସିହାରେ ଭାରତର ଚେନାଇରେ ମଇ ୧ ତାରିଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବରେ ପାଳନ କରାଯାଉଛି। 
ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଶିଳ୍ପ ନଗରୀ ରାଉରକେଲାରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ସିଆଇଟିୟୁ କାର୍ଯ୍ଯାଳୟ ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଇଛି। ସିଆଇଟିୟୁର ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତିଙ୍କ ନେତୃତ୍ବରେ ସିଆଇଟିୟୁର ଶ୍ରମିକମାନଙ୍କୁ ନେଇ ଏହି ଶ୍ରମିକ ଦିବସ ପାଳନ କରାଯାଇଥିଲା। 
ସେହିପରି ରାଉରକେଲା ଷ୍ଟିଲ ମଜୁଦୂର୍ ୟୁନିୟନ୍ ପକ୍ଷରୁ ସେକ୍ଟର-୫, ସି-୨୯ କାର୍ଯ୍ୟାଳୟରେ ଉପସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଶ୍ରୀ ନାୟକ ଅନୁଷ୍ଠାନର ପତାକାକୁ ଉତ୍ତୋଳନ କରିଥିଲେ । ୟୁନିୟନର କାର୍ଯ୍ୟକାରୀ ସଭାପତି ପ୍ରଦୋଷ କୁମାର ମହାନ୍ତି ଶ୍ରମିକ ଦିବସ ଉପରେ ଆଲୋକପାତ କରିଥିଲେ। ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସେଠୀ ଶ୍ରମିକ ଦିବସ ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରି କହିଥିଲେ ଯେ, ଆମେରିକାର ଚିକାଗୋ ସହରରେ ଥିବା ହେମାର୍କେଟ ଛକରେ ୧୮୮୬ ମସିହା ମଇ ୧ ତାରିଖରେ ଶ୍ରମିକମାନଙ୍କ ଉପରେ ଯେପରି ବର୍ବରୋଚିତ ଆକ୍ରମଣ ହେଲା ଓ ଯାହା ଫଳରେ ଅନେକ ଲୋକ ମୃତ୍ୟୁ ବରଣ କରିଥିଲେ। ହେମାର୍କେଟ ରକ୍ତ ରଞ୍ଜିତ ହେଇଥିଲା, ସେହି ରକ୍ତରେ ଶ୍ରମିକ ନିଜ ନିଜ ପୋଷାକ ରକ୍ତ ରଞ୍ଜିତ କରି ଯେଉଁ ପତାକା ଉଡ଼ାଇ ଥିଲେ ଏବଂ ତାଙ୍କର ଦାବି ହାସଲ କରିଥିଲେ ସେହି ଲାଲ ରଙ୍ଗର ପତାକା ଆଜିର ଦିନରେ ବିଜୟର ପତାକା ଭାବେ ଉଡ଼ା ଯାଉଛି। ବିଶ୍ଵବାସୀ ଆଜିର ଦିନକୁ ଶ୍ରମିକ ଦିବସ ରୂପେ ପାଳନ କରୁଛନ୍ତି । ୟୁନିୟନର ଉପଦେଷ୍ଟା ତଥା ରାଉରକେଲା ବାର ଆସୋସିଏସନର ସଭାପତି ସଦାନନ୍ଦ ସାହୁ ଶ୍ରମିକ ଦିବସର ତାତ୍ପର୍ଯ୍ୟ, ଆଭିମୁଖ୍ୟ ଓ ଉପକାର ଉପରେ ଉପସ୍ଥିତ ସାଥୀମାନଙ୍କୁ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ କୁମାର ବେହେରା, ରାଧେନ୍ଦ୍ର କୁମାର ତିୱାରୀ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

No comments:

Post a Comment