Saturday, March 7, 2026

ଗଣମାଧ୍ୟମ ବିନା ଗଣତନ୍ତ୍ର ସମ୍ଭବ ନୁହେଁ

                   ଗଣମାଧ୍ୟମ ବିନା ଗଣତନ୍ତ୍ର ସମ୍ଭବ ନୁହେଁ                              






                                                                                        ରାଉରକେଲା,7|3(ଭାଗ୍ୟ ପ୍ରଣେତା)-ରାଉରକେଲା ସେକ୍ଟର-2 ସ୍ଥିତ ସୁଶୀଲବତୀ ସରକାରୀ ମହିଳା ମହାବିଦ୍ୟାଳୟରେ ଶନିବାର ଏକ ଜାତୀୟ ସ୍ତରୀୟ ଗଣତନ୍ତ୍ରରେ ଚତୁର୍ଥ ସ୍ତମ୍ଭର ଭୂମିକା ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | କର୍ମଶାଳାରେ ମୁଖ୍ୟବକ୍ତା ଭାବେ ରମାଦେବୀ ବିଶ୍ଵବିଦ୍ୟାଳୟର ଡକ୍ଟର ମାନସ କୁମାର ବେହେରା ଯୋଗଦେଇ ସମଗ୍ର ବିଶ୍ୱରେ ଗଣମାଧ୍ୟମର ଚରିତ୍ର ଓ ଚେହେରା ଇତି ମଧ୍ୟରେ ବଦଳି ଯାଇଛି | ରାଜନୀତି ଓ ଗଣତନ୍ତ୍ରରେ ନୂତନ ଗଣମାଧ୍ୟମ ବର୍ତ୍ତମାନ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରୁଛି | ଏକଚାଟିଆ ପୁଞ୍ଜି ଭାବରେ ଗଣମାଧ୍ୟମ ନିୟନ୍ତ୍ରିତ ହେବା,ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ସାମାଜିକ ଗଣମାଧ୍ୟମର ପରିସର ଗଣତାନ୍ତ୍ରିକ ଲଢେଇରେ ଏକ କ୍ଷେତ୍ର ଭାବେ ଉନ୍ମୋଚିତ ହୋଇଛି | ଯୁବବର୍ଗ ବର୍ତ୍ତମାନ ସମୟରେ ଗଣତନ୍ତ୍ର ପଦ୍ଧତି ଓ ଏହାର ସୁରକ୍ଷା ବିଷୟରେ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ | ମହାବିଦ୍ୟାଳୟର ଅଧ୍ୟକ୍ଷା ଈପସିବା ଏକ୍କା, ପ୍ରଶାସନିକ ମୁଖ୍ୟ ଡକ୍ଟର ସଞ୍ଜୟ ହାତୀ, ଡ଼କ୍ଟର ମାନସ କୁମାର ବେହେରା, ବିଭାଗୀୟ ମୁଖ୍ୟ ଦୀପିକା ମାଝୀ ପ୍ରମୁଖ କର୍ମଶାଳାରେ ମଞ୍ଚାସିନ ଅତିଥି ଭାବେ ସମ୍ମିଳିତ ରହିଥିଲେ | ଏ ଅବସରରେ ଡକ୍ଟର ହାତୀ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ନିମନ୍ତେ ସାଧାରଣ ଜନତାଙ୍କ ସମାଲୋଚନାକୁ ମଧ୍ୟ ଉଦାରତାର ସହ ଗ୍ରହଣ କରିବାର ମାନସିକତା ଗଣତନ୍ତ୍ର ପାଇଁ ଜରୁରୀ | ଡକ୍ଟର ବେହେରା ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର କଣ ସବୁ ଗୁରୁତ୍ୱପୂର୍ଣ ଭୂମିକା ରହିଥାଏ ତାହା କହିଥିଲେ | ଶେଷରେ କର୍ମଶାଲାର ସାରାଂଶରେ ସମସ୍ତ ଅତିଥି କହିଥିଲେ ଯେ, ଗଣମାଧ୍ୟମ ବିନା ଗଣତାନ୍ତ୍ରିକ ରାଷ୍ଟ୍ର କଦାଚିତ ସମ୍ଭବ ନୁହେଁ ବୋଲି | ପରେ କଲେଜର ଛାତ୍ରୀ ମାନଙ୍କ ମଧ୍ୟରେ କର୍ମଶାଳା ଶୀର୍ଷକ ଉପରେ ପ୍ରଶ୍ନୋତର ପ୍ରତିଯୋଗିତା ହୋଇଥିଲା | କର୍ମଶାଳା ପରିଚାଳନାରେ ଛାତ୍ରୀ କ୍ରିତି ପ୍ରସାଦ ସହଯୋଗ କରିଥିବା ବେଲେ ଅଧ୍ୟାପିକା ଦୀପିକା ମାଝୀ ଅତିଥି ପରିଚୟ ପ୍ରଦାନ କରିଥିଲେ | ସୁମନ ମେହେର ସ୍ୱାଗତ ଭାଷଣ ଦେଇଥିବା ବେଲେ ରିନୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ | ଅଧ୍ୟାପକ କୁଲଦୀପ ପାନ୍ନା ବିଶେଷ ସହଯୋଗ କରିଥିବା ବେଲେ, ଆଜିର ଏହି ଜାତୀୟ ସ୍ତରୀୟ କର୍ମଶାଳା କଲେଜର ରାଜନୀତି ବିଜ୍ଞାନ ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା

Friday, March 6, 2026

କେନ୍ଦ୍ରୀୟ ଦୋଳ ମେଲଣ ସମିତି ପକ୍ଷରୁ ୧୨ତମ ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ।

କେନ୍ଦ୍ରୀୟ ଦୋଳ ମେଲଣ ସମିତି ପକ୍ଷରୁ ୧୨ତମ ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ।                                                                              








                                                                                        ରାଉରକେଲା,6|3(ଭାଗ୍ୟ ପ୍ରଣେତା)-କେନ୍ଦ୍ରୀୟ ଦୋଳ ମେଲଣ ସମିତି, ରାଉରକେଲା ପକ୍ଷରୁ ଚଳିତ ବର୍ଷ ୧୨ତମ ଦୋଳ ମହୋତ୍ସବ ଧୁମଧାମରେ ପାଳନ ହୋଇଯାଇଛି । ଆଜି ମାର୍ଚ୍ଚ ୫ ତାରିଖ ପୂର୍ବ ସୂଚୀ ଅନୁସାରେ ଦୋଳ ଉତ୍ସବ ସେକ୍ଟର ୭ ଦୁର୍ଗାପୂଜା ପଡ଼ିଆରେ ସଂଧ୍ୟା ସମୟରେ ଆରମ୍ଭ ହୋଇଥିଲା। ସକାଳ ୯ ଟା ୩୦ ମିନିଟ୍ ସମୟରେ ସେକ୍ଟର ୧୫ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ର ଥାନପତି ଙ୍କ ପୀଠରେ ଆଜ୍ଞାମାଳ,ବିଜୟ ପତ୍ତକା ଓ ଶୁଭଖୁମ୍ବ ସହ ମେଳନ ସ୍ଥଳ ( ସେକ୍ଟର ୭ ଦୁର୍ଗା ପୂଜା ପଡ଼ିଆ) କୁ ଯାତ୍ରା ହୋଇ ସକାଳ ୧୦ଟା ୩୦ ମିନିଟ୍ ରେ ବିଜୟ ପତ୍ତକା ଓ ଶୁଭ ଖୁମ୍ବ ସ୍ଥାପନ ହୋଇଥିଲା। ଅପରାହ୍ନ ୪ଟା ୪୫ ମିନିଟ୍ ରେ ଥାନପତି ଙ୍କ ମେଳନ ସ୍ଥଳ କୁ ବିଜେ ହୋଇଥିଲା।ଏକ ବିରାଟ ପଟୁଆରରେ ଭକ୍ତ ଙ୍କ ସମାଗମ ରେ ମେଳନ ସ୍ଥଳରେ ପହଞ୍ଚି ଥିଲା। ସଂଧ୍ୟା ୫ଟା ୪୫ ରେ ଥାନପତି ଙ୍କ ଠାରେ ସଂଧ୍ୟା ଆଳତୀ ହୋଇଥିଲା । ସଂଧ୍ୟା ୭ଟା ୨୦ ମିନିଟ୍ ସମୟ ରେ ମେଳନ ପଡିଆ କୁ ପ୍ରଥମ ବିମାନ ର ଆଗମନ ହୋଇଥିଲା।ତା ପଛ କୁ ପଛ ଗୋଟିଏ ପରେ ଗୋଟିଏ ବିମାନ ମେଳନ ପଡିଆ କୁ ପ୍ରବେଶ କରିଥିଲେ। ସଂଧ୍ୟା ୭ଟା ୩୦ ମିନିଟ୍ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ପ୍ରଥମେ ସ୍ଥାନୀୟ ଲୋକପ୍ରିୟ କଳାକାର ମାନେ ଗୋଟିଏ ପରେ ଗୋଟିଏ ଭଜନ ପରିବେଷଣ କରିଥିଲେ। ଉପସ୍ଥିତ ଦର୍ଶକ ବେଶ ଉତ୍ସାହ ର ସହ ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଆକର୍ଷଣ ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଦିପ୍ତିମୟୀ ଦାସ ଙ୍କୁ ଅପେକ୍ଷା କରିଥିଲେ। ତାଙ୍କ ଆଗମନରେ ଉପସ୍ଥିତ ଦର୍ଶକ ବେଶ୍ ଉତ୍ସାହିତ ହୋଇ ତାଙ୍କ ର ପ୍ରତିଟି ଭଜନ ର ଆନନ୍ଦ ନେଇଥିଲେ।।ମେଳନ ପଡିଆ ରେ ବେଶ୍ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା। କେନ୍ଦ୍ରୀୟ ଦୋଳ ମେଲଣ ସମିତି ପକ୍ଷରୁ ପ୍ରତିଟି ବିମାନ କୁ ଅତି ସମ୍ମାନର ସହ ପାଛୋଟି ଆଣିଥିଲେ ଏଥିରେ ଆସିଥିବା ସେବାକା ଙ୍କୁ ମଧ୍ୟ ଅଭିର ଓ ଚୂନରୀ ଦେଇ ସ୍ବାଗତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁବ୍ରତ ତରାଇ,ବିଜୁ ଜନତା ଦଳ ର ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ବିଜେଡି ନେତା ପ୍ରଫୁଲ୍ଲ ସୁନ୍ଯାନୀ ପ୍ରମୁଖ ଯୋଗ ଦେଇଥିଲେ।କେନ୍ଦ୍ରୀୟ ଦୋଳ ମେଲଣ ସମିତି ର ସଭାପତି ମୁକ୍ତିକାନ୍ତ ବେହେରା ଓ ସାଧାରଣ ସମ୍ପାଦକ ପ୍ରଦୀପ ମହାପାତ୍ର, ଉପାଧ୍ୟକ୍ଷ ରଜତ ଜେନା, ପୂର୍ବତନ ସଭାପତି ବିରାଜ ମୋହନ ବିଶ୍ବାଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ପରିଚାଳନା ହେଉଥିଲା।ପ୍ରତିଷ୍ଠାତା ସଦସ୍ୟ ବିଷ୍ଣୁ ଚରଣ ବିଶ୍ବାଳ, ସୁଶାନ୍ତ କୁମାର ପ୍ରଧାନ, ଈଶ୍ୱର ଭଞ୍ଜ ଓ ପର୍ଶୁରାମ ପୋଥାଳ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ର ତଦାରଖ ସହ ସଠିକ୍ ପରିଚାଳନା ରେ ସହଯୋଗ କରିଥିଲେ। ୧୨ତମ ଦୋଳ ମେଲଣ ମେଳନ ଉତ୍ସବ କୁ ସଫଳ କରିବା ରେସଲୀଳ କୁମାର ସାହୁ,କପିଳେଶ୍ବର ମିଶ୍ର,ଯଚିନ୍ଦ୍ର ନାଥ ପାଣି,ପ୍ରଦୀପ କୁମାର ସ୍ବାଇଁ , ପ୍ରମୋଦ କୁମାର ବୋଇତି,ନିଲୁ ବାରିକ,ମୋତିଲାଲ ମହନ୍ତ,ସୌମ୍ଯକାନ୍ତ ଦଳ,ସୀମାଞ୍ଚଳ ଖଣ୍ଡୁଆଳ ,ସନ୍ତୋଷ କୁମାର ବିଶ୍ବାଳ ,ସୁଶାନ୍ତ କୁମାର ନାୟକ ,ରାମଚନ୍ଦ୍ର ଗୌଡ,କାର୍ତ୍ତିକ ଖଣ୍ଡୁଆଳ ,ରବିନ୍ଦ୍ର କୁମାର ବାରିକ,ସୁମିତ୍ରା ସ୍ବାଇଁ ,ଲୀନା ନାୟକ ,ବିପିନ ମହାରଣା,ଜୟନ୍ତୀ ଦାସ,କଳ୍ପନା ଭଞ୍ଜ ଓ ସଞ୍ଜୀବ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ ।

*ରାଉରକେଲାର କଲୁଙ୍ଗାରେ ଅଜଣା ଯୁବତୀର ଶବ ଉଦ୍ଧାର*

 

    *ରାଉରକେଲାର କଲୁଙ୍ଗାରେ ଅଜଣା ଯୁବତୀର ଶବ ଉଦ୍ଧାର*          

                                                                                      ରାଉରକେଲା ୬/୩(ଭାଗ୍ୟ ପ୍ରଣେତ)-ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କୁଲୁଙ୍ଗାରେ ଜଣେ ଅଜଣା ଯୁବତୀର ଶବ ମିଳିବା ପରେ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ଯୁବତୀଙ୍କୁ ହତ୍ଯା କରାଯାଇଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ବ୍ରାହ୍ମଣୀତରଙ୍ଗ ଥାନାକୁ ଖବର ଦେବା ପରେ, ପୋଲିସ୍ ସେଠାରେ ପହଞ୍ଚି ଯୁବତୀର ଶବକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

       ସୂଚନା ଅନୁସାରେ ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅଧିନସ୍ଥ ଆଜି ସକାଳେ ଏକ ଯୁବତୀର ଶବ ମିଳିବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ବ୍ରାହ୍ମଣୀତରଙ୍ଗ ଥାନାକୁ ସୂଚନା ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ହତ୍ଯା କରାଯାଇଥିବା ସନ୍ଦେହ କରି ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି। ପୋଲିସ୍ ପକ୍ଷରୁ ସନ୍ଦେହ କରାଯାଉଛି ଯେ ଯୁବତୀଙ୍କୁ ସେଠାରେ ହତ୍ଯା କରାଯାଇଛି ନାଁ, ଅନ୍ଯ କେଉଁଠାରୁ ହତ୍ଯା କରି ସେଠାରେ ଫିଙ୍ଗି ଦିଆଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହତ୍ଯା ଘଟଣାର ରହସ୍ଯ ଜଣାପଡିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି। ପ୍ରାଥମିକ ତଦନ୍ତ ରିପୋର୍ଟ ମିଳିବା ପରେ ଯୁବତୀଙ୍କ ହତ୍ଯା ରହସ୍ୟ ଜଣାପଡିବ। ଯୁବତୀଙ୍କ ପରିଚୟ ମିଳିପାରିନାହିଁ।

ଭକ୍ତି ଭାବାବେଗ ପରିବେଶରେ ଉଦଯାପିତ ହେଲା ଅଷ୍ଟପ୍ରହର ନାମଯଜ୍ଞ

 ଭକ୍ତି ଭାବାବେଗ ପରିବେଶରେ ଉଦଯାପିତ ହେଲା ଅଷ୍ଟପ୍ରହର ନାମଯଜ୍ଞ







                                                                                         ଝାରସୁଗୁଡ଼ା,6|3(ଭାଗ୍ୟ ପ୍ରଣେତା) -ଝାରସୁଗୁଡ଼ା ସହର ଅଭିନଵ କ୍ଷେତ୍ର ବିଜୁ ନଗର ସ୍ଥିତ ଅଭିନବ ଗୌରାଙ୍ଗ ଙ୍ଗ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହର ନାମଯଜ୍ଞ ଭକ୍ତି ଭାବାବେଗ ପରିବେଶ ମଧ୍ୟରେ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ନାମଯଜ୍ଞରେ ଜଗଦୀଶ ପାଣିଗ୍ରାହୀ ଓ ଆଲ୍ଲାଦିନୀ ଦୀକ୍ଷିତ ସପତ୍ନୀକ କର୍ତ୍ତା ଭାବେ ଅହୋତ୍ୟିକ କାର୍ଯ୍ୟ ତୁଲାଇଥିବା ବେଲେ, ସହଦେବ ମିଶ୍ର ପୂଜା କାର୍ଯ୍ୟ ତୁଲାଇଥିଲେ। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଏଥିରେ ଯୋଗଦାନ ଦେଇ ମନ୍ଦିରର ଉନ୍ନତି ପାଇଁ ବିଜୁ ନଗର ବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପଞ୍ଚସଖା କୀର୍ତ୍ତନ ମଣ୍ଡଳୀ, ଛୁଆଳି ବେଣ୍ଡା, ତାଲମାଳ, ଠାକୁରପଡ଼ା, ବାଲିଜୋରୀ, ରଘୁନାଥପାଲି ସହିତ ୧୨ଟି କୀର୍ତ୍ତନ୍ୟ ଦଳ ନାମଯଜ୍ଞରେ ଅଂଶଗ୍ରହଣ କରିଥିଲେ । ମନ୍ଦିର ପରିଚାଳନା କମିଟି ସଦସ୍ୟ ଚନ୍ଦ୍ରଶେଖର ମେହେର, ସୁନୀଲ କୁମାର ପଣ୍ଡା ମୁଖ୍ୟ ସହଯୋଗୀ ରହିଥିଲେ। ଶତ୍ରୁଘ୍ନ ମେହେର, ଆଶାରାଣୀ ପୁଟେଲ,କଲ୍ୟାଣୀ ନାୟକ ଏବଂ ଭାଗରଥୀ ନାୟକ, ରାଧା ଗୋବିନ୍ଦ ସରାଫ, ଶିଶିର ପାତ୍ରଙ୍କ ସମେତ ସମସ୍ତ କର୍ମକର୍ତା ସହଯୋଗ କରିଥିଲେ| ମହା ଆଡ଼ମ୍ବରରେ ନାମଯଜ୍ଞ ଆୟୋଜିତ ହୋଇଥିଲା |

Sunday, March 1, 2026

ପୁଣି କୋଇଡାରେ ଦେଢ଼ କୋଟି ଟଙ୍କାର ଅଫିମ ଚାଷ ନଷ୍ଟ

        ପୁଣି କୋଇଡାରେ ଦେଢ଼ କୋଟି ଟଙ୍କାର ଅଫିମ ଚାଷ ନଷ୍ଟ              


ବଣେଇ,2|3(ଭାଗ୍ୟ ପ୍ରଣେତା)-ଅଫିମ ଚାଷ ନଷ୍ଟ କରିଛି କେବଲାଙ୍ଗ ପୁଲିସ୍ ଓ ଅବକାରୀ ବିଭାଗ। ଏକ ଏକରରୁ ଊର୍ଦ୍ଧ୍ଵ କ୍ଷେତରେ ଦେଢ଼ କୋଟିରୁ ଅଧିକ ଟଙ୍କାରେ ବେଆଇନ ଅଫିମ ଚାଷ ହେଉଥିବା ବେଳେ ତାହାକୁ ଆଜି ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି|ପୁଣି କୋଇଡା ଅଞ୍ଚଳରେ ସାମ୍ନାକୁ ଆସିଲା ଅଫିମ ଚାଷ । କେବଲାଙ୍ଗ ଥାନା ନୂଆ ତନ୍ତରା ଗାଁରେ ଦୀର୍ଘ ୪ ମାସ ହେଲା ଚାଲିଥିଲା ବେଆଇନ ଅଫିମ ଚାଷ । ଯାହାକୁ ଆଜି ନଷ୍ଟ କରିଛି କେବଲାଙ୍ଗ ପୁଲିସ୍ ଓ ଅବକାରୀ ବିଭାଗ। ଏକ ଏକରରୁ ଊର୍ଦ୍ଧ୍ଵ କ୍ଷେତରେ ଦେଢ଼ କୋଟିରୁ ଅଧିକ ଟଙ୍କାରେ ବେଆଇନ ଅଫିମ ଚାଷ ହେଉଥିବା ବେଳେ ତାହାକୁ ଆଜି ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି।ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି|ଘଟଣା ସ୍ଥଳରେ କୋଇଡା ତହସିଲଦାର ନିର୍ମଳ ବିଶ୍ୱାଳ, କେ ବଲାଙ୍ଗ ଥାନା ଅଧିକାରୀ ଅଶୋକ କୁମାର ବେହେରା, ଓ କୋଇଡା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ସମେତ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ହେମନ୍ତ ମହାନନ୍ଦିଆ, ପୁଷ୍ପଲତା ଗୋସ୍ଵାମୀ ଉପସ୍ଥିତ ରହିଥିଲେ। ଘଟଣାରେ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି। ଗୋଟିଏ ମାସ ମଧ୍ୟରେ କେବଳ କୋଇଡା ଅଞ୍ଚଳର ତିନୋଟି ସ୍ଥାନରେ ବେଆଇନ ଅଫିମ ଚାଷକୁ ନଷ୍ଟ କରାଯାଇଛି। ବଣାଇଁ ଉପଖଣ୍ଡରେ ଥିବା ଘଞ୍ଚ ଜଙ୍ଗଲରେ ପୂର୍ବରୁ ଗଞ୍ଜେଇ ଚାଷ ହେଉଥ‌ିବା ବେଳେ ଏବେ ଅଫିମ ଚାଷ ଅବକାରୀ ବିଭାଗର ମୁଣ୍ଡବ୍ୟଥାର କାରଣ ସାଜିଛି । କିଛି ଦିନ ପୂର୍ବରୁ କୋଇଡା ଅଞ୍ଚଳରେ ଅଫିମ ଚାଷ ଠାବ କରି ନଷ୍ଟ କରା ଯାଇଥିବା ବେଳେ ଏବେ ମଧ୍ୟକୋଇଡା ବ୍ଲକ ଅନ୍ତର୍ଗତ କେ ବଲାଙ୍ଗ ଥାନା ଅନ୍ତର୍ଗତ ଚୋରଧରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଳଡ଼ିହି ଅଞ୍ଚଳରେ ଅଫିମ ଚାଷ ହୋଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୋମବାର ସକାଳେ କେ ବଲାଙ୍ଗ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉ କରି ତାଳଡିହି ଅଞ୍ଚଳରେ ଅବୈଧ ଭାବେ ୫୦ ଡିସିମିଲ ଜମିରେ ଚାଷ କରାଯାଇଥିବା ପ୍ରାୟ ୩୦ହଜାରରୁ ଊର୍ଦ୍ଧ୍ୱ ଅଫିମ ଗଛକୁ କୋଇଡା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ନଷ୍ଟ କରାଯାଇଛି, ଯାହା ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି|

ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ବୋମା ନିଷ୍କ୍ରିୟ ଟିମ୍ ଓ ଡଗ୍ ସ୍କ୍ବାଡ୍‌ର ଛାନ୍‌ଭିନ୍

ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ବୋମା ନିଷ୍କ୍ରିୟ ଟିମ୍ ଓ ଡଗ୍ ସ୍କ୍ବାଡ୍‌ର ଛାନ୍‌ଭିନ୍                                                            


  

                                                                                         ସମ୍ବଲପୁର ୦୨/୦୩(ଭାଗ୍ୟ ପ୍ରଣେତା)- ସମ୍ବଲପୁର କୋର୍ଟକୁ ବୋମା ଉଡ଼ାଇଦେବାକୁ ଆସିଲା ଧମକ। ଆତ୍ମଘାତି ବୋମା ବିସ୍ଫୋରଣ ନେଇ କୋର୍ଟ ପରିସରରେ ଖେଳିଗଲା ଆତଙ୍କ। କୋର୍ଟ କର୍ମଚାରୀ ଓ ଓକିଲମାନେ ବାହାରକୁ ଚାଲି ଆସିଥିଲେ ।ଏନେଇ ସ୍ଥାନୀୟ ପୁଲିସ ଖବର ପହଞ୍ଚିବା ଆରମ୍ଭ ହୋଇଥିଲା ତନାଘନା। ପୁରା କୋର୍ଟ ପରିସରେ ସୁରକ୍ଷାବାହିନୀ ଏବଂ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବୋମା ନିଷ୍କ୍ରିୟ ଟିମ୍, ଡଗ୍ ସ୍କ୍ବାଡ୍‌ର ତନତନ ଯାଞ୍ଚ ଚଳାଇଛନ୍ତି। ତେବେ କିଏ ଓ କାହିଁକି ବୋମା ଧମକ ଦେଲା ତାହାର ସ୍ପଷ୍ଟ ସୂଚନା ମିଳିପାରିନାହିଁ।




ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ସମ୍ବଲପୁର କୋର୍ଟକୁ ଆସିଥିଲା ବୋମା ଧମକ । ପୂର୍ବରୁ ମଧ୍ୟ ସମ୍ବଲପୁର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଆସିଥିଲା । ଆଉ ଏବେ ପୁଣି ଥରେ ସେହିଭଳି ଭାବରେ ଆସିଛି ଧମକ । ତେବେ ଧମକ ପରେ ଜିଲ୍ଲା ପ୍ରଶାସନ ପୁରା ଆକ୍ସନ ମୋଡ୍କୁ ଆସିଛି । ତୁରନ୍ତ ଜିଲ୍ଲା ପୋଲିସ, ବମ୍ ସ୍କ୍ୱାର୍ଡ, ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନ୍ତି । ଏପରିକି ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ତନତନ କରି ଯାଞ୍ଚ କରୁଛନ୍ତି ।




ସୂଚନା ଯୋଗ୍ୟ ଯେ, ଗତ ଜାନୁଆରୀ ୮ ତାରିଖ ଦିନ ଓଡ଼ିଶା ହାଇକୋର୍ଟ ସମେତ କଟକ ଓ ଦେବଗଡ଼ ଜିଲ୍ଲା କୋର୍ଟକୁ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା । ଯେଉଁଥିରେ କୋର୍ଟ ପରିସରରେ ଆତ୍ମଘାତି ବୋମା ବିସ୍ଫୋରଣ ହେବ ବୋଲି ଉଲ୍ଲେଖ ଥିଲା । ସେହିପରି ଫେବ୍ରୁଆରୀ ୬ ତାରିଖରେ କଟକ ଜିଲ୍ଲା କୋର୍ଟ ସହିତ ପୁରୀ, ଫୁଲବାଣୀ, ସମ୍ବଲପୁର ଓ ଯାଜପୁର ଜିଲ୍ଲା କୋର୍ଟକୁ ଏଭଳି ମେଲ୍ ଆସିଥିଲା । ଏହି ଧମକ ମିଛ ଥିଲା ବୋଲି ପରେ ଜଣାପଡ଼ିଲା । ତେବେ ଗତ ଜାନୁଆରୀ ୮ ତାରିଖରୁ ଏଭଳି ମେଲ୍ ବିଷୟରେ ଖୋଳତାଡ଼ ଆରମ୍ଭ ହୋଇଥିଲା । କଟକ ପୁଲିସ ସହିତ ଅନ୍ୟ ଜିଲ୍ଲା ପୁଲିସ ରାଜ୍ୟ କ୍ରାଇମବ୍ରାଞ୍ଚ ସହଯୋଗରେ ମେଲ୍ କେଉଁଠୁ ଆସିଛି ତାହା ଜାଣିବାକୁ ଉଦ୍ୟମ କରୁଥିଲେ । ଏଥିରେ କ୍ରାଇମବ୍ରାଞ୍ଚ ନୋଡାଲ୍ ଏଜେନ୍ସି ଭାବେ ଦେଶର ସର୍ବୋଚ୍ଚ ସାଇବର ଅପରାଧ ତଦନ୍ତକାରୀ ସଂସ୍ଥା ‘ଇଣ୍ଡିଆନ୍ ସାଇବର୍ କ୍ରାଇମ୍ କୋ’ର୍ଡିନେସନ୍ ସେଣ୍ଟର୍’ ସହିତ ସମନ୍ୱୟ ରଖି ତଦନ୍ତ ଆରମ୍ଭ କରିଥିଲା ।

ମ୍ୟୁନସିପାଲ ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

 ମ୍ୟୁନସିପାଲ ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ           



                                                                                         ରାଉରକେଲା,୧|୩(ଭାଗ୍ୟ ପ୍ରଣେତା)ରାଉରକେଲା ଉଦିତନଗର ସ୍ଥିତ ମ୍ୟୁନସିପାଲ ମହାବିଦ୍ୟାଳୟ ସଭାଗୃହ ଠାରେ ରବିବାର ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ରାଜିନିତୀ ବିଜ୍ଞାନ ବିଭାଗର ପ୍ରଧାପିକା ବିଜୟଲକ୍ଷ୍ମୀ ଦେଓ କଲେଜରୁ ଅବସର ନେଉଥିବାରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କଲେଜ ତରଫରୁ ପ୍ରଦାନ କରା ଯାଇଥିଲା। ସଭାକାର୍ଯ୍ୟରେ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ହୁରିହର ଦାଶଙ୍କ ସଭାପତିତ୍ବ କରି ଦେଓଙ୍କ ମହାବିଦ୍ୟାଳୟ ପ୍ରତି ରହିଥ‌ିବା ଅତୁଳନୀୟ ଅବଦାନର ସୂତୀଚାରଣ କରିବା ସହିତ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କର ପାଇଁ ଏ ଦିନ ସର୍ବତା ସ୍ମରଣୀୟ ରହିବ ବୋଲି କହିଥିଲେ।।ପରେ ଅଧାପିକା ରୋମା ସାହୁ,ଅର୍ପତା ମହାପାତ୍ର,ଅଧାପକ ବିଜୟ କୁମାର ପାଢୀଗୋଳଜ ବିହାରୀ ତଳ ବେହେରା,ରଶ୍ମିଜା ଖାତୁନ,ଡକ୍ଟର ଦିବ୍ୟାକାନ୍ତି ବିଲୁଙ୍ଗ,ମମତାରାଣୀ ଚାନ୍ଦ,ମହେଶ୍ଵତା ମହାପାତ୍ର ପ୍ରମୁଖ ଅବସର ନେଉଥିବା ବିଜୟ ଲକ୍ଷ୍ମୀ ଦେଓଙ୍କର ବ୍ୟକ୍ତିତ୍ଵ ଏବଂ ଜଣେ ଆଦର୍ଶ ଅଧାପିକା ଭାବେ ଜିଭଲି ଭାବେ କଲେଜର ଛାତ୍ରୀଛାତ୍ର ଏବଂ ସହଯୋଗୀ ସାଥଙ୍କ ଅତି ଆପାଣାର ସାଜିଥିଲେ ସେ ନିଷୟରେ ବିସ୍ତୃତ ଦିଗଦର୍ଶନ ପ୍ରଦାନ କରିଥିଲେ।।ଏହାପରେ ବିଜୟଲକ୍ଷ୍ମୀ ଦେଓ ମ୍ୟୁନସିପାଳ ମହାବିଦ୍ୟାଳୟରେ ବିତାଇଥିବା ତାଙ୍କ ୯ବର୍ଷର ଅଭିଜ୍ଞତା ଉପରେ ଜହି ଭାବବିହ୍ବଳ ହୋଇ ପଡିଥିଲେ।। ସଭାକୁ ଅଧାପକ ତିତ୍ତି ରଞ୍ଜନ ମହାନ୍ତି ପରିଚାଳନା କରିଥିବା ବେଲେ ଅଧାପିକା ବୈଦେହୀ ମାଝୀସ୍ମୃତୀ ସରୁପା ରାଉତରାୟ ଆଦି ପରିଚାଳନାରେ ବିଶେଷ ସହଯୋଗୀତା କରିଥିଲେ । ଅଧାପିକା ଅପଣ୍ଡା ଧର ମାନପତ୍ର ପଠନ କରିଥିବା ବେଲେ ଅଧାପକ ବିଜୟ କୁମାର ପାଢୀ ଧନ୍ୟବାଦ ଅପୟକ୍ତ କରିଥିଲେ।। ସଭାରେ କଲେଜର ଅଧକ୍ଷଙ୍କ ସମେତ ସମସ୍ତ ଅଧାପିଜା,ଅଧାପକ ଓ କର୍ମଚାରୀମାନେ ସମ୍ମିଳିତ ରହିଥିଲେ|

ସୁଶୀଳାବତୀ ସରକାରୀ ମହିଲା ମହାବିଦ୍ୟାଳୟର ଆମ୍ଭସୁରକ୍ଷା ଶିବିର ଉଦ‌ଯାପିତ



ସୁଶୀଳାବତୀ ସରକାରୀ ମହିଲା ମହାବିଦ୍ୟାଳୟର ଆମ୍ଭସୁରକ୍ଷା ଶିବିର ଉଦ‌ଯାପିତ                                                                            ରାଉରକେଲା,୧୩(ଭାଗ୍ୟ ପ୍ରଣେତା)-ରାଉରକେଲ। ସେକ୍ଟର-୨ ସ୍ଥିତ ସୁଶିଳାବତୀ ସରକାରୀ ମହିଲା ମହାବିଦ୍ୟାଳୟରେ ଗତ ୧୯ତାରିଖରୁ ଚାଲିଥିବା ମହିଲା ଆମ୍ଭସୁରକ୍ଷା ପ୍ରଶିକ୍ଷଣ ଶିବିର ରବିବାର ଉଦ‌ଯାପିତ ହୋଇଯାଇଛି। ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷିକା ଜୟା ସିଂ, ନିଜି କୁଣ୍ଠାହ୍ନା, ଦୁଲାରୀ ସୁଣ୍ଡାରୀ ଏବଂ ରିତିକା ମହତୋ ପ୍ରମୁଖାତି ସ୍ଥାନୀୟ ମହାବିଦ୍ୟାଳୟ ଛାତ୍ରୀମାନଙ୍କୁ ଆସୁରକ୍ଷା ସୁରକ୍ଷା କୌଶଳାଦିର ବିସ୍ତୃତ ପ୍ରଶିକ୍ଷଣ ଓ ତାଳିମ ଦେଇଥିଲେ।।ମହାବିଦ୍ୟାଳୟର ସେଲଫ ଡିଫେନ୍ସ କ୍ଲବର କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ରୋଜି ମଲ୍ଲିକ ଏବଂ ବବିତା ଟୁତୁଙ୍ଗ ପ୍ରତ୍ୟକ୍ଷ ତତ୍ଵବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା। ଶିବିରର ଉଦଯାପନୀ ଶିବିରରେ ମହାବିଦ୍ୟାଳୟର ଅଧକ୍ଷା ପ୍ରଫେସର ଇପସିବା ଏକ୍କା ସୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଆସୁସୁରକ୍ଷା ନେଇ ସଂମ୍ପୁର୍ଣ ଶସକ୍ଟ ହେବାକୁ ପରାମର୍ଶ ଦେଇଥିଲେ। ପରେ ମହାବିଦ୍ୟାଳୟର ପ୍ରଶାସନିକ ବିଭାଗର ମୁଖ୍ୟ ଡକ୍ଟର ମାନସ କୁମାର ବେହେରା,ଶିକ୍ଷା ବିଭାଗର ମୁଖ୍ୟ ପ୍ରକାଶ ସୁରୀନ କୃତୀ ଛାତ୍ରୀମାନଙ୍କୁ ମାନପ‌ତ୍ର ପ୍ରଦାନ କରିଥିଲେ । ତେବେ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିରରେ ଛାତ୍ରୀମାନେ ବିସ୍ତୃତ ଆସୁରକ୍ଷା କୌଶଳ ତାଳିମ ଲାଭ କରି ଆତ୍ମସନ୍ତୁଷ୍ଟ ଲଭିଥିବା ପ୍ରକାଶ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ ଜଣାଇଥିଲେ।

ତେଲିଙ୍ଗିବାଜା' ପତ୍ରିକା ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଶ୍ରୁତଲିଖନ ପ୍ରତିଯୋଗିତା

ତେଲିଙ୍ଗିବାଜା' ପତ୍ରିକା ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଶ୍ରୁତଲିଖନ ପ୍ରତିଯୋଗିତା                                                                         


                                                                                         ତେଲିଙ୍ଗିବାଜା' ପତ୍ରିକା ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଶ୍ରୁତଲିଖନ ପ୍ରତିଯୋଗିତା

ରାଉରକେଲା, ୧୲୩(ଭାଗ୍ୟ ପ୍ରଣେତା) ବେଦବ୍ୟାସରୁ ନିୟମିତ ପ୍ରକାଶ ପାଇ ଆସୁଥିବା ତ୍ରୟ ମାସିକ ଶିଶୁପତ୍ରିକା ତେଲିଙ୍ଗିବାଜା ଆନୁକୂଲ୍ୟରେ ଗୁରୁକୁଳ ବୈଦିକ ଆଶ୍ରମ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷାରେ ଶବ୍ଦଲିଖନ ,ଶୁଦ୍ଧ ପଠନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l 

ସେବାବିରତ ଶିକ୍ଷକ ଓ କବି ଡଃ. ନିଶିକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତେଲିଙ୍ଗିବାଜା ପତ୍ରିକାର ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ବାରିକ ସ୍ଵାଗତ ଭାଷଣ ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ l ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଶ୍ରମର ସମ୍ପାଦକ ଅଶୋକ କୁମାର ଅଗ୍ରୱାଲ ପ୍ରଦୀପ ପ୍ରଜ୍ଜ୍ଵଳନ କରି କହିଲେ ଯେ, ଶିଶୁମାନଙ୍କ ପାଇଁ ଏଭଳି ପ୍ରତିଯୋଗିତା ଯୋଗୁଁ ଓଡ଼ିଆ ଭାଷା ସାହିତ୍ୟର ଗୌରବ ବୃଦ୍ଧି ପାଇବ l ଅବସରପ୍ରାପ୍ତ ଶିକ୍ଷକ ଓ ବୈଦିକ ବିଦ୍ଵାନ ଶରତ କୁମାର ଦେହୁରୀ ପିଲାମାନଙ୍କୁ ନୀତି ଉପଦେଶ ମାଧ୍ୟମରେ କ୍ଷୁଦ୍ର ଗପ କହିଥିଲେ l ବରିଷ୍ଠ ଶିଶୁ ସାହିତ୍ୟିକ ସତ୍ୟବ୍ରତ ଦାସ ପ୍ରାଥମିକ ସ୍ତରରୁ ପିଲାମାନଙ୍କ ମନରେ ଭାଷାପ୍ରୀତି ଜାଗ୍ରତ କରାଇଲେ ଆଗାମୀ ପିଢିକୁ ଦିଗ୍ ଦର୍ଶନ ମିଳିବ ବୋଲି କହିଥିଲେ l ପ୍ରଧାନଶିକ୍ଷୟିତ୍ରୀ ଆରତି ଦାଶ କହିଲେ ଯେ, ଭାଷା ବଞ୍ଚିଲେ ଆମ ସଂସ୍କୃତି ବଞ୍ଚିବ l ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷିତ କରାଇଲେ ଆମ ଓଡ଼ିଆ ଭାଷା ସାହିତ୍ୟର ଭବିଷ୍ୟତ ସ୍ୱାଭିମାନ ସମୃଦ୍ଧ ହେବ l ଅନ୍ୟ ମାନଙ୍କ ମଧ୍ୟରେ ବବିତା ସାହୁ, ସଞ୍ଜୁଲତା ମହାପାତ୍ର, ପୁଷ୍ପାଞ୍ଜଳି ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ l ଏହି ପ୍ରତିଯୋଗୀତାରେ ଲାଠିକଟା ବ୍ଲକ୍ ର ବେଦବ୍ୟାସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଲୁଙ୍ଗେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାହାଡ଼ିଟୋଲା, ନଦୀଟୋଲା ସିଂହଟୋଲା, ବୁରୁଟୋଲା,କଲୁଙ୍ଗା, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ, ଓମ୍ ବେଦବ୍ୟାସ ପବ୍ଲିକ୍ ସ୍କୁଲ୍ ଆଦିର ୬୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l କୃତୀ ପ୍ରତିଯୋଗୀଙ୍କୁ ଚଳିତ ମାସ ୨୯ ତାରିଖରେ ହେବାକୁ ଥିବା ତ୍ରୟୋବିଂଶ ତେଲିଙ୍ଗିବାଜା ସମ୍ମାନ ସମାରୋହରେ ପୁରସ୍କୃତ କରାଯିବ I

ବାସୁଦେବପୁର ଜନ କଲ୍ୟାଣ ପରିଷଦ, ରାଉରକେଲାର ରଜତ ଜୟନ୍ତୀ ମହାସମାରୋହରେ ପାଳିତ

ବାସୁଦେବପୁର ଜନ କଲ୍ୟାଣ ପରିଷଦ, ରାଉରକେଲାର ରଜତ ଜୟନ୍ତୀ ମହାସମାରୋହରେ ପାଳିତ                                                         

                                                                                         

                                                                                         ବାସୁଦେବପୁର ଜନ କଲ୍ୟାଣ ପରିଷଦ, ରାଉରକେଲାର ରଜତ ଜୟନ୍ତୀ ମହାସମାରୋହରେ ପାଳିତ 

ରାଉରକେଲା,1|3(ଭାଗ୍ୟ ପ୍ରଣେତା )-ରାଉରକେଲା ସେକ୍ଟର-7 ସ୍ଥିତ ମଧୁ ମଣ୍ଡପ ଠାରେ ରବିବାର ବାସୁଦେବପୁର ଜନ କଲ୍ୟାଣ ପରିଷଦର ରୌପ୍ୟ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି| ଏ ଅବସରରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିବା ବେଲେ, କାର୍ଯ୍ୟକାରୀ ସଭାପତି ପ୍ରଧ୍ୟାପକ ଭବେଶ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ| ମୁଖ୍ୟ ଅତିଥି ଭାବେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଓ ମୁଖ୍ୟଵକ୍ତା ଭାବରେ ବରିଷ୍ଠ ଐତିହାସିକ ତଥା ଗବେଷକ ଡକ୍ଟର ଅଜୟ କୁମାର ପଣ୍ଡା ଯୋଗଦେଇ ଅବିଭକ୍ତ ବାଲେଶ୍ୱର, ବର୍ତ୍ତମାନର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁରର ଐତିହ୍ୟ କେବଳ ଓଡ଼ିଶା ନୁହେଁ, ବରଂ ସମଗ୍ର ଭାରତବର୍ଷର ଇତିହାସ ଏବଂ ସଂସ୍କୃତିରେ ଏକ ସ୍ୱତନ୍ତ୍ର ତଥା ଗୌରବମୟ ସ୍ଥାନ ଅଧିକାର କରିଛି। ବାସୁଦେବପୁରର ନାମ ନେଲେ ପ୍ରଥମେ ମନକୁ ଆସେ 'ରକ୍ତତୀର୍ଥ ଇରମ୍'ର କଥା। ଯାହାକୁ ଭାରତର "ଦ୍ୱିତୀୟ ଜାଲିଆନାୱାଲାବାଗ" କୁହାଯାଏ।                           ସାହିତ୍ୟିକ ଓ ସାଂସ୍କୃତିକ ଅବଦାନ:

ବାସୁଦେବପୁର ଅଞ୍ଚଳ ଓଡ଼ିଆ ସାହିତ୍ୟକୁ ଅନେକ ମୂଲ୍ୟବାନ ରତ୍ନ ପ୍ରଦାନ କରିଛି, ଯେଉଁଥିରେ ସ୍ୱାଧୀନତା ସମୟର ଜାତୀୟତାବାଦୀ ଚେତନା ଭରି ରହିଛି।ଜାତୀୟ କବି ବାଞ୍ଛାନିଧି ମହାନ୍ତି: ବାସୁଦେବପୁର ଅନ୍ତର୍ଗତ ଇରମ୍‌ରେ ଜନ୍ମିତ ବାଞ୍ଛାନିଧି ମହାନ୍ତିଙ୍କ ଜାତୀୟତାବାଦୀ କବିତା ଏବଂ ସଙ୍ଗୀତ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ନିଆଁକୁ ପ୍ରଜ୍ଜ୍ୱଳିତ କରିଥିଲା। ତାଙ୍କର ଦେଶାତ୍ମବୋଧକ ଗୀତଗୁଡ଼ିକ ଆଜି ମଧ୍ୟ ଓଡ଼ିଆ ଜାତିର ପ୍ରାଣରେ ଶିହରଣ ସୃଷ୍ଟି କରେ ବୋଲି ଉଲ୍ଲେଖ କରିବା ସହିତ ବାସୁଦେବପୁରର ଏହି ମହାନ ଐତିହ୍ୟ, ପରୋପକାର ଏବଂ ସାମାଜିକ କଲ୍ୟାଣର ଭାବନା ଏତେ ସୁଦୃଢ଼ ଯେ, ଏହାର ମାଟିର ସନ୍ତାନମାନେ ନିଜ ଜନ୍ମଭୂମିରୁ ଦୂରରେ ଥିଲେ ମଧ୍ୟ ସାଂସ୍କୃତିକ ଓ ଜନକଲ୍ୟାଣକାରୀ ସଙ୍ଗଠନ ମାଧ୍ୟମରେ ନିଜର ପରମ୍ପରାକୁ ଉଜ୍ଜୀବିତ ରଖିଥାନ୍ତି। ସେମାନେ ଯେଉଁଠି ବି ରହନ୍ତି, ବାସୁଦେବପୁରର ସାଂସ୍କୃତିକ ମୂଲ୍ୟବୋଧ ଏବଂ ଭାଇଚାରାର ବାର୍ତ୍ତା ପ୍ରସାର କରିବାରେ ଆଗଭର ରହିଥାନ୍ତି।ଜନ୍ମ ମାଟିର ଏହି ବିଶାଳ ଐତିହ୍ୟକୁ ପାଥେୟ କରି ସୁଦୂର ରାଉରକେଲା ପରି ଏକ ଶିଳ୍ପ ସମୃଦ୍ଧ ସହରରେ ୧୯୯୯ ମସିହାରେ ଜନ୍ମ ନେଇ ୨୦୦୧ ମସିହିରେ ସୋସାଇଟି ଆକ୍ଟ ଦ୍ବାରା ପଂଜିକୃତ ହୋଇଥିବା "ବାସୁଦେବପୁର ଜନ କଲ୍ୟାଣ ପରିଷଦ" ଆଜି ଏହାର ରଜତ ଜୟନ୍ତୀ ପାଳନ କରି ପରିଛି।ଯେଉଁ ମହାନ୍ ଆତ୍ମା ମାନଙ୍କ ଅକ୍ଳାନ୍ତ ପରିଶ୍ରମର ଫଳ ସ୍ବରୂପ ଏହି ଅନୁଷ୍ଠାନଟି ଜନ୍ମ ନେଇଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ଈହ ଧାମ ତ୍ୟାଗ କରି ସାରିଥିଲେ ମଧ୍ୟ ସେମାନଙ୍କ ସ୍ମୃତି ଆମ ଭିତରେ ଅଲିଭା ହୋଇ ରହିଛି। ଆଜିର ଏହି ଶୁଭ ଅବସରରେ ସେହି ମହାନୁଭବ ମାନଙ୍କୁ ପ୍ରଥମେ ସ୍ମରଣ କରି ଭକ୍ତିପୂତ ଶ୍ରଦ୍ଧାଂଜଳି ଅର୍ପଣ କରୁଛୁ |ସେମାନଙ୍କ ମଧ୍ୟରେ ପ୍ରତିଷ୍ଠାତା ସମ୍ପାଦକ ବାଇଧର ନାୟକ ତଥା ତାଙ୍କ ସହଧର୍ମିଣୀ ସାବିତ୍ରୀ ନାୟକ, ପ୍ରତିଷ୍ଠାତା ସଭାପତି ଯଦୁନାଥ ଦାସ, ଉପସଭାପତି ଡମ୍ବରୁଧର ପ୍ରଧାନ, ଉପଦେଷ୍ଟା ବିପିନ ବିହାରୀ ପଣ୍ଡା, ରମେଶ ଚନ୍ଦ୍ର ବେହେରା, ବାଙ୍କ ବିହାରୀ ମହାନ୍ତି, ଅଲେଖ ଚନ୍ଦ୍ର ପଲେଇ, ଖଗେନ୍ଦ୍ର ପ୍ରସାଦ ରାୟ, ଅର୍ଜୁନ ଚରଣ ପରିଡ଼ା, ବାଇଧର ଦାଶ ଜୟଦେବ ଦାଶ ଏବଂ ଆହୁରି ଅନେକ।ଏହି ଅନୁଷ୍ଠାନ ପ୍ରତ୍ୟେକ ବର୍ଷ ଜାତୀୟ କବି ବାଞ୍ଛାନିଧି ମହାନ୍ତି ଜୟନ୍ତୀ, ଇରମ ସହିଦ ସ୍ମୃତି ଦିବସ ଏବଂ ବାର୍ଷିକ ଉତ୍ସବ ଆଡ଼ମ୍ବର ସହକାରେ ପାଳନ କରିଥାଏ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବା ଏବଂ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥାଏ |ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଅଭାବୀ ସଦସ୍ୟ ସଦସ୍ୟା ମାନଙ୍କ ଚିକିତ୍ସା ପାଇଁ ବଦାନ୍ୟ ବ୍ୟକ୍ତି ମାନେ ଅନୁଷ୍ଠାନ ମାଧ୍ୟମରେ ସହାୟତାର ହାତ ବଢ଼ାଇ ଥାଆନ୍ତି।ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ :"ଫାଉଣ୍ଡେସନ ଫର ଏକ୍ସେଲେନ୍ସ", ବାଙ୍ଗାଲୋର, "ନର୍ଥ୍ ସାଉଥ୍ ଫାଉଣ୍ଡେସନ", ହାଇଦ୍ରାବାଦ ଏବଂ "ବିକାଶ ଏଜୁକେଶନାଲ ଚାରିଟେବୁଲ ଟ୍ରଷ୍ଟ", ଭୁବନେଶ୍ୱର ପ୍ରଭୃତି ଆନ୍ତର୍ଜାତିକ ସ୍ବେଛାସେବୀ ସଂସ୍ଥା ତଥା କେତେକ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ବର୍ତ୍ତମାନ ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ବ ଏମ୍ ବି ବି ଏସ, ବି.ଟେକ୍, ନର୍ସିଂ ଡିଗ୍ରୀ, ଡିପ୍ଲୋମା ଇଞ୍ଜିନିୟରିଂ ପ୍ରଭୃତି ପଢ଼ୁଥିବା ପିଲାମାନଙ୍କୁ ବାର୍ଷିକ ହାରାହାରି ୭୫ଲକ୍ଷରୁ ଊର୍ଦ୍ଧ୍ବ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।ପରିଷଦର ଏକ ନିଜସ୍ୱ ପାଠାଗାର ରହିଛି ଯେଉଁଠି ନିଜସ୍ଵ ପୁସ୍ତକ ସହ ରାଜା ରାମମୋହନ ରାୟ ଲାଇବ୍ରେରୀ ଫାଉଣ୍ଡେସନ ତରଫରୁ ପ୍ରାପ୍ତ ପ୍ରାୟ ତିନି ହଜାରରୁ ଊର୍ଦ୍ଧ୍ବ ମୂଲ୍ୟବାନ ପୁସ୍ତକ ରହିଛି।ପରିଷଦର ମୁଖପତ୍ର - ବେଳାଭୂମିର ପ୍ରଥମ ସଂସ୍କରଣ ୨୦୦୨ ମସିହାରେ ତତ୍କାଳୀନ ସାଧାରଣ ସମ୍ପାଦକ ସ୍ବର୍ଗତ ବାଇଧର ନାୟକଙ୍କ ଅଦମ୍ୟ ପ୍ରଚେଷ୍ଟା ତଥା ପ୍ରାଧ୍ୟାପକ ଡ. ପ୍ରଭାକର ରାଉତଙ୍କ ସୁଦକ୍ଷ ସମ୍ପାଦନାରେ ପ୍ରକାଶ ପାଇଥିଲା ଏବଂ କ୍ରମାଗତ ଭାବେ ପରବର୍ତ୍ତୀ ତିନୋଟି ସଂସ୍କରଣ ମଧ୍ୟ ଡ. ରାଉତଙ୍କ ସଫଳ ସମ୍ପାଦନାରେ ପ୍ରକାଶିତ ହୋଇଥିଲା। ୨୦୦୬ ଏବଂ ୨୦୦୭ ମସିହାରେ ପ୍ରକାଶିତ ପଞ୍ଚମ ଏବଂ ଷଷ୍ଠ ସଂସ୍କରଣର ସମ୍ପାଦନା ଦାୟିତ୍ବ ନେଇଥିଲେ ଶିକ୍ଷୟିତ୍ରୀ କବୀ ଶ୍ରୀମତୀ ସବିତା ରାଣୀ ବେହେରା।ପରବର୍ତ୍ତୀ ସପ୍ତମ, ଅଷ୍ଟମ ଏବଂ ନବମ ସଂସ୍କରଣ ଡାକ୍ତର ଗୌରାଙ୍ଗ ଚନ୍ଦ୍ର ମଣ୍ଡଳଙ୍କ ସମ୍ପାଦନାରେ ସୁଚାରୁରୂପେ ପ୍ରକାଶିତ ହୋଇଥିଲା।୨୦୧୧ରେ ପ୍ରକାଶିତ ଦଶମ ସଂସ୍କରଣରୁ ଅଦ୍ୟାବଧି ଶିକ୍ଷକ କବି ଶ୍ରୀଯୁକ୍ତ ବଳରାମ ରାଉଳ ଏହାର ସମ୍ପାଦନା ଦାୟିତ୍ବ ଦକ୍ଷତାର ସହ ତୁଲାଇ ଆସୁଥିବା ବେଳେ ଶ୍ରୀଯୁକ୍ତ ଶରତ କୁମାର ଦାସ ଏବଂ ଅନ୍ୟମାନେ ତାଙ୍କୁ ସକ୍ରିୟ ସହଯୋଗ କରିଆସୁଛନ୍ତି।ପ୍ରତିଷ୍ଠାତା ସଭାପତି ଯଦୁନାଥ ଦାସଙ୍କ ପରେ ଦୁଇ ବର୍ଷ ପାଇଁ ଡାକ୍ତର ଗୌରାଙ୍ଗ ଚରଣ ମଣ୍ଡଳ ସଭାପତି ପଦ ଅଳଙ୍କୃତ କରିଥିଲେ। ତାଙ୍କ ପରେ ୨୦୦୭ ମସିହାରୁ ଡାକ୍ତର ରବିନାରାୟଣ ମହାପାତ୍ର ଏକନିଷ୍ଠ ଭାବରେ ସଭାପତି ଦାୟିତ୍ୱ ନିର୍ବାହ କରିଆସୁଛନ୍ତି।ସେହିପରି ଅସୁସ୍ଥତା କାରଣରୁ ବାଇଧର ନାୟକ ୨୦୦୭ ମସିହାରେ ଦାୟିତ୍ବରୁ ଅବ୍ୟାହତି ନେବା ପରେ, ସଂଗ୍ରାମ କେଶରୀ ଦାସ ପରବର୍ତ୍ତୀ ଦୁଇ ବର୍ଷ ପର୍ଯ୍ୟନ୍ତ ସାଧାରଣ ସମ୍ପାଦକ ଭାବେ ସୁଚାରୁରୂପେ କାର୍ଯ୍ୟଭାର ତୁଲାଇଥିଲେ। ବିଗତ ୧୭ ବର୍ଷର ଏହି ଦୀର୍ଘ ସାଂଗଠନିକ ଯାତ୍ରାପଥରେ କାର୍ଯ୍ୟକାରୀ ସମିତିର ସମସ୍ତ ପଦାଧିକାରୀ ତଥା ସଦସ୍ୟମାନଙ୍କ ଅକୁଣ୍ଠ ସହଯୋଗ ଅନୁଷ୍ଠାନକୁ ନିରନ୍ତର ଆଗେଇ ନେବାରେ ସହାୟକ ହୋଇଛି।ଦୀର୍ଘ ପଚିଶ ବର୍ଷରୁ ଊର୍ଦ୍ଧ୍ବ ଏହି ସୁଦୀର୍ଘ ଯାତ୍ରାପଥରେ ଆମେ ବହୁ ମହାନୁଭବଙ୍କୁ ଚିରଦିନ ପାଇଁ ହରାଇଛୁ। ଅନେକ ସଦସ୍ୟ ସରକାରୀ ସେବାରୁ ଅବସର ଗ୍ରହଣ କରିବା ପରେ ରାଉରକେଲା ତ୍ୟାଗ କରି ନିଜ ପଲ୍ଲୀ କିମ୍ବା ଅନ୍ୟତ୍ର ବସବାସ କଲେଣି।ତଥାପି ଏଥିରେ ହତାଶ ହେବାର କିଛି ନାହିଁ। ବର୍ତ୍ତମାନ ଆମର ଅଶୀତିପର ବୟସରେ ଉପନୀତ ସୁଦକ୍ଷ ସଭାପତି ଡାକ୍ତର ରବିନାରାୟଣ ମହାପାତ୍ରଙ୍କ ନେତୃତ୍ବରେ କର୍ମକର୍ତ୍ତାମାନେ ନୂତନ ଉନ୍ମାଦନା ଓ ଉତ୍ସାହର ସହ କାର୍ଯ୍ୟ କରିଚାଲିଛନ୍ତି। ମୋର ଦୃଢ଼ ବିଶ୍ୱାସ, ଆଗାମୀ ଯୁବପିଢ଼ି ଏହି ସାରସ୍ୱତ ତଥା ସାମାଜିକ ଅନୁଷ୍ଠାନର ମଶାଲକୁ ନିଜ ହାତକୁ ନେବେ ଏବଂ ଏହାକୁ ଆହୁରି କର୍ମଚଞ୍ଚଳ କରି ପ୍ରଗତିର ପଥରେ ଆଗେଇ ନେବେ ବୋଲି କହିଥିଲେ | ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା, ପରିଶେଷରେ ଉଜ୍ବଳ ପ୍ରଦୀପ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ |