ଗଣମାଧ୍ୟମ ବିନା ଗଣତନ୍ତ୍ର ସମ୍ଭବ ନୁହେଁ
ରାଉରକେଲା,7|3(ଭାଗ୍ୟ ପ୍ରଣେତା)-ରାଉରକେଲା ସେକ୍ଟର-2 ସ୍ଥିତ ସୁଶୀଲବତୀ ସରକାରୀ ମହିଳା ମହାବିଦ୍ୟାଳୟରେ ଶନିବାର ଏକ ଜାତୀୟ ସ୍ତରୀୟ ଗଣତନ୍ତ୍ରରେ ଚତୁର୍ଥ ସ୍ତମ୍ଭର ଭୂମିକା ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | କର୍ମଶାଳାରେ ମୁଖ୍ୟବକ୍ତା ଭାବେ ରମାଦେବୀ ବିଶ୍ଵବିଦ୍ୟାଳୟର ଡକ୍ଟର ମାନସ କୁମାର ବେହେରା ଯୋଗଦେଇ ସମଗ୍ର ବିଶ୍ୱରେ ଗଣମାଧ୍ୟମର ଚରିତ୍ର ଓ ଚେହେରା ଇତି ମଧ୍ୟରେ ବଦଳି ଯାଇଛି | ରାଜନୀତି ଓ ଗଣତନ୍ତ୍ରରେ ନୂତନ ଗଣମାଧ୍ୟମ ବର୍ତ୍ତମାନ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରୁଛି | ଏକଚାଟିଆ ପୁଞ୍ଜି ଭାବରେ ଗଣମାଧ୍ୟମ ନିୟନ୍ତ୍ରିତ ହେବା,ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ସାମାଜିକ ଗଣମାଧ୍ୟମର ପରିସର ଗଣତାନ୍ତ୍ରିକ ଲଢେଇରେ ଏକ କ୍ଷେତ୍ର ଭାବେ ଉନ୍ମୋଚିତ ହୋଇଛି | ଯୁବବର୍ଗ ବର୍ତ୍ତମାନ ସମୟରେ ଗଣତନ୍ତ୍ର ପଦ୍ଧତି ଓ ଏହାର ସୁରକ୍ଷା ବିଷୟରେ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ | ମହାବିଦ୍ୟାଳୟର ଅଧ୍ୟକ୍ଷା ଈପସିବା ଏକ୍କା, ପ୍ରଶାସନିକ ମୁଖ୍ୟ ଡକ୍ଟର ସଞ୍ଜୟ ହାତୀ, ଡ଼କ୍ଟର ମାନସ କୁମାର ବେହେରା, ବିଭାଗୀୟ ମୁଖ୍ୟ ଦୀପିକା ମାଝୀ ପ୍ରମୁଖ କର୍ମଶାଳାରେ ମଞ୍ଚାସିନ ଅତିଥି ଭାବେ ସମ୍ମିଳିତ ରହିଥିଲେ | ଏ ଅବସରରେ ଡକ୍ଟର ହାତୀ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ନିମନ୍ତେ ସାଧାରଣ ଜନତାଙ୍କ ସମାଲୋଚନାକୁ ମଧ୍ୟ ଉଦାରତାର ସହ ଗ୍ରହଣ କରିବାର ମାନସିକତା ଗଣତନ୍ତ୍ର ପାଇଁ ଜରୁରୀ | ଡକ୍ଟର ବେହେରା ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର କଣ ସବୁ ଗୁରୁତ୍ୱପୂର୍ଣ ଭୂମିକା ରହିଥାଏ ତାହା କହିଥିଲେ | ଶେଷରେ କର୍ମଶାଲାର ସାରାଂଶରେ ସମସ୍ତ ଅତିଥି କହିଥିଲେ ଯେ, ଗଣମାଧ୍ୟମ ବିନା ଗଣତାନ୍ତ୍ରିକ ରାଷ୍ଟ୍ର କଦାଚିତ ସମ୍ଭବ ନୁହେଁ ବୋଲି | ପରେ କଲେଜର ଛାତ୍ରୀ ମାନଙ୍କ ମଧ୍ୟରେ କର୍ମଶାଳା ଶୀର୍ଷକ ଉପରେ ପ୍ରଶ୍ନୋତର ପ୍ରତିଯୋଗିତା ହୋଇଥିଲା | କର୍ମଶାଳା ପରିଚାଳନାରେ ଛାତ୍ରୀ କ୍ରିତି ପ୍ରସାଦ ସହଯୋଗ କରିଥିବା ବେଲେ ଅଧ୍ୟାପିକା ଦୀପିକା ମାଝୀ ଅତିଥି ପରିଚୟ ପ୍ରଦାନ କରିଥିଲେ | ସୁମନ ମେହେର ସ୍ୱାଗତ ଭାଷଣ ଦେଇଥିବା ବେଲେ ରିନୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ | ଅଧ୍ୟାପକ କୁଲଦୀପ ପାନ୍ନା ବିଶେଷ ସହଯୋଗ କରିଥିବା ବେଲେ, ଆଜିର ଏହି ଜାତୀୟ ସ୍ତରୀୟ କର୍ମଶାଳା କଲେଜର ରାଜନୀତି ବିଜ୍ଞାନ ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା






Comments
Post a Comment