ଭୁବନେଶ୍ୱର,(ଭାଗ୍ୟ ପ୍ରଣେତା)- ରାଜ୍ୟରେ ୪୪୨୦୦ କୋଟି ଟଙ୍କାର ୧୦ଟି ବୃହତ୍ ପ୍ରକଳ୍ପ ସ୍ଥାପନ ପାଇଁ ରାଜ୍ୟ ସରକାର ଗ୍ରୀନ୍ ସିଗନାଲ ପ୍ରଦାନ କରିଛନ୍ତି। ୮ଟି ଜିଲ୍ଲାରେ ଏହି ୧୦ଟି ବୃହତ୍ ପ୍ରକଳ୍ପ ସ୍ଥାପନ ହେଲେ ୮୭୬୫ଜଣ ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ୪୪ ତମ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି ବୈଠକରେ ଅଧ୍ୟକ୍ଷତା କରି ସରାନ୍ ଅଣ ବୈଠକରେ ଅଧ୍ୟକ୍ଷତା କହି ୪୪୨୪୧.୯୭ କୋଟି ଟଙ୍କାର ୧୦ଟି ବୃହତ୍ ପ୍ରକଳ୍ପକୁ ଅନୁମୋଦନ ଦେବା ସହ କେବଳ ପୁଞ୍ଜି ଆକର୍ଷଣ କରିବା ମଧ୍ୟରେ ସୀମିତ ନରହି ଏହାକୁ ନିର୍ଦ୍ଧାରିତ ଅବଧୂ ମଧ୍ଯରେ କାର୍ଯ୍ୟକାରୀ କରିବା ନିମନ୍ତେ ‘ଟିମ୍ ଓଡ଼ିଶା ମନୋଭାବ ନେଇ କାମ କରିବାକୁ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି ବୈଠକରେ ୮ଟି ଜିଲ୍ଲା ଯଥା- ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ଢେଙ୍କାନାଳ, ପୁରୀ, ନୟାଗଡ଼, କଳାହାଣ୍ଡି ଓ ଦେବଗଡ଼ରେ ଏହି ୧୦ଟି ବୃହତ୍ ପ୍ରକଳ୍ପ ସ୍ଥାପନକୁ ମଞ୍ଜୁରୀ ମିଳିଛି । ରେଆର ଆର୍ଥ ମାନୁଫାକଚରିଙ୍ଗ୍, ସେମିକଣ୍ଡକ୍ଟର, ସିମେଣ୍ଟ, ଅଟୋମୋବାଇଲ ଓ ଅଟୋ ଉପକରଣ, ଟେଲିକମ୍ ଭିଭିଭୂମି, ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଖୋର୍ଦ୍ଧା ଜିଲ୍ଲାରେ ୪୬୨୦ କୋଟି ଟଙ୍କା ବିନିଯୋଗରେ ଏକ ମେମୋରୀ ଚିପ୍ ମଡ୍ୟୁଲ ଫୁଟକୁ ଏସପି ସେମିକନ ପ୍ରାଇଭେଟ ଲ...