Skip to main content

Posts

Showing posts from July 25, 2026

ମାଲକାନଗିରିରେ ମାଓବାଦୀଙ୍କ ବଡ଼ ଅସ୍ତ୍ରଭଣ୍ଡାର ଠାବ; ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରିରେ ମାଓବାଦୀଙ୍କ ବଡ଼ ଅସ୍ତ୍ରଭଣ୍ଡାର ଠାବ; ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ମାଲକାନଗିରି,25|7(ଭାଗ୍ୟ ପ୍ରଣେତା)-ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ବିଏସଏଫ୍ ଓ ଓଡ଼ିଶା ପୁଲିସର ମିଳିତ କମ୍ବିଂ ଅପରେସନ୍ ସମୟରେ ମାଓବାଦୀଙ୍କ ଏକ ଗୁପ୍ତ ଅସ୍ତ୍ରଭଣ୍ଡାର ଠାବ କରାଯାଇଛି। ଅଭିଯାନରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ମାଓବାଦୀ କାର୍ଯ୍ୟକଳାପରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ସୂଚନା ଅନୁଯାୟୀ, ଗୁଇନ୍ଦା ତଥ୍ୟକୁ ଆଧାର କରି ସୁରକ୍ଷା ବାହିନୀ ଜଙ୍ଗଲ ଅଞ୍ଚଳରେ ତଲାସି ଅଭିଯାନ ଚଳାଇଥିଲେ। ସେହି ସମୟରେ ମାଓବାଦୀମାନେ ଲୁଚାଇ ରଖିଥିବା ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଠାବ କରାଯାଇଥିଲା। ଏହି ଜବତି ଫଳରେ ମାଓବାଦୀଙ୍କ ଯୋଜନାକୁ ବଡ଼ ଧକ୍କା ଲାଗିଥିବା ସୁରକ୍ଷା ଅଧିକାରୀମାନେ କହିଛନ୍ତି। ଅଭିଯାନ ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଜଙ୍ଗଲ ଅଞ୍ଚଳରେ କମ୍ବିଂ ଅପରେସନ୍ ଜାରି ରହିଛି।

ଶ୍ରୀଜିଉଙ୍କ ଦିବ୍ୟ ସୁନାବେଶ ଦର୍ଶନ କରି ଭକ୍ତ ବିଭୋର

ସୁନାବେଶରେ ଝଲସିଲେ ଶ୍ରୀଜିଉ; ପୁରୀରେ ଭକ୍ତଙ୍କ ଅପାର ସମାଗମ, ଜାତୀୟ ରାଜପଥରେ ଭୟଙ୍କର ଟ୍ରାଫିକ୍ ଜାମ୍      ପୁରୀ,25|7(ଭାଗ୍ୟ ପ୍ରଣେତା)-ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହେବା ପରେ ଶନିବାର ପବିତ୍ର ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ରଥ ଉପରେ ବିରାଜମାନ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସୁନାର ମୁକୁଟ, ହାର, ହାତ, ପାଦ ଓ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ କରାଯାଇଥିଲା। ସୁନାବେଶର ଦିବ୍ୟ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀରେ ସମବେତ ହୋଇଥିଲେ। ଭକ୍ତଙ୍କ ଅଭୂତପୂର୍ବ ଭିଡ଼ ଯୋଗୁଁ ସକାଳଠାରୁ ଭୁବନେଶ୍ୱର–ପୁରୀ ଜାତୀୟ ରାଜପଥ–୩୧୬ରେ ତୀବ୍ର ଟ୍ରାଫିକ୍ ଜାମ୍ ଦେଖାଦେଇଥିଲା। ବିଶେଷକରି ବାଟଗାଁ ଅଞ୍ଚଳରେ ଦୀର୍ଘ ସମୟ ଧରି ଯାନବାହନ ଅଟକି ରହିଥିଲା ଏବଂ ଅନେକ ଶ୍ରଦ୍ଧାଳୁଙ୍କୁ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ସନ୍ଧ୍ୟା ଦର୍ଶନ ପାଇଁ ଆହୁରି ଅଧିକ ସଂଖ୍ୟାରେ ଭକ୍ତଙ୍କ ଆଗମନ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ସୁନାବେଶ ଅବସରରେ ସମଗ୍ର ପୁରୀ ସହର ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଥିଲା।

ଜମ୍ମୁ-କାଶ୍ମୀରରେ ବର୍ଷା ବିତ୍ପାତ ଜାରୀ

ଲଗାଣ ବର୍ଷା ଓ ଭୂସ୍ଖଳନରେ ଜମ୍ମୁ–ଶ୍ରୀନଗର ଜାତୀୟ ରାଜପଥ ତୃତୀୟ ଦିନ ଧରି ବନ୍ଦ ନୂଆଦିଲ୍ଲୀ, 25|7(ଭାଗ୍ୟ ପ୍ରଣେତା)ଜମ୍ମୁ-କଶ୍ମୀରରେ ଲଗାଣ ବର୍ଷା ଓ ଏକାଧିକ ସ୍ଥାନରେ ଘଟିଥିବା ନୂଆ ଭୂସ୍ଖଳନ ଯୋଗୁଁ ଜମ୍ମୁ–ଶ୍ରୀନଗର ଜାତୀୟ ରାଜପଥ (ଏନ୍‌ଏଚ୍-୪୪) ତୃତୀୟ ଦିନ ପାଇଁ ବନ୍ଦ ରହିଛି। ଏହି ରାଜପଥ କଶ୍ମୀର ଉପତ୍ୟକାକୁ ଦେଶର ଅନ୍ୟ ଅଞ୍ଚଳ ସହ ସଂଯୋଗ କରୁଥିବା ପ୍ରମୁଖ ସଡ଼କ ହୋଇଥିବାରୁ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି।  ଭାରି ବର୍ଷା ଯୋଗୁଁ ଉଧମପୁର, ରାମବନ ଓ ବନିହାଲ ଅଞ୍ଚଳର ଅନେକ ସ୍ଥାନରେ ଭୂସ୍ଖଳନ, ପଥର ଖସିବା ଓ କାଦୁଅ ସଡ଼କ ଉପରକୁ ଆସିବାରୁ ରାଜପଥରେ ଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ସଫେଇ କାର୍ଯ୍ୟ ଚାଲିଥିଲେ ମଧ୍ୟ ଲଗାତାର ବର୍ଷା କାର୍ଯ୍ୟରେ ବାଧା ସୃଷ୍ଟି କରୁଛି।  ପ୍ରତିକୂଳ ପାଗ ଯୋଗୁଁ ଅମରନାଥ ଯାତ୍ରା ସମେତ ବୈଷ୍ଣୋ ଦେବୀ, ମଚ୍ଛୈଲ ମାତା, ଶିବଖୋରୀ ଓ ସାର୍ଥଲ ମାତା ତୀର୍ଥଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଯାତ୍ରୀମାନଙ୍କୁ ଯାତ୍ରା ସ୍ଥଗିତ ରଖିବାକୁ ପ୍ରଶାସନ ପରାମର୍ଶ ଦେଇଛି।  ପ୍ରଶାସନ ଲୋକମାନଙ୍କୁ ପାଗ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଜମ୍ମୁ–ଶ୍ରୀନଗର ରାଜପଥରେ ଯାତ୍ରା ନ କରିବାକୁ ଅନୁରୋଧ କରିଛି। ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଥିବା ସହ ରାସ୍...

କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ସାର୍ବଜନିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ନକଲ ରୋକିବାକୁ କେନ୍ଦ୍ରର କଡ଼ା ପଦକ୍ଷେପ ନୂଆଦିଲ୍ଲୀ, ୨୫|7(ଭାଗ୍ୟ ପ୍ରଣେତା)-: ଦେଶବ୍ୟାପୀ ବିଭିନ୍ନ ପ୍ରବେଶିକା ଓ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଏବଂ ସଂଗଠିତ ନକଲ ଘଟଣାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଇନକୁ ଅଧିକ କଡ଼ା କରିବା ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି। ସଂସଦରେ ସାର୍ବଜନିକ ପରୀକ୍ଷା (ଅନୁଚିତ ଉପାୟ ନିବାରଣ) ସଂଶୋଧନ ବିଧେୟକ, ୨୦୨୬ ଆଣିବା ପାଇଁ ସରକାର ପ୍ରସ୍ତୁତି କରୁଛନ୍ତି। ଏହାର ଉଦ୍ଦେଶ୍ୟ ପରୀକ୍ଷା ପ୍ରକ୍ରିୟାକୁ ସ୍ୱଚ୍ଛ, ନିରପେକ୍ଷ ଓ ବିଶ୍ୱସନୀୟ କରିବା।ପ୍ରସ୍ତାବିତ ସଂଶୋଧନ ଅନୁସାରେ ପ୍ରଶ୍ନପତ୍ର ଲିକ୍, ସଂଗଠିତ ନକଲ, ପରୀକ୍ଷାରେ ଠକେଇ କିମ୍ବା ଏହି ଅପରାଧରେ ସଂପୃକ୍ତ ପରୀକ୍ଷା କେନ୍ଦ୍ର, ସେବା ପ୍ରଦାନକାରୀ ସଂସ୍ଥା ଓ ଅନ୍ୟ ସଂପୃକ୍ତ ପକ୍ଷଙ୍କ ବିରୋଧରେ କଡ଼ା ଦଣ୍ଡାତ୍ମକ ବ୍ୟବସ୍ଥା ରହିବ। ଏଥିସହ ମାମଲାର ଶୀଘ୍ର ତଦନ୍ତ ଓ ବିଚାର ପାଇଁ ବିଶେଷ ବ୍ୟବସ୍ଥା କରାଯିବ, ଯାହାଦ୍ୱାରା ଦୋଷୀମାନଙ୍କୁ ଶୀଘ୍ର ଦଣ୍ଡ ମିଳିପାରିବ। ସମ୍ପ୍ରତି ନିଟ୍ ସମେତ ବିଭିନ୍ନ ପରୀକ୍ଷାକୁ ନେଇ ଉଠିଥିବା ବିବାଦ ଓ ଛାତ୍ର ଆନ୍ଦୋଳନ ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହା ମାଧ୍ୟମରେ ଦେଶର ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ମନରେ ପରୀକ୍ଷା ବ୍ୟବସ୍ଥା ପ୍ରତି ବିଶ୍ୱାସ ପୁନଃ ସ୍ଥାପନ କରିବା ସହ ମେଧାଭିତ୍ତିକ ମୂଲ୍ୟାଙ୍କନକୁ ସୁରକ୍ଷିତ କରିବା ସରକାରଙ୍କ ଲକ...

ଜିଲ୍ଲପାଳଙ୍କ ଆଦେଶ ହେଉଛି ଅମାନ୍ୟ

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବହେଳା : ଏନ୍‌ଏଚ୍-୪୯ରେ ରାସ୍ତାକଡ଼ ପାର୍କିଂ ଯୋଗୁଁ କମୁନି ସଡ଼କ ଦୁର୍ଘଟଣା                               ଝାରସୁଗୁଡ଼ା,25|7(ଭାଗ୍ୟ ପ୍ରଣେତା) -ଝାରସୁଗୁଡ଼ା ଜିଲ୍ଲାର ଜାତୀୟ ରାଜପଥ–୪୯ରେ ରାସ୍ତାକଡ଼ରେ ଯାନବାହନର ବେଆଇନ ପାର୍କିଂ ଉପରେ ରୋକ ଲଗାଇବା ପାଇଁ ଜିଲ୍ଲାପାଳଙ୍କ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ଜାରି ହୋଇଥିଲେ ମଧ୍ୟ ତାହାର ସଠିକ୍ ପାଳନ ହେଉନାହିଁ। ଫଳରେ ରାସ୍ତାକଡ଼ରେ ଭାରୀ ଯାନବାହନ ପାର୍କିଂ ଯୋଗୁଁ ସଡ଼କ ଦୁର୍ଘଟଣା ଲଗାତାର ଘଟୁଥିବାରୁ ସାଧାରଣ ଲୋକ ହଇରାଣ ହେଉଛନ୍ତି। ସଦ୍ୟ ଘଟଣାରେ ଜିଲ୍ଲାର ନୂଆବନ୍ଧ ନିକଟରେ ରାସ୍ତାକଡ଼ରେ ପାର୍କିଂ ହୋଇଥିବା ଏକ ଯାନ ସହ ବାଇକ୍ ଧକ୍କା ହେବାରୁ ବଞ୍ଜିପଡ଼ା ଗ୍ରାମର କୃଷ୍ଣ ମୁଣ୍ଡା ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ତାଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଉଚ୍ଚତର ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ ଯେ, ଜାତୀୟ ରାଜପଥ ଓ ପ୍ରମୁଖ ସଡ଼କଗୁଡ଼ିକରେ ରାସ୍ତାକଡ଼ ପାର୍କିଂ ହଟାଇବା ଏବଂ ଯାତାୟାତ ବ୍ୟବସ୍ଥାକୁ ସୁଦୃଢ଼ କରି...

ଝାରସୁଗୁଡା ରେଳ ଷ୍ଟେସନରେ ବୈଠକ

ଝାରସୁଗୁଡ଼ା ରେଳ ଷ୍ଟେସନରେ ଶିଶୁ ସୁରକ୍ଷା ନେଇ ସମନ୍ୱୟ ବୈଠକ : ବିଭିନ୍ନ ବିଭାଗ ମଧ୍ୟରେ ତାଳମେଳ ଉପରେ ଗୁରୁତ୍ୱ                       ଝାରସୁଗୁଡ଼ା,24|7(ଭାଗ୍ୟ ପ୍ରଣେତା)-ଝାରସୁଗୁଡ଼ା ରେଳ ଷ୍ଟେସନ ପରିସରରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମ୍‌ଓୟୁ) ଅନୁଯାୟୀ ବ୍ୟସ୍ତ ରେଳ ଷ୍ଟେସନଗୁଡ଼ିକରେ ଚାଇଲ୍ଡ ହେଲ୍ପ ଡେସ୍କ (୧୦୯୮)ର ପ୍ରଭାବଶାଳୀ ପରିଚାଳନା ଏବଂ ଚାଇଲ୍ଡ ହେଲ୍ପ ଗ୍ରୁପ୍‌ର ସମନ୍ୱୟକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ସୂଚନା ଦିଆଯାଇଥିଲା ଯେ, ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଝାରସୁଗୁଡ଼ା ରେଳ ଷ୍ଟେସନରେ ୬ ନଭେମ୍ବର ୨୦୨୪ ଠାରୁ ଚାଇଲ୍ଡ ହେଲ୍ପ ଡେସ୍କ (୧୦୯୮) ୨୪ ଘଣ୍ଟିଆ ସେବା ପ୍ରଦାନ କରୁଛି। ଏଠାରେ ଛଅଜଣ କର୍ମଚାରୀ ନିୟୋଜିତ ରହି ଷ୍ଟେସନ ପରିସରରେ ସଙ୍କଟାପନ୍ନ, ଅବହେଳିତ, ନିଖୋଜ ଏବଂ ମାନବ ଚାଲାଣର ଆଶଙ୍କା ଥିବା ଶିଶୁମାନଙ୍କୁ ଚିହ୍ନଟ, ଉଦ୍ଧାର ଓ ସହାୟତା ପ୍ରଦାନ କରୁଛନ୍ତି। ବୈଠକରେ ଟ୍ରେନ୍ କିମ୍ବା ରେଳ ଷ୍ଟେସନରୁ ଉଦ୍ଧାର ହେଉଥିବା ଶିଶୁମାନଙ୍କୁ ତୁରନ୍ତ ସୁରକ୍ଷିତ ଆଶ୍ରୟରେ ରଖି ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସ...

ଯୁବ ସମାଜ ତେଜିଲେ ପ୍ରଧାନ ବାବୁ ପଦ ଛାଡିଲେ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନିଟ୍ ପେପର୍ ଲିକ୍ ବିବାଦ ଓ ଜନ୍ତର ମନ୍ତର ଛାତ୍ର ଆନ୍ଦୋଳନ ପରେ ବଡ଼ ରାଜନୈତିକ ପଦକ୍ଷେପ                                                     ନୂଆଦିଲ୍ଲୀ/ଭୁବନେଶ୍ୱର,24|7(ଭାଗ୍ୟ ପ୍ରଣେତା)-ଦେଶରେ ନିଟ୍ (ନିଟ-ୟୁଜି) ପରୀକ୍ଷାରେ କଥିତ ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷା ପରିଚାଳନାକୁ ନେଇ ଚାଲିଥିବା ତୀବ୍ର ବିବାଦ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନଙ୍କ ଦୀର୍ଘଦିନର ଆନ୍ଦୋଳନ ମଧ୍ୟରେ ଏହି ଘୋଷଣା ଦେଶର ରାଜନୀତି ଏବଂ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଭାବେ ଦେଖାଯାଉଛି।  ସୋସିଆଲ୍ ମିଡିଆରେ ପ୍ରକାଶ କରାଯାଇଥିବା ନିଜ ଇସ୍ତଫା ପତ୍ରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ତାଙ୍କ ପାଇଁ ବ୍ୟକ୍ତିଗତ ପଦ ମର୍ଯ୍ୟାଦା ଠାରୁ ଦେଶ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅଧିକ ଗୁରୁତ୍ୱପୂର୍ଣ୍ଣ। ଦେଶବ୍ୟାପୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରମାନଙ୍କ ପାଠପଢ଼ା ଓ ଭବିଷ୍ୟତ ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ନିଜ ଇସ୍ତଫା ପତ୍ର ...

ଛେଣ୍ଡ ପୁଲିସର ବଡ଼ ସଫଳତା ବାଙ୍କିଆରେ ବେଆଇନ ଜୁଆ ଆଡ୍ଡା ଉପରେ ଚଢାଉ : ୯ ଗିରଫ, ୭ ଲକ୍ଷ ଟଙ୍କା ସହ ୪ ଯାନବାହାନ ଜବତ

ଛେଣ୍ଡ ପୁଲିସର ବଡ଼ ସଫଳତା ବାଙ୍କିଆରେ ବେଆଇନ ଜୁଆ ଆଡ୍ଡା ଉପରେ ଚଢାଉ : ୯ ଗିରଫ, ୭ ଲକ୍ଷ ଟଙ୍କା ସହ ୪ ଯାନବାହାନ ଜବତ                                                                                  ଚଢ଼ାଉରେ ଜବତ ଜୁଆ ସାମଗ୍ରୀ  ଗିରଫ ଅଭିଯୁକ୍ତ ମାନଙ୍କର ଫୋଟୋ  ରାଉରକେଲା,୨୫/୭(ଭାଗ୍ୟ ପ୍ରଣେତା)-ରାଉରକେଲା ସହରରେ ଚାଲିଥିବା ବେଆଇନ ଜୁଆ କାରବାର ଉପରେ ଛେଣ୍ଡ ପୋଲିସକୁ ବଡ଼ ସଫଳତା ମିଳିଛି। ଛେଣ୍ଡ ଥାନା ଅନ୍ତର୍ଗତ ବାଙ୍କିଆ ଅଞ୍ଚଳରେ ଥିବା ଓମଫେଡ୍ କାରଖାନା ନିକଟରେ ଚାଲୁଥିବା ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରି ୯ ଜଣଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ପ୍ରାୟ ୭ ଲକ୍ଷ ଟଙ୍କା ନଗଦ, ୧୨ଟି ମୋବାଇଲ୍ ଫୋନ୍, ତାସ ଓ ଖେଳ ସାମଗ୍ରୀ ସହ ୪ଟି ଯାନବାହାନ ଜବତ କରିଛି । ଛେଣ୍ଡ ପୋଲିସ ସୂଚନା ଅନୁସାରେ, ଜୁଲାଇ ୨୪ ତାରିଖରେ ଛେଣ୍ଡ ଥାନାର ଏସ୍‌ଆଇ ଓମ୍ ପ୍ରକାଶ ରାଉତରାୟଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବେଆଇନ ଜୁଆ ଖେଳରେ ଲିପ୍ତ ଥିବା ଏକାଧିକ ବ୍ୟକ୍ତି...

ବେଲଗାମ ଦରବୃଦ୍ଧିରେ ଅଙ୍ଗନବାଡ଼ି ପୋଷଣ ଯୋଜନା ଚାପରେ

ବେଲଗାମ ଦରବୃଦ୍ଧିରେ ଅଙ୍ଗନବାଡ଼ି ପୋଷଣ ଯୋଜନା ଚାପରେ ଅନୁଦାନ ବଢ଼ିଲେ ବି ଚିନ୍ତା କମୁନି; ୩୯୦ କେନ୍ଦ୍ରରେ ପୁଷ୍ଟିକର ଖାଦ୍ୟ ଯୋଗାଣ ବଡ଼ ଚ୍ୟାଲେଞ୍ଜ                                                         ରାଉରକେଲା,25|7(ଭାଗ୍ୟ ପ୍ରଣେତା)-ବଜାରରେ ଲଗାତାର ବଢ଼ୁଥିବା ଖାଦ୍ୟଦ୍ରବ୍ୟର ଦରଦାମ ରାଉରକେଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଶିଶୁମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତିକୁ ଗୁରୁତର ଭାବେ ପ୍ରଭାବିତ କରିଛି। ରନ୍ଧନ ଗ୍ୟାସ, ଡାଲି, ଖାଦ୍ୟ ତେଲ, ଅଣ୍ଡା, ପନିପରିବା ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ଦର ଦ୍ରୁତ ହାରରେ ବଢ଼ୁଥିବା ବେଳେ ସରକାରୀ ଅନୁଦାନ ସେହି ଅନୁପାତରେ ବୃଦ୍ଧି ନ ହେବାରୁ ଅଙ୍ଗନବାଡ଼ି କର୍ମୀମାନେ ନିର୍ଦ୍ଧାରିତ ମେନ୍ୟୁ ଅନୁଯାୟୀ ଖାଦ୍ୟ ଯୋଗାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଉରକେଲା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ପ୍ରାୟ ୩୯୦ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟରତ ଥିବାବେଳେ ୨,୫୦୦ରୁ ଅଧିକ କୋମଳମତି ଶିଶୁ ପ୍ରତିଦିନ ଏହି କେନ୍ଦ୍ରଗୁଡ଼ିକରୁ ପୁଷ୍ଟିକର ଖାଦ୍ୟ ପାଉଛନ୍ତି। କିନ୍ତୁ ଦରବୃଦ୍ଧି ଯୋଗୁଁ ଏହି ଯୋଜନାକୁ ସଫଳ ଭାବେ ପରିଚାଳନା କରିବା ଦିନକୁ ଦିନ କଷ୍ଟକର ହୋଇପଡ଼ୁଛି...

ବଜେଟ୍ ବଢ଼ୁଛି, କିନ୍ତୁ ଚାଲୁନି ଯାତ୍ରୀବାହୀ ଟ୍ରେନ୍; ତାଳଚେର–ବିମଳାଗଡ଼ ରେଳପଥ ପ୍ରକଳ୍ପ ସଂପୂର୍ଣ୍ଣି କରଣରେ ଚରମ ଅବହେଳା, ସଂସଦରେ ପ୍ରଶ୍ନ ଉଠାଇଲେ ରାଜ୍ୟ ସଭା ସାଂସଦ ଦିଲ୍ଲୀପ ରାୟ

ବଜେଟ୍ ବଢ଼ୁଛି, କିନ୍ତୁ ଚାଲୁନି ଯାତ୍ରୀବାହୀ ଟ୍ରେନ୍; ତାଳଚେର–ବିମଳାଗଡ଼ ରେଳପଥ ପ୍ରକଳ୍ପ ସଂପୂର୍ଣ୍ଣି କରଣରେ ଚରମ ଅବହେଳା, ସଂସଦରେ ପ୍ରଶ୍ନ ଉଠାଇଲେ ରାଜ୍ୟ ସଭା ସାଂସଦ ଦିଲ୍ଲୀପ ରାୟ      ତାଳଚେର ବିମଳାଗଡ଼ ରେଳପଥ ଫୋଟୋ                                            ରାଉରକେଲା, ୨୫/୭ : ଦୀର୍ଘ ୨୩ ବର୍ଷ ଧରି ଅପେକ୍ଷାରେ ଥିବା ତାଳଚେର–ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପୁଣିଥରେ ଚର୍ଚ୍ଚାରେ ରହିଛି। ଏକପଟେ ପ୍ରକଳ୍ପ ପାଇଁ ପ୍ରତିବର୍ଷ ବଜେଟ୍ ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ଏପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ନ ହେବାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ରେଳ ପ୍ରକଳ୍ପ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ରହିଥିବା ଅଭିଯୋଗ ମଧ୍ୟ ଜୋର ଧରିଛି। ରାଜ୍ୟସଭାରେ ସାଂସଦ ଦିଲୀପ କୁମାର ରାୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ୧୫୦ କିଲୋମିଟର ଦୀର୍ଘ ଏହି ପ୍ରକଳ୍ପକୁ ୨୦୦୩–୦୪ ରେ ଅନୁମୋଦନ କରାଯାଇଥିଲା। ସେତେବେଳେ ପ୍ରକଳ୍ପର ଆକଳନ ବ୍ୟୟ ₹୭୨୭ କୋଟି ଥିବାବେଳେ ବର୍ତ୍ତମାନ ଏହା ₹୩,୩୯୦ କୋଟିକୁ ବୃଦ୍ଧି ପାଇଛି। ମାର୍ଚ୍ଚ ୨୦୨୬ ସୁଦ୍ଧା ₹୧,୯୦୧ କୋଟି ବ୍ୟୟ ହୋଇଥିବାବେଳେ ୨୦୨୬–୨୭ ଆ...

ପ୍ଲାଣ୍ଟସାଇଟ୍‌ରେ ଗହଣା ଚୋରି ଘଟଣାର ପର୍ଦ୍ଦାଫାଶ: ୫ ଗିରଫ, ସୁନା ଅଳଙ୍କାର ଓ ୭୦ ହଜାର ଟଙ୍କା ଜବତ

ପ୍ଲାଣ୍ଟସାଇଟ୍‌ରେ ଗହଣା ଚୋରି ଘଟଣାର ପର୍ଦ୍ଦାଫାଶ: ୫ ଗିରଫ, ସୁନା ଅଳଙ୍କାର ଓ ୭୦ ହଜାର ଟଙ୍କା ଜବତ ରାଉରକେଲା,24|7(ଭାଗ୍ୟ ପ୍ରଣେତା)-ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରର ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ଘଟଣାରେ ପୋଲିସ ସଫଳତା ହାସଲ କରିଛି। ଏହି ମାମଲାରେ ପୋଲିସ ଗୁରୁବାର ୫ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ସୁନା ଅଳଙ୍କାର ସହ ନଗଦ ୭୦ ହଜାର ଟଙ୍କା ଜବତ କରିଛି।                ଗିରଫ ଅଭିଯୁକ୍ତମାନେ ହେଲେ ଆନନ୍ଦ ଭବନ ଲେନ୍‌ର ଅମନ ଅଂସାରୀ (୨୩), ଜୁନୈଦ ଖାନ୍ (୨୧), ରେଳବାଇ କଲୋନୀ ରିମଝିମ ବସ୍ତିର ବିଶାଳ ସାହୁ (୨୧), ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡର କପିଲ ଦେବ ଶର୍ମା (୫୪) ଏବଂ ଜଣେ ନାବାଳକ। ପୋଲିସ ମାମଲା ନଂ–୭୩୨/୨୬ ରୁଜୁ କରି ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବାବେଳେ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇଛି। ପୋଲିସ ସୂଚନା ଅନୁଯାୟୀ, ଗତ ୧୨ ତାରିଖ ରାତିରେ ଅଭିଯୁକ୍ତମାନେ ରାଉରକେଲା ଦରଘା ମହଲ୍ଲାର ବାସିନ୍ଦା ସମିମ ଅଖତାରଙ୍କ ଘରର ଝରକା ଭାଙ୍ଗି ଭିତରକୁ ପ୍ରବେଶ କରି ସୁନା ଅଳଙ୍କାର ଲୁଟ୍ କରିଥିଲେ। ଏନେଇ ସମିମ ପ୍ଲାଣ୍ଟସାଇଟ୍ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ପ୍ରମାଣ ଏବଂ ସୂଚନା ଆଧାରରେ ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିଥିଲା। ତଦ...

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ରଥଯାତ୍ରା : ରାଉରକେଲାର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ରଥ ବାହୁଡା

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ରଥଯାତ୍ରା : ରାଉରକେଲାର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ରଥ ବାହୁଡା         ରାଉରକେଲା ୨୪/୭,(ଭାଗ୍ୟ ପ୍ରଣେତା)-ଶୁକ୍ରବାର ଶ୍ରୀକ୍ଷେତ୍ର ପୁରୀ ସମେତ ସମଗ୍ର ଓଡିଶା ତଥା ବିଶ୍ଵର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ରଥଯାତ୍ରା ଅନୁଷ୍ଠିତ ହେଉଛି। ବାହୁଡା ରଥଯାତ୍ରା ପାଇଁ ବିପ୍ର ସେବା ଓଡ଼ିଶା ଶାଖା, ବ୍ରାହ୍ମଣ କଲ୍ୟାଣ ସଭା ଏବଂ ରାଉରକେଲା ମାରୱାଡି ଯୁବ ମଞ୍ଚ ସହର ଶାଖା ପକ୍ଷରୁ ଆଇଟିଆଇ ଛକ ସମ୍ମୁଖରେ ହାଲୱା ସେବା ଆୟୋଜନ କରାଯାଇଥିଲା।ଯେଉଁଥିରେ ଭକ୍ତମାନେ ତାରିଣୀ ମନ୍ଦିର ଶ୍ରୀଜଗନ୍ନାଥଙ୍କ ରଥ ବାହୁଡା ରଥଯାତ୍ରା ସମୟରେ ଭକ୍ତମାନେ ପ୍ରସାଦ ସେବନ କରିଥିଲେ। ଏହି ଅବସରରେ ସହରର ବିଭିନ୍ନ ସାମାଜିକ ସଂଗଠନର ପଦାଧିକାରୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବିପ୍ର ସେବା ଓଡ଼ିଶା ଶାଖାର ସଭାପତି ସୁରେଶ ଶର୍ମାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା, ଯେଉଁଥିରେ ମାରୱାଡି ଯୁବ ମଞ୍ଚର ରାଜ୍ୟ ସଭାପତି ଅଜୟ ଶର୍ମା, ରାଉରକେଲା ଶାଖାର କୋଷାଧ୍ୟକ୍ଷ ସୁରଜ ବାପୁଡିଆ, ମାରୱାଡି ଯୁବ ରାଉରକେଲା ସହର ଶାଖାର ସଭାପତି ରବିଶ ଜିନ୍ଦଲ, ସମ୍ପାଦକ ମନୀଷ ବଂଶଲ, କୋଷାଧ୍ୟକ୍ଷ ମନୀଷ ମେହେଟାଙ୍କ ସମେତ ପଦାଧିକାରୀମାନେ ଉପସ୍ଥିତ ଥିଲେ। ବ୍ରାହ୍ମଣ କଲ୍ୟାଣ ସଭାର ପଦାଧିକାରୀଙ୍କ ସହିତ, ମହାରାଜା ଅଗ୍ରସେନ ସେବା ସଂଘର ସ...