କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା
ନିଟ୍ ପେପର୍ ଲିକ୍ ବିବାଦ ଓ ଜନ୍ତର ମନ୍ତର ଛାତ୍ର ଆନ୍ଦୋଳନ ପରେ ବଡ଼ ରାଜନୈତିକ ପଦକ୍ଷେପ
ନୂଆଦିଲ୍ଲୀ/ଭୁବନେଶ୍ୱର,24|7(ଭାଗ୍ୟ ପ୍ରଣେତା)-ଦେଶରେ ନିଟ୍ (ନିଟ-ୟୁଜି) ପରୀକ୍ଷାରେ କଥିତ ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷା ପରିଚାଳନାକୁ ନେଇ ଚାଲିଥିବା ତୀବ୍ର ବିବାଦ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନଙ୍କ ଦୀର୍ଘଦିନର ଆନ୍ଦୋଳନ ମଧ୍ୟରେ ଏହି ଘୋଷଣା ଦେଶର ରାଜନୀତି ଏବଂ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଭାବେ ଦେଖାଯାଉଛି।
ସୋସିଆଲ୍ ମିଡିଆରେ ପ୍ରକାଶ କରାଯାଇଥିବା ନିଜ ଇସ୍ତଫା ପତ୍ରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ତାଙ୍କ ପାଇଁ ବ୍ୟକ୍ତିଗତ ପଦ ମର୍ଯ୍ୟାଦା ଠାରୁ ଦେଶ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅଧିକ ଗୁରୁତ୍ୱପୂର୍ଣ୍ଣ। ଦେଶବ୍ୟାପୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରମାନଙ୍କ ପାଠପଢ଼ା ଓ ଭବିଷ୍ୟତ ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିବା ଉଲ୍ଲେଖ କରିଛନ୍ତି।
ଗତ କିଛି ସପ୍ତାହ ଧରି ନିଟ୍ ପରୀକ୍ଷାରେ କଥିତ ପେପର୍ ଲିକ୍, ପରୀକ୍ଷାର ସ୍ୱଚ୍ଛତା ଓ ଦାୟିତ୍ୱ ନିର୍ଦ୍ଧାରଣ ଦାବିରେ ଦିଲ୍ଲୀର ଜନ୍ତର ମନ୍ତରରେ ବ୍ୟାପକ ଆନ୍ଦୋଳନ ଚାଲିଥିଲା। ବିଭିନ୍ନ ଛାତ୍ର ସଂଗଠନ ଏବଂ କକରୋଚ୍ ଜନତା ପାର୍ଟି (ସିଜେପି) ସମେତ ଅନେକ ସଂଗଠନ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଧାରଣା, ପଦଯାତ୍ରା ଓ ବିକ୍ଷୋଭ କରିଥିଲେ। ଏହି ଆନ୍ଦୋଳନ ଦେଶବ୍ୟାପୀ ଚାଲିବା ସହିତ ପଲ୍ଲୀ ରୁ ଦିଲ୍ଲୀ ଯାଏଁ ବ୍ୟାପିଥିଲା |
ଆନ୍ଦୋଳନକାରୀମାନେ କହିଛନ୍ତି ଯେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ସେମାନଙ୍କ ଆନ୍ଦୋଳନର ଏକ ବଡ଼ ସଫଳତା ହେଲେ ମଧ୍ୟ, ସେମାନଙ୍କର ଅନ୍ୟାନ୍ୟ ଦାବି ଏପର୍ଯ୍ୟନ୍ତ ବାକି ରହିଛି। ପରୀକ୍ଷା ଅନିୟମିତତାରେ ପ୍ରଭାବିତ ପରିବାରଙ୍କୁ କ୍ଷତିପୂରଣ, ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ସେମାନେ ଦାବି କରିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ ନିଜ ବାର୍ତ୍ତାରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ଭବିଷ୍ୟତରେ ମଧ୍ୟ ଦେଶ, ଓଡ଼ିଶା ଏବଂ ଦେଶର ଯୁବପିଢ଼ୀଙ୍କ ସେବାରେ ନିଜକୁ ସମର୍ପିତ ରଖିବେ ବୋଲି କହିଛନ୍ତି।

Comments
Post a Comment