Skip to main content

Posts

Showing posts from February 20, 2026

କମ୍ପାନୀ ମାନଙ୍କ ଦ୍ୱାରା ବେଆଇନ ଭାବେ ଜଙ୍ଗଲ ଜମି ଜବର ଦଖଲକୁ ହଟାଇବା ପାଇଁ ପଦକ୍ଷେପ : ଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ ଡ଼ିଏଫଓ

ଝାରସୁଗୁଡା, ୨୦/୨, ଝାରସୁଗୁଡା ଜିଲ୍ଲାରେ ବିଭିନ୍ନ କମ୍ପାନୀ ମାନଙ୍କ ଦ୍ୱାରା ଜଙ୍ଗଲ ଜମିକୁ ବେଆଇନ ଭାବେ ଜବର ଦଖଲ କରି ରଖିଥିବା ଅନେକ ଅଭିଯୋଗ ରହିଛି I ଏନେଇ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ଏହା ଉପରେ ପିସିସିଏଫ ସମ୍ବଲପୁର କୁ ପତ୍ର ଲେଖି  ଅବଗତ କରିବା ପରେ ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ କମ୍ପାନୀ ମାନଙ୍କ ଦ୍ୱାରା ବେଆଇନ ଜଙ୍ଗଲ ଜମିରେ ଜବର ଦଖଲ ହଟାଇବା ପାଇଁ  ବନବିଭାଗ ଚେଇଁ ଉଠିଛି |ସୂଚନା ଅନୁଯାୟୀ ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ ବହୁ ଗୁଡିଏ କମ୍ପାନୀ ଜଙ୍ଗଲ ଜମି ଦଖଲ କରିଥିବା ନେଇ ବିଧାୟକ ହରିପାଲ ଗତ ସପ୍ତାହରେ ଝାରସୁଗୁଡା ଓ ସମ୍ବଲପୁର ଗସ୍ତରେ ଆସିଥିବା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ଚେୟାରମାନ ଙ୍କୁ ମଧ୍ୟ ପତ୍ର ଦେଇଥିଲେ I ଏନେଇ ଝାରସୁଗୁଡା ଡ଼ିଏଫଓ ଜିଲ୍ଲାପାଳଙ୍କୁ ଏକ ପତ୍ର ଲେଖି ଜଙ୍ଗଲ ଅଧିନିୟମ ୨୦୨୩  ଆଇନର ପାଳନ କରିବା ସହ କମ୍ପାନୀ ମାନଙ୍କ ଦ୍ୱାରା ଦଖଲ ହୋଇଥିବା ଜଙ୍ଗଲ ଜମିକୁ ମୁକ୍ତ କରିବ ସହ ଜଙ୍ଗଲ ଓ ପରିବେଶ ର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି I  ଏହାସହ ଏକ ଯୁଗ୍ମ ତଦନ୍ତ କରି ଜଙ୍ଗଲ ଜମି ଅକ୍ତିଆର କରିଥିବା କମ୍ପାନୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପାଇଁ ପତ୍ରରେ ଉଲ୍ଲେଖ କରିଛନ୍ତି I ଏପରିକି ଏହାର ଏକକିତା ନକଲ ସିସିଏଫ ସମ୍ବଲପୁର, ଝାରସୁଗୁଡା ଜିଲ୍ଲାର ସମସ୍ତ ରେଞ୍ଜର ...

ଝାରସୁଗୁଡା ରେ ଖୋଲିବ ବିଶ୍ୱବିଦ୍ୟାଳୟ, ବଜେଟ ଅଧିବେଶନ ରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ନିର୍ବାଚନୀ ପ୍ରତିଶୃତି ପାଳନ କଲେ ବିଧାୟକ, ଉତ୍ସବମୁଖର ଝାରସୁଗୁଡା,

ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଝାରସୁଗୁଡା,୨୦/୨,ଝାରସୁଗୁଡା ରେ ବିଶ୍ୱ ବିଦ୍ୟାଳୟ ପାଠ୍ୟକ୍ରମ ଖୋଲିବା ପାଇଁ ବିଧାନସଭା ବଜେଟ ଅଧିବେଶନ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଘୋଷଣା କରିଛନ୍ତି |ଯାହାକୁ ନେଇ ଗୁରୁବାର ସନ୍ଧ୍ୟା ରେ ଝାରସୁଗୁଡା ସହର ଉତ୍ସବ ମୁଖର ହୋଇ ଉଠିଛି |ଗତ ବିଧାନସଭା ନିର୍ବାଚନ ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ତାଙ୍କ ନିର୍ବାଚନ ଇସ୍ତାହାର ରେ ଝାରସୁଗୁଡା ରେ ଏକ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ପ୍ରତିଶୃତି ଦେଇଥିଲେ |ବିଧାୟକ ତ୍ରିପାଠୀ ବିଶ୍ୱବିଦ୍ୟାଳୟ ପାଇଁ ବାରମ୍ବାର ବିଧାନସଭା ରେ ଦାବୀ ମଧ୍ୟ ଉଠାଇ ଆସୁଥିଲେ |ଆଜି ମୁଖ୍ୟମନ୍ତ୍ରୀ ମାଝୀ ବିଧାନସଭା ରେ ଝାରସୁଗୁଡା ରେ ଏକ ବିଶ୍ୱ ବିଦ୍ୟାଳୟ ଘୋଷଣା କରିବାରୁ ବିଧାୟକ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଝାରସୁଗୁଡା ବାସୀ ଙ୍କ ସେବା ଜାରି ରହିବ ବୋଲି କହିଛନ୍ତି |ବିଶ୍ୱବିଦ୍ୟାଳୟ ଖୋଲିବା ଖବର ପହଂଚିବା ପରେ ଝାରସୁଗୁଡା ସହର ର ଝଣ୍ଡା ଛକ, ବିଟିଏମ ତଥା ସହର ବିଭିନ୍ନ ସ୍ଥାନ ରେ ବାଣ ଫୁଟାଇ ଉତ୍ସବ ମନା ଯିବା ସହିତ ମିଠା ବଣ୍ଟନ କରାଯାଇଥିଲା |ଝଣ୍ଡା ଛକ ରେ ଉତ୍ସବ ପାଳନ ସମୟ ରେ ଲଳିତ ମଗର, ବିମଳେନ୍ଦୁ ଭୋଲ, ଅରବିନ୍ଦ ପାଠକ, ସନ୍ତୋଷ ଯାଦବ, କାଉନସିଲର ବନ୍ଦନା ମୁନ୍ଦ୍ରା ତରଙ୍ଗ ଦୁବେ, ଦେବବ୍ରତ ପାଣ୍ଡେ, ପୁରୁଷୋତ୍ତମ ଥିରାଣୀ, ରାଜେନ୍ଦ୍ର ସା ପ୍ରମୁଖ ଉପସ୍ଥିତ ରହିଥିଲେ |ଏହି ଖବର ...

ମୁଖ୍ୟମନ୍ତ୍ରୀଙ୍କୁ ମା ତାରା ତାରିଣୀ ଟ୍ରଷ୍ଟ ପକ୍ଷରୁ ନିବେଦନ ପତ୍ର।

ମୁଖ୍ୟମନ୍ତ୍ରୀଙ୍କୁ ମା ତାରା ତାରିଣୀ ଟ୍ରଷ୍ଟ ପକ୍ଷରୁ ନିବେଦନ ପତ୍ର।  ତାରିଣୀ ମନ୍ଦିର ଟ୍ରଷ୍ଟ କର୍ମକର୍ତା ମନ୍ଦିର ସମ୍ମୁଖରେ ଥିବା ଫୋଟୋ ରାଉରକେଲା ସହର ସେକ୍ଟର_୬ ଦୁର୍ଗାପୁର ପାହାଡ ଉପରେ ଅବସ୍ଥିତ ମା ତାରା ତାରିଣୀ ମନ୍ଦିର ୧୯୬୯ ମସିହାରେ ପ୍ରତିଷ୍ଠିତ ହୋଇ ଦୀର୍ଘ ବର୍ଷ ଧରି ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଆସ୍ଥାର କେନ୍ଦ୍ର ସ୍ଥଳୀ ଭାବେ ପରିଚିତ ହୋଇଆସିଛି। ଆଜି ଏହି ପୀଠ ସହରର ଏକ ଅନ୍ୟତମ ପ୍ରାଚୀନ ଓ ଗୁରୁତ୍ବପୂର୍ଣ୍ଣ ଧାର୍ମିକ ପୀଠ ସ୍ଥଳୀ ରୂପେ ଉଭାସିତ ହୋଇଛି। ମକର ସଂକ୍ରାନ୍ତି, ବିଷୁବ ସଂକ୍ରାନ୍ତି, ଅକ୍ଷୟତୃତୀୟା, ଚୈତ୍ର ମାସରେ ନଗର ଭ୍ରମଣ ,ବାସନ୍ତୀ ପୂଜା , ଦୁର୍ଗାପୂଜାରେ ନବରାତ୍ର ଓ ଅନ୍ୟାନ୍ୟ ପର୍ବପର୍ବାଣି ଅବସରରେ ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ସମାଗମ ହୋଇଥାଏ। ପ୍ରକାଶ ଥାଉକି ଅତୀତରେ ଏହି ମନ୍ଦିରକୁ ପୁରୀ ମହାରାଜା ପରିଦର୍ଶନ କରିଥିଲେ।ଏହି କ୍ରମବଦ୍ଧିଷ୍ଣୁ ଭିଡକୁ ଦୂ୍ଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିନା କୌଣସି ସରକାରୀ ପ୍ରୋତ୍ସାହନରେ, ନିଜ ସାଧ୍ୟ ଅନୁଯାୟୀ ଟ୍ରଷ୍ଟ ସଦସ୍ଯ ଓ କେତେକ ସହୁଦୟ ଦାତାଙ୍କ ଆର୍ଥିକ ସହାୟତାରେ ଉନ୍ନୟନମୂଳକ କାର୍ୟ୍ଯ ଅନବରତ ଜାରି ରହିଛି।ତଥାପି,ମନ୍ଦିରର ରୀତିନୀତି, ପର୍ବପର୍ବାଣି ଓ ସାମାଜିକ କାର୍ୟ୍ଯ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଏବଂ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ଉତ୍ତମ ଯୋଗାଯୋଗ ରାସ୍ତା, ସୁବ୍ଯବସ୍ଥିତ ଶୌଚାଳୟ, ଯାନବାହାନ ପାର୍କି...

ଏଆଇ ଟାୱାର ଏବଂ କ୍ୟାମେରା ମାଧ୍ୟମରେ ଟ୍ରେନ କ୍ରସିଙ୍ଗ ଜନିତ ଜଙ୍ଗଳୀ ହାତୀ ଓ ବାନ୍ୟଜନ୍ତୁ ମୃତ୍ୟୁ ମାମଲା ନିୟନ୍ତ୍ରଣ

 ରାଉରକେଲା,20|2-ପ୍ରସଙ୍ଗଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ନିରାଟ ସତ | ଏଆଇ କ୍ୟାମେରା ବଞ୍ଚାଉଛି ହାତୀଙ୍କ ଜୀବନ | ଗୋଟିଏ ପଟେ ରାଜ୍ୟରେ ହାତୀ ସଂଖ୍ୟା ହ୍ରାସ ପାଉଥିବା ବେଲେ, ଟ୍ରେନ ଦୁର୍ଘଟଣାରେ ହାତୀ ପ୍ରାଣ ହରାଇବା ଏକ ଦୁଃଖର ବିଷୟ ସାଢୁଥିବା ବେଲେ ଏଆଇ କ୍ୟାମେରା ହାତୀଙ୍କ ଜୀବନ ବଞ୍ଚାଉଥିବା ବିଷୟ ନିଶ୍ଚିତ ଭାବେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ସାବ୍ୟସ୍ତ ହୋଇଛି | ଯାହା ବନ୍ୟଜନ୍ତୁଙ୍କ ରେଳ କ୍ରସିଙ୍ଗ ଜନିତ ଦୁର୍ଘଟଣା ନିୟନ୍ତ୍ରଣ କ୍ଷେତ୍ରରେ ଏକ ଐତିହାସିକ ସଫଳତା ସୃଷ୍ଟି କରିଛି | ଯାହା ରାଉରକେଲା ବନଖଣ୍ଡ ଅଧିକାରୀ ଓ ତାଙ୍କ ଟିମ କାର୍ଯ୍ୟକାରୀ କରି ଦେଖାଇ ସାରିଛନ୍ତି | ପ୍ରକାଶ ଥାଉକି ଓଡିଶାରେ ପ୍ରଥମଥର ପାଇଁ ଚାରୋଟି ଏଆଇ-ସମ୍ପ୍ରସାରିତ ହାତୀ ସୁରକ୍ଷା ଟାୱାର ରାଉରକେଲା ବଣ ବିଭାଗ ସ୍ଥାପନ କରିଛି । ଏହି ପ୍ରୟାସ ଦ୍ବାରା ସମ୍ଭାବ୍ୟ ଭୟାବହ ଟ୍ରେନ୍ ହାତୀ ଧକ୍କାକୁ ସଫଳତାର ସହ ରୋକାଯାଇ ପାରିଛି। ଏହା ବର୍ତ୍ତମାନର ପ୍ରଯୁକ୍ତି ଓ ପରିବେଶ ସୁରକ୍ଷାର ଏକ ଉଲ୍ଲେଖନୀୟ ଦୃଷ୍ଟାନ୍ତ ସାଜିଛି| ୨୦୨୪ ନଭେମ୍ବର ୧୮ ପର୍ଯ୍ୟନ୍ତ ଏହି ବିଭାଗରେ ଟ୍ରେନ୍ ଦୁର୍ଘଟନାରେ ୫ଟି ହାତୀର ମୃତ୍ୟୁ ଘଟିଥିଲା I ଦକ୍ଷିଣ - ପୂର୍ବ ରେଳପଥ ଅଧୀନରେ ଥିବା ରେଳ ଲାଇନ ଘନବନ ଅଞ୍ଚଳ ମଧ୍ୟ ଦେଇ ଯାଇଛି। ଯାହା ହାତୀମାନଙ୍କ ପାରମ୍ପରିକ ଚଳାଚଳ ପଥକୁ ବିଭକ୍ତ କରି ସେମାନଙ୍କୁ ନିରନ୍ତର ଅସୁବିଧାରେ ପକାଇଥାଏ । ହାୱଡ଼ା-ମୁମ୍ବାଇ ମ...

ଜାତୀୟ ଶିଶୁସାହିତ୍ୟିକ ସମ୍ମିଳନୀରେ ରାଉରକେଲା କବି ସମ୍ମାନିତ

ରାଉରକେଲା, ୧୮୲୨ : ବରଗଡ଼ ଜିଲ୍ଲାର ବରପାଲି ଠାରେ ଅୟୋଜିତ ଜାତୀୟ ଶିଶୁସାହିତ୍ୟିକ ସମ୍ମିଳନୀରେ ରାଉରକେଲାର ୧୨ ଜଣ କବି ସମ୍ମାନିତ ହୋଇଛନ୍ତି l          ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ପବିତ୍ର ଜନ୍ମମାଟି ବରପାଲିର ଲିଟିଲ ଏଞ୍ଜେଲସ୍ ପବ୍ଲିକ୍ ସ୍କୁଲ୍ ପରିସରରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡଃ. ରବୀନ୍ଦ୍ର ଗଡତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡାକ୍ତର ଧୀରେନ୍ଦ୍ର ନାଥ ମୁଣ୍ଡ ଜାତୀୟ ଶିଶୁ ସାହିତ୍ୟିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ଡଃ.ରମାକାନ୍ତ ଜେନା,  ମୁଖ୍ୟ ବକ୍ତା ଡଃ. ରାଜ କିଶୋର ପାଢ଼ୀ, ସମ୍ମାନିତ ବକ୍ତା ଡଃ. ସୁନାମଣି ରାଉତ, ମହେନ୍ଦ୍ର ମଲ୍ଲିକ୍ , ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ସମ୍ପାଦକ ବୀରେନ୍ଦ୍ର ମହାନ୍ତି, ଡଃ. ରବି ନାରାୟଣ ସାହୁ ଓ ସୁନିତା ମୁଣ୍ଡ ପ୍ରମୁଖ ପ୍ରତିପାଦିତ ପ୍ରତିଭା ମାନଙ୍କୁ ମାନପତ୍ର, ସ୍ମୃତି ଫଳକ ଓ ଉତ୍ତରୀୟ ରେ ସମ୍ଵର୍ଦ୍ଧିତ କରିଥିଲେ l ରାଉରକେଲାରୁ ତେଲିଙ୍ଗିବାଜା ପତ୍ରିକାର ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ବାରିକଙ୍କ ତତ୍ତ୍ୱାବଧାନରେ କବି ଡ. ସରୋଜିନୀ ସାହୁ, ସୁସ୍ମିତା ମହାପାତ୍ର, ଶୁଚିତ୍ସ୍ମିତା ପଣ୍ଡା, ସତ୍ୟବ୍ରତ ଦାସ, ନିକୁଞ୍ଜ ବିହାରୀ ଦାଶ, ଉପେନ୍ଦ୍ର କୁମାର ବସ୍ତିଆ, ଦିବାକର ଦାସ, ଡଃ. ନିଶିକାନ୍ତ ମିଶ୍ର, ହୃଷୀକେଶ ସାହୁ ପ୍ରମୁଖଙ୍କୁ ଅତିଥିମାନେ ସମ୍ଵର୍ଦ୍ଧିତ କରିଥିଲେ l କବିମାନେ ବରପାଲି ...