ଝାରସୁଗୁଡା ରେ ଖୋଲିବ ବିଶ୍ୱବିଦ୍ୟାଳୟ, ବଜେଟ ଅଧିବେଶନ ରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ନିର୍ବାଚନୀ ପ୍ରତିଶୃତି ପାଳନ କଲେ ବିଧାୟକ, ଉତ୍ସବମୁଖର ଝାରସୁଗୁଡା,
![]() |
| ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ |
ଝାରସୁଗୁଡା,୨୦/୨,ଝାରସୁଗୁଡା ରେ ବିଶ୍ୱ ବିଦ୍ୟାଳୟ ପାଠ୍ୟକ୍ରମ ଖୋଲିବା ପାଇଁ ବିଧାନସଭା ବଜେଟ ଅଧିବେଶନ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଘୋଷଣା କରିଛନ୍ତି |ଯାହାକୁ ନେଇ ଗୁରୁବାର ସନ୍ଧ୍ୟା ରେ ଝାରସୁଗୁଡା ସହର ଉତ୍ସବ ମୁଖର ହୋଇ ଉଠିଛି |ଗତ ବିଧାନସଭା ନିର୍ବାଚନ ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ତାଙ୍କ ନିର୍ବାଚନ ଇସ୍ତାହାର ରେ ଝାରସୁଗୁଡା ରେ ଏକ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ପ୍ରତିଶୃତି ଦେଇଥିଲେ |ବିଧାୟକ ତ୍ରିପାଠୀ ବିଶ୍ୱବିଦ୍ୟାଳୟ ପାଇଁ ବାରମ୍ବାର ବିଧାନସଭା ରେ ଦାବୀ ମଧ୍ୟ ଉଠାଇ ଆସୁଥିଲେ |ଆଜି ମୁଖ୍ୟମନ୍ତ୍ରୀ ମାଝୀ ବିଧାନସଭା ରେ ଝାରସୁଗୁଡା ରେ ଏକ ବିଶ୍ୱ ବିଦ୍ୟାଳୟ ଘୋଷଣା କରିବାରୁ ବିଧାୟକ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଝାରସୁଗୁଡା ବାସୀ ଙ୍କ ସେବା ଜାରି ରହିବ ବୋଲି କହିଛନ୍ତି |ବିଶ୍ୱବିଦ୍ୟାଳୟ ଖୋଲିବା ଖବର ପହଂଚିବା ପରେ ଝାରସୁଗୁଡା ସହର ର ଝଣ୍ଡା ଛକ, ବିଟିଏମ ତଥା ସହର ବିଭିନ୍ନ ସ୍ଥାନ ରେ ବାଣ ଫୁଟାଇ ଉତ୍ସବ ମନା ଯିବା ସହିତ ମିଠା ବଣ୍ଟନ କରାଯାଇଥିଲା |ଝଣ୍ଡା ଛକ ରେ ଉତ୍ସବ ପାଳନ ସମୟ ରେ ଲଳିତ ମଗର, ବିମଳେନ୍ଦୁ ଭୋଲ, ଅରବିନ୍ଦ ପାଠକ, ସନ୍ତୋଷ ଯାଦବ, କାଉନସିଲର ବନ୍ଦନା ମୁନ୍ଦ୍ରା ତରଙ୍ଗ ଦୁବେ, ଦେବବ୍ରତ ପାଣ୍ଡେ, ପୁରୁଷୋତ୍ତମ ଥିରାଣୀ, ରାଜେନ୍ଦ୍ର ସା ପ୍ରମୁଖ ଉପସ୍ଥିତ ରହିଥିଲେ |ଏହି ଖବର ପରେ ଝାରସୁଗୁଡା ଜିଲ୍ଲା ସାରା ଏକ ଖୁସି ର ବାତାବରଣ ସୃଷ୍ଟି ହୋଇଛି |ବିଶ୍ୱବିଦ୍ୟାଳୟ କୁ ନେଇ ଝାରସୁଗୁଡା ର ବରିଷ୍ଠ ନାଗରିକ,ବୁଦ୍ଧିଜିବୀ,ମହିଳା, ଛାତ୍ର ମହଲ ରେ ଏହା ଏକ ଐତିହାସିକ କାର୍ଯ୍ୟ ଯାହାକି ଏକ ଇତିହାସ ସୃଷ୍ଟି କରିଛି ବୋଲି ମତ ପ୍ରକାଶ କରିଛନ୍ତି |

Comments
Post a Comment