- ମୁଖ୍ୟମନ୍ତ୍ରୀଙ୍କୁ ମା ତାରା ତାରିଣୀ ଟ୍ରଷ୍ଟ ପକ୍ଷରୁ ନିବେଦନ ପତ୍ର।
ରାଉରକେଲା ସହର ସେକ୍ଟର_୬ ଦୁର୍ଗାପୁର ପାହାଡ ଉପରେ ଅବସ୍ଥିତ ମା ତାରା ତାରିଣୀ ମନ୍ଦିର ୧୯୬୯ ମସିହାରେ ପ୍ରତିଷ୍ଠିତ ହୋଇ ଦୀର୍ଘ ବର୍ଷ ଧରି ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଆସ୍ଥାର କେନ୍ଦ୍ର ସ୍ଥଳୀ ଭାବେ ପରିଚିତ ହୋଇଆସିଛି। ଆଜି ଏହି ପୀଠ ସହରର ଏକ ଅନ୍ୟତମ ପ୍ରାଚୀନ ଓ ଗୁରୁତ୍ବପୂର୍ଣ୍ଣ ଧାର୍ମିକ ପୀଠ ସ୍ଥଳୀ ରୂପେ ଉଭାସିତ ହୋଇଛି। ମକର ସଂକ୍ରାନ୍ତି, ବିଷୁବ ସଂକ୍ରାନ୍ତି, ଅକ୍ଷୟତୃତୀୟା, ଚୈତ୍ର ମାସରେ ନଗର ଭ୍ରମଣ ,ବାସନ୍ତୀ ପୂଜା , ଦୁର୍ଗାପୂଜାରେ ନବରାତ୍ର ଓ ଅନ୍ୟାନ୍ୟ ପର୍ବପର୍ବାଣି ଅବସରରେ ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ସମାଗମ ହୋଇଥାଏ। ପ୍ରକାଶ ଥାଉକି ଅତୀତରେ ଏହି ମନ୍ଦିରକୁ ପୁରୀ ମହାରାଜା ପରିଦର୍ଶନ କରିଥିଲେ।ଏହି କ୍ରମବଦ୍ଧିଷ୍ଣୁ ଭିଡକୁ ଦୂ୍ଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିନା କୌଣସି ସରକାରୀ ପ୍ରୋତ୍ସାହନରେ, ନିଜ ସାଧ୍ୟ ଅନୁଯାୟୀ ଟ୍ରଷ୍ଟ ସଦସ୍ଯ ଓ କେତେକ ସହୁଦୟ ଦାତାଙ୍କ ଆର୍ଥିକ ସହାୟତାରେ ଉନ୍ନୟନମୂଳକ କାର୍ୟ୍ଯ ଅନବରତ ଜାରି ରହିଛି।ତଥାପି,ମନ୍ଦିରର ରୀତିନୀତି, ପର୍ବପର୍ବାଣି ଓ ସାମାଜିକ କାର୍ୟ୍ଯ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଏବଂ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ଉତ୍ତମ ଯୋଗାଯୋଗ ରାସ୍ତା, ସୁବ୍ଯବସ୍ଥିତ ଶୌଚାଳୟ, ଯାନବାହାନ ପାର୍କିଂ ବ୍ୟବସ୍ଥା ଓ ଅନ୍ୟାନ୍ୟ ମୌଳିକ ସୁବିଧାର ନିହାତି ଆବଶ୍ଯକତା ରହିଛି।ଏହି ପରିପେକ୍ଷୀରେ,, ମା ତାରା ତାରିଣୀ ମନ୍ଦିରର ପୁରାତନ ଐତିହ୍ୟ, ଧାର୍ମିକ ପରମ୍ପରା ଓ ସାମାଜିକ ଗୁରୁତ୍ବକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ଆପଣଙ୍କ ପକ୍ଷରୁ ଯଥାସମ୍ଭବ ଆର୍ଥିକ ସହାୟତା/ପ୍ରୋତ୍ସାହନ ପ୍ରଦାନ କରାଗଲେ, ତାହା ଶ୍ରଦ୍ଧାଳୁ ଓ ମନ୍ଦିର ଦର୍ଶନ ନିମନ୍ତେ ଆସୁଥିବା ପରିଦର୍ଶକ ଅତ୍ୟନ୍ତ ଉପକୁତ ହୋଇପାରନ୍ତେ। ଏହି ଅବସରରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏକ ପ୍ରତିନିଧି ଦଳ ସ୍ଥାନୀୟ ବିଧାୟକ ଦୁର୍ଗା ଚରଣ ତନ୍ତି ଙ୍କୁ ସାକ୍ଷାତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।ମନ୍ଦିର ଟ୍ରଷ୍ଟ ପକ୍ଷରୁ ସର୍ବଶ୍ରୀ ବିଶ୍ବଜିତ ଜେନା, ଭାସ୍କର ନନ୍ଦ, ରମାକାନ୍ତ ମହାରଣା, ସୁବାଷ ପାଢ଼ୀ, ସୁଶାନ୍ତ ଦଳେଇ, ଶ୍ରବଣ ଦଳେଇ, ଲୋକେଶ ରାଉତ, କାଳିଦାସ ପାତ୍ର, ଅମରନାଥ ଜେନା, ଅର୍ଜୁନ ପଣ୍ଡା, ଗୋପାଳ ସାହୁ, ମୀନକେତନ ନନ୍ଦ ଇତ୍ୟାଦି ଉପସ୍ଥିତରେ ଏହି ପତ୍ରଟି ପ୍ରଦାନ କରାଯାଇଥିଲା।
ତାରିଣୀ ମନ୍ଦିର ଟ୍ରଷ୍ଟ କର୍ମକର୍ତା ମନ୍ଦିର ସମ୍ମୁଖରେ ଥିବା ଫୋଟୋ
Friday, February 20, 2026
ମୁଖ୍ୟମନ୍ତ୍ରୀଙ୍କୁ ମା ତାରା ତାରିଣୀ ଟ୍ରଷ୍ଟ ପକ୍ଷରୁ ନିବେଦନ ପତ୍ର।
Subscribe to:
Post Comments (Atom)
-
A demand has been made by the Rourkela Engineers Association to develop Rourkela into “Greater Rourkela” Cabinet m...
-
ଓଡିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ସହିତ ସଂଘ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହିତ ରାଉରକେଲା ଇଂଜିନିୟର ସଂଘର ବିମଳ ବିଶି ଓ ଅନ୍ୟମାନେ ସୁରେଶ ପ...
-
रेवेन्यू मिनिस्टर सुरेश पुजारी के साथ बिमल बिशी ग्रेटर राउरकेला के मांग को लेकर राउरकेला इंजीनियर एसोसिएशन के तरफ से सौंपा गया ज्ञापन ...

No comments:
Post a Comment