Skip to main content

Posts

Showing posts from July 26, 2026

ପୁଣି ଗ୍ରୁପ ଲୋନ ନାଁରେ ଠକେଇ

ଗ୍ରୁପ୍ ଲୋନ୍‌ର ପ୍ରଲୋଭନ ଦେଇ ଲକ୍ଷାଧିକ ଟଙ୍କା ଠକେଇ, ଛେଣ୍ଡ ଥାନାରେ ଶତାଧିକ ମହିଳାଙ୍କ ଅଭିଯୋଗ ରାଉରକେଲା,26|7(ଭାଗ୍ୟ ପ୍ରଣେତା)-ଗ୍ରୁପ୍ ଲୋନ୍ କରାଇ ଦେବାର ପ୍ରଲୋଭନ ଦେଇ ଶତାଧିକ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ରାଉରକେଲାରେ ସାମ୍ନାକୁ ଆସିଛି। ଘଟଣାକୁ ନେଇ ପୀଡ଼ିତ ମହିଳାମାନେ ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, କଳିଙ୍ଗ ବିହାରର ଏସ୍–୩ଏମ୍/୨ ନମ୍ବର ପ୍ଲଟ୍‌ରେ ‘ସାଉଥ୍ ଇଣ୍ଡିୟାନ୍ ବ୍ୟାଙ୍କ’ ନାମରେ ଏକ କାର୍ଯ୍ୟାଳୟ ଖୋଲାଯାଇଥିଲା। ସେଠାରେ କାର୍ଯ୍ୟରତ କର୍ମଚାରୀମାନେ ବିଭିନ୍ନ ବସ୍ତିକୁ ଯାଇ ମହିଳାମାନଙ୍କୁ ଏକାଠି କରି ଗ୍ରୁପ୍ ଲୋନ୍ ସମ୍ପର୍କରେ ବୈଠକ କରୁଥିଲେ। ସିଭିଲ୍ ରିପୋର୍ଟରେ ସମସ୍ୟା ଥିଲେ ଟଙ୍କା ନେଇ ତାହା ଠିକ୍ କରିଦେବାର ପ୍ରତିଶ୍ରୁତି ମଧ୍ୟ ଦେଉଥିଲେ। ଲୋନ୍ ପାଇବା ଆଶାରେ ସେକ୍ଟର–୧୩, ସେକ୍ଟର–୧୪, ବେଲଡିହି, କଲୁଙ୍ଗା, ଛେଣ୍ଡ କଲୋନୀ ସମେତ ବିଭିନ୍ନ ଅଞ୍ଚଳର ଶତାଧିକ ମହିଳା ଏହି ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ସିଭିଲ୍ ରିପୋର୍ଟ ସଠିକ୍ କରିବା ନାଁରେ ପ୍ରତ୍ୟେକଙ୍କଠାରୁ ୨,୬୨୦ ଟଙ୍କା ଏବଂ ୬୫ ହଜାର ଟଙ୍କାର ଲୋନ୍ କରାଇଦେବା ପାଇଁ ୫,୦୨୦ ଟଙ୍କା ଆଦାୟ କରାଯାଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଗତ ୨୪ ତାରିଖରେ କଳିଙ୍ଗ ବିହାର କାର୍ଯ୍ୟାଳୟରେ ଏକ ବୈଠକ କରି ସମସ୍ତ କାଗଜପତ୍ର...

୫ ପଞ୍ଚାୟତ ସହ ପାନପୋଷ ଉପଖଣ୍ଡରେ ଜରୁରୀ ସେବା ନେଇ ବଢ଼ିଲା ଚିନ୍ତା

ଲାଠିକଟାକୁ ସ୍ଥାନାନ୍ତର ହେବ ପାନପୋଷ ଅଗ୍ନିଶମ କେନ୍ଦ୍ର! ୫ ପଞ୍ଚାୟତ ସହ ପାନପୋଷ ଉପଖଣ୍ଡରେ ଜରୁରୀ ସେବା ନେଇ ବଢ଼ିଲା ଚିନ୍ତା ରାଉରକେଲା,26|7(ଭାଗ୍ୟ ପ୍ରଣେତା): ପାନପୋଷ ଅଗ୍ନିଶମ କେନ୍ଦ୍ରକୁ ଲାଠିକଟାକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଲାଠିକଟାରେ ନୂତନ ଅଗ୍ନିଶମ କେନ୍ଦ୍ର ଭବନ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବାବେଳେ, କେବଳ ସେବା ଆରମ୍ଭ ହେବା ବାକି ରହିଛି। ତେବେ ଏହି ସ୍ଥାନାନ୍ତରକୁ ନେଇ ପାନପୋଷ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ୧୯୮୫ ମସିହାରୁ ଛେଣ୍ଡ କଳିଙ୍ଗ ବିହାର ନିକଟସ୍ଥ ଟିସ୍କୋ କଲୋନୀରେ କାର୍ଯ୍ୟରତ ପାନପୋଷ ଅଗ୍ନିଶମ କେନ୍ଦ୍ର ଦୀର୍ଘଦିନ ଧରି ପାନପୋଷ ଉପଖଣ୍ଡର ଜରୁରୀ ସେବାର ମୁଖ୍ୟ ଭରସା ପାଲଟିଛି। କେନ୍ଦ୍ରରେ ଅଧିକାରୀ, ଫାୟାରମ୍ୟାନ୍, ଚାଳକ ଓ ଆବଶ୍ୟକ ଅଗ୍ନିନିର୍ବାପକ ସରଞ୍ଜାମ ଉପଲବ୍ଧ ରହିଛି। ବର୍ତ୍ତମାନ ଏହି କେନ୍ଦ୍ରରୁ ଛେଣ୍ଡ କଲୋନୀ, ପାନପୋଷ ବସ୍ତି, ବେଦବ୍ୟାସ, ଆଇଡିସି ସମେତ ଲାଠିକଟା ବ୍ଲକର କଲୁଙ୍ଗା (କ) ଓ (ଖ), ଚିକଟମାଟି, ଲୁଙ୍ଗେଇ ଓ ବଲଣ୍ଡା ପଞ୍ଚାୟତକୁ ତୁରନ୍ତ ଅଗ୍ନିଶମ ଓ ଉଦ୍ଧାର ସେବା ଯୋଗାଯାଉଛି। ଅଗ୍ନିକାଣ୍ଡ ହେଉ କିମ୍ବା ବ୍ରାହ୍ମଣୀ ନଦୀରେ ଉଦ୍ଧାର କାର୍ଯ୍ୟ, ଏହି କେନ୍ଦ୍ରର କର୍ମଚାରୀମାନେ ଅଳ୍ପ ସମୟରେ ଘଟଣାସ୍ଥଳରେ ପହଞ୍ଚିଥାନ୍ତି। ତେବେ କେନ୍ଦ୍ରଟି ଲାଠିକଟାକୁ ସ୍ଥାନାନ୍ତର ହେଲେ ପାନପୋଷ ଉପଖଣ୍ଡର ଘନବସତି ଅଞ୍...

ହାତ ଦେଖା ପାଇଁ ୨୨ ହଜାର ଟଙ୍କା ଦାବି, ଜ୍ୟୋତିଷଙ୍କୁ ପିଟିପିଟି ହତ୍ୟା

  ହାତ ଦେଖା ପାଇଁ ୨୨ ହଜାର ଟଙ୍କା ଦାବି, ଜ୍ୟୋତିଷଙ୍କୁ ପିଟିପିଟି ହତ୍ୟା     ଲହୁଣିପଡ଼ା,26|7(ଭାଗ୍ୟ ପ୍ରଣେତା)-ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଟାମ୍ପରକେଲା ଗାଁରେ ହାତ ଦେଖି ପାଉଣା ଟଙ୍କାକୁ କେନ୍ଦ୍ର କରି ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଛତିଶଗଡ଼ର ଜ୍ୟୋତିଷ ଖୁସିରାମ ଯୋଶୀ (୨୨)ଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିବାବେଳେ, ଘଟଣା ପରେ ଅଭିଯୁକ୍ତ ଲଳିତ ମୁଣ୍ଡାରୀ (୪୫) ଫେରାର ହୋଇଯାଇଛନ୍ତି। ପୁଲିସ୍ ତାଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି। ପୁଲିସ୍ ସୂଚନା ଅନୁସାରେ, ଛତିଶଗଡ଼ର ବାସିନ୍ଦା ଖୁସିରାମ ଏକ ବୃଷଭ ସହ ଗାଁ ଗାଁ ବୁଲି ଲୋକଙ୍କ ହାତ ଦେଖି ଭବିଷ୍ୟତ ସମ୍ପର୍କରେ କହୁଥିଲେ। ଶନିବାର ଅପରାହ୍ଣରେ ସେ ଟାମ୍ପରକେଲା ଗାଁକୁ ଯାଇ ଲଳିତ ମୁଣ୍ଡାରୀଙ୍କ ହାତ ଦେଖିଥିଲେ। ଏହାପରେ ସେ ପାଉଣା ବାବଦରେ ୨୨ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି। ଦିନମଜୁରିଆ ଲଳିତ ଏତେ ଟଙ୍କା ଦେବାରେ ଅସମର୍ଥତା ପ୍ରକାଶ କରିବା ପରେ ଉଭୟଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ବିବାଦ ଉଗ୍ର ରୂପ ନେବାରୁ ଲଳିତ ଏକ ଠେଙ୍ଗାରେ ଖୁସିରାମଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଆଘାତରେ ଘଟଣାସ୍ଥଳରେ ହିଁ ଖୁସିରାମଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ଖବର ପାଇ ଗୁରୁଣ୍ଡିଆ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠ...

ଜୈବ ବିବିଧତା ନେଇ ବଢିଲା ଚିନ୍ତା

କର୍ଲାପାଟ ଅଭୟାରଣ୍ୟରୁ ୪.୩୨ ବର୍ଗ କିମି ଅଞ୍ଚଳ ହ୍ରାସ; ବକ୍ସାଇଟ୍ ଖଣି ନିଲାମକୁ ମାର୍ଗ ପ୍ରଶସ୍ତ, ଜୈବବିବିଧତା ନେଇ ବଢ଼ିଲା ଚିନ୍ତା                                    ଭବାନୀପାଟଣା,26|7(ଭାଗ୍ୟ ପ୍ରଣେତା)-କଳାହାଣ୍ଡି ଜିଲ୍ଲାର ପରିବେଶ ସମ୍ବେଦନଶୀଳ କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ସଂଲଗ୍ନ ବକ୍ସାଇଟ୍ ଖଣି ବ୍ଲକର ନିଲାମ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ଅଭୟାରଣ୍ୟର ପ୍ରାୟ ୪.୩୨ ବର୍ଗ କିଲୋମିଟର ଅଞ୍ଚଳକୁ ହ୍ରାସ କରାଯାଇଥିବାରୁ ଖଣି ନିଲାମରେ ଥିବା ଆଇନଗତ ଓ ପରିବେଶଗତ ବାଧା ଦୂର ହୋଇଛି। ତେବେ ଏହି ନିଷ୍ପତ୍ତିକୁ ନେଇ ପରିବେଶବିତ୍ ଓ ବନ୍ୟଜନ୍ତୁ ସୁରକ୍ଷା କର୍ମୀମାନେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। କର୍ଲାପାଟ ବକ୍ସାଇଟ୍ ବ୍ଲକ ପରିବେଶ ଦୃଷ୍ଟିରୁ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଆସିଛି। ଏହି ଅଞ୍ଚଳ ହାତୀଙ୍କ ଚଲାପଥ ଓ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବାରୁ ପୂର୍ବରୁ ଖଣି ନିଲାମ ପ୍ରକ୍ରିୟା ବିଭିନ୍ନ ଆଇନଗତ ଓ ପରିବେଶ ସମ୍ବନ୍ଧୀୟ ବାଧାର ସମ୍ମୁଖୀନ ହୋଇଥିଲା। ବର୍ତ୍ତମାନ ଅଭୟାରଣ୍ୟର ସୀମା ହ୍ରାସ ପରେ ନିଲାମ ପ୍ରକ୍ରିୟା ଆଗକୁ ବଢ଼ିବାର ରାସ୍ତା ସୁଗମ ହୋଇଛି। ସରକାରୀ ଆକଳନ ଅନୁଯାୟୀ, ପ୍ରାୟ ୩,୧୦୦ ହେକ୍ଟର ଅଞ୍ଚଳରେ ୨୨୦ ନିୟୁତ ଟନ୍‌ରୁ ଅଧିକ ବକ୍ସାଇଟ୍ ଖଣିଜ ଗ...