Friday, February 20, 2026
କମ୍ପାନୀ ମାନଙ୍କ ଦ୍ୱାରା ବେଆଇନ ଭାବେ ଜଙ୍ଗଲ ଜମି ଜବର ଦଖଲକୁ ହଟାଇବା ପାଇଁ ପଦକ୍ଷେପ : ଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ ଡ଼ିଏଫଓ
ଝାରସୁଗୁଡା, ୨୦/୨, ଝାରସୁଗୁଡା ଜିଲ୍ଲାରେ ବିଭିନ୍ନ କମ୍ପାନୀ ମାନଙ୍କ ଦ୍ୱାରା ଜଙ୍ଗଲ ଜମିକୁ ବେଆଇନ ଭାବେ ଜବର ଦଖଲ କରି ରଖିଥିବା ଅନେକ ଅଭିଯୋଗ ରହିଛି I ଏନେଇ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ଏହା ଉପରେ ପିସିସିଏଫ ସମ୍ବଲପୁର କୁ ପତ୍ର ଲେଖି ଅବଗତ କରିବା ପରେ ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ କମ୍ପାନୀ ମାନଙ୍କ ଦ୍ୱାରା ବେଆଇନ ଜଙ୍ଗଲ ଜମିରେ ଜବର ଦଖଲ ହଟାଇବା ପାଇଁ ବନବିଭାଗ ଚେଇଁ ଉଠିଛି |ସୂଚନା ଅନୁଯାୟୀ ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ ବହୁ ଗୁଡିଏ କମ୍ପାନୀ ଜଙ୍ଗଲ ଜମି ଦଖଲ କରିଥିବା ନେଇ ବିଧାୟକ ହରିପାଲ ଗତ ସପ୍ତାହରେ ଝାରସୁଗୁଡା ଓ ସମ୍ବଲପୁର ଗସ୍ତରେ ଆସିଥିବା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ଚେୟାରମାନ ଙ୍କୁ ମଧ୍ୟ ପତ୍ର ଦେଇଥିଲେ I ଏନେଇ ଝାରସୁଗୁଡା ଡ଼ିଏଫଓ ଜିଲ୍ଲାପାଳଙ୍କୁ ଏକ ପତ୍ର ଲେଖି ଜଙ୍ଗଲ ଅଧିନିୟମ ୨୦୨୩ ଆଇନର ପାଳନ କରିବା ସହ କମ୍ପାନୀ ମାନଙ୍କ ଦ୍ୱାରା ଦଖଲ ହୋଇଥିବା ଜଙ୍ଗଲ ଜମିକୁ ମୁକ୍ତ କରିବ ସହ ଜଙ୍ଗଲ ଓ ପରିବେଶ ର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି I ଏହାସହ ଏକ ଯୁଗ୍ମ ତଦନ୍ତ କରି ଜଙ୍ଗଲ ଜମି ଅକ୍ତିଆର କରିଥିବା କମ୍ପାନୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପାଇଁ ପତ୍ରରେ ଉଲ୍ଲେଖ କରିଛନ୍ତି I ଏପରିକି ଏହାର ଏକକିତା ନକଲ ସିସିଏଫ ସମ୍ବଲପୁର, ଝାରସୁଗୁଡା ଜିଲ୍ଲାର ସମସ୍ତ ରେଞ୍ଜର ଓ ତହସିଲଦାର ଙ୍କୁ ପ୍ରେରଣ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି I
Subscribe to:
Post Comments (Atom)
-
A demand has been made by the Rourkela Engineers Association to develop Rourkela into “Greater Rourkela” Cabinet m...
-
ଓଡିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ସହିତ ସଂଘ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହିତ ରାଉରକେଲା ଇଂଜିନିୟର ସଂଘର ବିମଳ ବିଶି ଓ ଅନ୍ୟମାନେ ସୁରେଶ ପ...
-
रेवेन्यू मिनिस्टर सुरेश पुजारी के साथ बिमल बिशी ग्रेटर राउरकेला के मांग को लेकर राउरकेला इंजीनियर एसोसिएशन के तरफ से सौंपा गया ज्ञापन ...

No comments:
Post a Comment