ରାଉରକେଲା,20|2-ପ୍ରସଙ୍ଗଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ନିରାଟ ସତ | ଏଆଇ କ୍ୟାମେରା ବଞ୍ଚାଉଛି ହାତୀଙ୍କ ଜୀବନ | ଗୋଟିଏ ପଟେ ରାଜ୍ୟରେ ହାତୀ ସଂଖ୍ୟା ହ୍ରାସ ପାଉଥିବା ବେଲେ, ଟ୍ରେନ ଦୁର୍ଘଟଣାରେ ହାତୀ ପ୍ରାଣ ହରାଇବା ଏକ ଦୁଃଖର ବିଷୟ ସାଢୁଥିବା ବେଲେ ଏଆଇ କ୍ୟାମେରା ହାତୀଙ୍କ ଜୀବନ ବଞ୍ଚାଉଥିବା ବିଷୟ ନିଶ୍ଚିତ ଭାବେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ସାବ୍ୟସ୍ତ ହୋଇଛି | ଯାହା ବନ୍ୟଜନ୍ତୁଙ୍କ ରେଳ କ୍ରସିଙ୍ଗ ଜନିତ ଦୁର୍ଘଟଣା ନିୟନ୍ତ୍ରଣ କ୍ଷେତ୍ରରେ ଏକ ଐତିହାସିକ ସଫଳତା ସୃଷ୍ଟି କରିଛି | ଯାହା ରାଉରକେଲା ବନଖଣ୍ଡ ଅଧିକାରୀ ଓ ତାଙ୍କ ଟିମ କାର୍ଯ୍ୟକାରୀ କରି ଦେଖାଇ ସାରିଛନ୍ତି | ପ୍ରକାଶ ଥାଉକି ଓଡିଶାରେ ପ୍ରଥମଥର ପାଇଁ ଚାରୋଟି ଏଆଇ-ସମ୍ପ୍ରସାରିତ ହାତୀ ସୁରକ୍ଷା ଟାୱାର ରାଉରକେଲା ବଣ ବିଭାଗ ସ୍ଥାପନ କରିଛି । ଏହି ପ୍ରୟାସ ଦ୍ବାରା ସମ୍ଭାବ୍ୟ ଭୟାବହ ଟ୍ରେନ୍ ହାତୀ ଧକ୍କାକୁ ସଫଳତାର ସହ ରୋକାଯାଇ ପାରିଛି। ଏହା ବର୍ତ୍ତମାନର ପ୍ରଯୁକ୍ତି ଓ ପରିବେଶ ସୁରକ୍ଷାର ଏକ ଉଲ୍ଲେଖନୀୟ ଦୃଷ୍ଟାନ୍ତ ସାଜିଛି| ୨୦୨୪ ନଭେମ୍ବର ୧୮ ପର୍ଯ୍ୟନ୍ତ ଏହି ବିଭାଗରେ ଟ୍ରେନ୍ ଦୁର୍ଘଟନାରେ ୫ଟି ହାତୀର ମୃତ୍ୟୁ ଘଟିଥିଲା I ଦକ୍ଷିଣ - ପୂର୍ବ ରେଳପଥ ଅଧୀନରେ ଥିବା ରେଳ ଲାଇନ ଘନବନ ଅଞ୍ଚଳ ମଧ୍ୟ ଦେଇ ଯାଇଛି। ଯାହା ହାତୀମାନଙ୍କ ପାରମ୍ପରିକ ଚଳାଚଳ ପଥକୁ ବିଭକ୍ତ କରି ସେମାନଙ୍କୁ ନିରନ୍ତର ଅସୁବିଧାରେ ପକାଇଥାଏ । ହାୱଡ଼ା-ମୁମ୍ବାଇ ମୁଖ୍ୟ ରେଳପଥ ଏବଂ ହାଟିଆ-ବନ୍ଧମୁଣ୍ଡା-ବରସୁଆ ଶାଖା ରେଳପଥ, ଯାହାକି ବନ୍ଧମୁଣ୍ଡାରେ ସଂଯୁକ୍ତ ହୋଇଛି, ଯାହା ହାତୀ ଚଳାଚଳ ଅଞ୍ଚଳ ଭାବେ ବିଦିତ | ଏହା ଏତେ ବିସ୍ତୃତ ଯେ, ଏହି ଅଞ୍ଚଳରେ ହାତୀ ଚଳାଚଳର ନିରୀକ୍ଷଣ କରିବା ଅତ୍ୟନ୍ତ କଠିନ ହୋଇପଡେ।୨୦୨୪ ନଭେମ୍ବର ୧୯ରୁ ଏହି ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଚାରୋଟି ଆଧୁନିକ ଏଆଇ ଟାୱାର କାର୍ଯ୍ୟରତ କରାଯାଇଛି, ଯାହାର ବିଶେଷତା ହେଲା ଉନ୍ନତ ଥର୍ମାଲ୍ ଇମେଜିଂ କ୍ୟାମେରା, ଉଚ୍ଚ ସମ୍ବେଦନଶୀଳ ମୋଶନ୍ ସେନ୍ସର, ମେସିନ୍ ଲର୍ଣ୍ଣିଙ୍ଗ ଆଧାରିତ ପ୍ରାଣୀ ପରିଚୟ ପ୍ରଣାଳୀ ଏବଂ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷକୁ ତୁରନ୍ତ ସଚେତନ ବାର୍ତ୍ତା ପ୍ରେରଣ କରିବା କାର୍ଯ୍ୟ କରେ|
ଏହି ଏଆଇ ଟାୱାରଗୁଡ଼ିକୁ ହାୱଡ଼ା-ମୁମ୍ବାଇ ମୁଖ୍ୟ ରେଳପଥର ମହିପାଣି ଓ ସୋନାଖାନ ଏବଂ ବନ୍ଧମୁଣ୍ଡା-ବରସୁଆଁ ଶାଖା ରେଳପଥର ଡାଲାକୁଦର ଓ କୁଚେଇତା ଠାରେ ସ୍ଥାପିତ କରାଯାଇଛି। ଏହା ଓଡ଼ିଶାରେ ପ୍ରଥମ ଏଆଇ ଭିତ୍ତିକ ବନ୍ୟଜନ୍ତୁ ସୁରକ୍ଷା ପ୍ରୟାସ ଭାବେ ଉଦୀୟମାନ ହୋଇଛି| ୨୦୨୪ ନଭେମ୍ବର ୧୯ରୁ ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ପ୍ରାୟ ୮୮୦ଟି ହାତୀ ଚଳାଚଳ ସମ୍ପର୍କିତ ସଚେତନ ବାର୍ତ୍ତା ମିଳିବା ପରେ ଏହାର ପ୍ରୟୋଗ ସଫଳ ପ୍ରମାଣିତ ହୋଇଛି।ନଭେମ୍ବର ୨୬ରେ କୁଚେଇଟାରେ ଏଆଇ ଟାଓ୍ବାରର ଏକ ସଚେତନ ବାର୍ତ୍ତା ଦ୍ବାରା ପ୍ରାୟ ୩୦ଟି ହାତୀଙ୍କୁ ଏକ ସମ୍ଭାବ୍ୟ ଦୁର୍ଘଟଣାରୁ ରକ୍ଷା କରାଯାଇଥିଲା। ଏଆଇ ସମ୍ପ୍ରସାରିତ ସୁରକ୍ଷା ପ୍ରଣାଳୀ ଦ୍ଵାରା କୁଚେଇତାରେ ୩୪ଟି ଘଟଣା ରୋକାଯାଇପାରିଛି ଏବଂ ଏହାଦ୍ଵାରା ପ୍ରାୟ ୨୩୩ଟି ହାତୀ ସୁରକ୍ଷିତ ରହିଛନ୍ତି। ସେହିପରି ସୋନାଖାନରେ ଏଆଇ ସମ୍ପ୍ରସାରିତ ସୁରକ୍ଷା ପ୍ରଣାଳୀ ଦ୍ଵାରା ୬ଟି ଘଟଣାରେ ପ୍ରାୟ ୨୨ଟି ହାତୀଙ୍କୁ ସୁରକ୍ଷିତ ରଖାଯାଇଛି। ଏଥିସହିତ ମହିପାଣିରେ ୪ଟି ଘଟଣାରେ ୬ଟି ହାତୀଙ୍କୁ ସୁରକ୍ଷିତ ରଖାଯାଇଥିଲା ବେଳେ ଡାଲାକୁଦରରେ ଏଆଇ ସମ୍ପ୍ରସାରିତ ସୁରକ୍ଷା ପ୍ରଣାଳୀ ଦ୍ଵାରା ୨ଟି ଘଟଣାରେ ୯ଟି ହାତୀଙ୍କୁ ସୁରକ୍ଷିତ ରଖାଯାଇପାରିଛି। ହାତୀ ରେଳପଥ ନିକଟରେ ଚଳାଚଳ କଲେ, ଏଆଇ ପ୍ରଣାଳୀ ତୁରନ୍ତ ବନ୍ଧମୁଣ୍ଡା ରେଳ ଏଆରଏମ୍ କାର୍ଯ୍ୟାଳୟରେ ଅବସ୍ଥିତ ନିୟନ୍ତ୍ରଣ କକ୍ଷକୁ ସଚେତନ ବାର୍ତ୍ତା ପଠାଏ, ଯାହା ବନ ବିଭାଗ ଦ୍ବାରା ପରିଚାଳିତ ହୋଇଥାଏ। ଭାରତୀୟ ରେଳ ବିଭାଗ କର୍ମକର୍ତ୍ତାମାନେ ତୁରନ୍ତ ଗତି ନିୟନ୍ତ୍ରଣ କିମ୍ବା ଆବଶ୍ୟକତା ଅନୁସାରେ ଟ୍ରେନ୍ ରୋକି ଦେଇ ଦୁର୍ଘଟଣା ରୋକିଥାନ୍ତି।ଓଡ଼ିଶାର ବନ ଅଞ୍ଚଳରେ ମାନବ-ହାତୀ ସଂଘର୍ଷ ଏବଂ ରେଳ ଦୁର୍ଘଟଣା ଦୀର୍ଘଦିନ ଧରି ଚିନ୍ତାର ବିଷୟ ଥିଲା । ଏହି ନୂଆ ପ୍ରଯୁକ୍ତିମୂଳକ ଏଆଇ ସମ୍ପ୍ରସାରିତ ହାତୀ ସୁରକ୍ଷା ପ୍ରଣାଳୀ ପଦକ୍ଷେପ ଉନ୍ନୟନ ଓ ପରିବେଶ ସୁରକ୍ଷା ମଧ୍ୟରେ ସମନ୍ବୟର ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ ଦ୍ବାରା ଦେଶବ୍ଯାପୀ ଆଦର୍ଶ ମଡେଲ ହୋଇଛି। ବନ ବିଭାଗ ଓ ଭାରତୀୟ ରେଳ ବିଭାଗର କର୍ମକର୍ତ୍ତାମାନେ ଏହାକୁ ଦେଶର ଅନ୍ୟାନ୍ୟ ଉଚ୍ଚ ଦୁଃସାହସିକ କୌଶଳ ଏବଂ ଏକ ଆଦର୍ଶ ମଡେଲ୍ ବୋଲି ସ୍ବୀକାର କରିଛନ୍ତି। “କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ବାରା ବନ୍ୟଜନ୍ତୁ ସୁରକ୍ଷା ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ଆଜି ପାନପୋଷ ଠାରେ ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠି | ରାଉରକେଲାର ସଫଳତାକୁ ଦୃଷ୍ଟିରେ ରଖି ଓଡ଼ିଶାର ଅନ୍ୟାନ୍ୟ ବନ ବିଭାଗମାନେ ମଧ୍ୟ ଏପରି ଏଆଇ ଭିଭିକ ପ୍ରଣାଳୀ ଆରମ୍ଭ କରୁଛନ୍ତି ବୋଲି କହିଥିଲେ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଉରକେଲା ବନ ବିଭାଗ ଭାରତୀୟ ରେଳ ବିଭାଗ ଏବଂ ପ୍ରଯୁକ୍ତିବିଦ୍ୟା ସହଭାଗୀମାନଙ୍କ ସହ ସମନ୍ବୟରେ କାମ କରି ରେଳପଥରେ ବନ୍ୟଜନ୍ତୁ ମୃତ୍ୟୁକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ପ୍ରୟାସରତ ଅଛି ବନ ବିଭାଗ। ମାତ୍ର ଏହି ବିକଳ୍ପ ବ୍ୟବସ୍ଥା ପରେ ଦିନରାତି ୨୪ଘଂଟା ହାତୀଙ୍କ ଗତିସ୍ଥିତି ଜଣାପଡୁଛି। କେତେବଲେ ଗାଁ ସୁହାଁ ଆଓ କେତେବେଲେ ସହର ସୁହାଁ ହେଉଥିବା ବେଲେ ଏବଂ କେତେବେଲେ ଖାଦ୍ୟ ଅନ୍ଵେଷଣ କରୁଥିବା ବେଲେ ଏଭଳି ସମୟରେ ଟ୍ରେନ ଲାଇନ ପାର ହାତୀଙ୍କର ଅନାୟାସେ ଜୀବନ ଯାଉଥିଲା। ମାତ୍ର ବହୁ ବ୍ୟୟବରାଦରେ ସ୍ଥାପିତ ହୋଇଥିବା ଟାଔର ଓ କ୍ୟାମେରା ତଦାରଖରେ ଥିବା କର୍ମଚାରୀଙ୍କ ମାଧମରେ ବର୍ତମାନ ଏକଦା ଜଙ୍ଗଳୀ ହାତୀ ନୁହେଁ ଅନ୍ୟନ୍ୟ ବନ୍ୟପ୍ରାଣୀ ମଧ ସୁରକ୍ଷିତ ଟ୍ରେନ ଲାଇନ କୁସିଙ୍ଗ କରୁଛନ୍ତି।।ଏମିତିକି ଏହି ଟାଔର ମାଧମରେ ବନାଗ୍ନି ଜନିତ ମାମଳା ଉପରେ ମଧ ଅଙ୍କୁଶ ଲାଗି ପାରିଛି ବୋଲି ମଙ୍ଗଳବାର ଉଲ୍ଲେଖ କରିଛନ୍ତି ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠି |


Comments
Post a Comment