ରାଉରକେଲା, ୧୮୲୨ : ବରଗଡ଼ ଜିଲ୍ଲାର ବରପାଲି ଠାରେ ଅୟୋଜିତ ଜାତୀୟ ଶିଶୁସାହିତ୍ୟିକ ସମ୍ମିଳନୀରେ ରାଉରକେଲାର ୧୨ ଜଣ କବି ସମ୍ମାନିତ ହୋଇଛନ୍ତି l
ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ପବିତ୍ର ଜନ୍ମମାଟି ବରପାଲିର ଲିଟିଲ ଏଞ୍ଜେଲସ୍ ପବ୍ଲିକ୍ ସ୍କୁଲ୍ ପରିସରରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡଃ. ରବୀନ୍ଦ୍ର ଗଡତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡାକ୍ତର ଧୀରେନ୍ଦ୍ର ନାଥ ମୁଣ୍ଡ ଜାତୀୟ ଶିଶୁ ସାହିତ୍ୟିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ଡଃ.ରମାକାନ୍ତ ଜେନା, ମୁଖ୍ୟ ବକ୍ତା ଡଃ. ରାଜ କିଶୋର ପାଢ଼ୀ, ସମ୍ମାନିତ ବକ୍ତା ଡଃ. ସୁନାମଣି ରାଉତ, ମହେନ୍ଦ୍ର ମଲ୍ଲିକ୍ , ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ସମ୍ପାଦକ ବୀରେନ୍ଦ୍ର ମହାନ୍ତି, ଡଃ. ରବି ନାରାୟଣ ସାହୁ ଓ ସୁନିତା ମୁଣ୍ଡ ପ୍ରମୁଖ ପ୍ରତିପାଦିତ ପ୍ରତିଭା ମାନଙ୍କୁ ମାନପତ୍ର, ସ୍ମୃତି ଫଳକ ଓ ଉତ୍ତରୀୟ ରେ ସମ୍ଵର୍ଦ୍ଧିତ କରିଥିଲେ l ରାଉରକେଲାରୁ ତେଲିଙ୍ଗିବାଜା ପତ୍ରିକାର ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ବାରିକଙ୍କ ତତ୍ତ୍ୱାବଧାନରେ କବି ଡ. ସରୋଜିନୀ ସାହୁ, ସୁସ୍ମିତା ମହାପାତ୍ର, ଶୁଚିତ୍ସ୍ମିତା ପଣ୍ଡା, ସତ୍ୟବ୍ରତ ଦାସ, ନିକୁଞ୍ଜ ବିହାରୀ ଦାଶ, ଉପେନ୍ଦ୍ର କୁମାର ବସ୍ତିଆ, ଦିବାକର ଦାସ, ଡଃ. ନିଶିକାନ୍ତ ମିଶ୍ର, ହୃଷୀକେଶ ସାହୁ ପ୍ରମୁଖଙ୍କୁ ଅତିଥିମାନେ ସମ୍ଵର୍ଦ୍ଧିତ କରିଥିଲେ l କବିମାନେ ବରପାଲି ସ୍ଥିତ ଗଙ୍ଗାଧର ମେହେରଙ୍କ ଅନ୍ତୁଡିଶାଳ ,କବି କୁଟୀର, ସାଧନା ପୀଠ, ସଂଗ୍ରହାଳୟ ଓ ପାଠାଗାର ବୁଲି ଦର୍ଶନ କରିଥିଲେ

Comments
Post a Comment