Skip to main content

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ରଥଯାତ୍ରା : ରାଉରକେଲାର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ରଥ ବାହୁଡା

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ରଥଯାତ୍ରା : ରାଉରକେଲାର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ରଥ ବାହୁଡା      

 



ରାଉରକେଲା ୨୪/୭,(ଭାଗ୍ୟ ପ୍ରଣେତା)-ଶୁକ୍ରବାର ଶ୍ରୀକ୍ଷେତ୍ର ପୁରୀ ସମେତ ସମଗ୍ର ଓଡିଶା ତଥା ବିଶ୍ଵର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ରଥଯାତ୍ରା ଅନୁଷ୍ଠିତ ହେଉଛି। ବାହୁଡା ରଥଯାତ୍ରା ପାଇଁ ବିପ୍ର ସେବା ଓଡ଼ିଶା ଶାଖା, ବ୍ରାହ୍ମଣ କଲ୍ୟାଣ ସଭା ଏବଂ ରାଉରକେଲା ମାରୱାଡି ଯୁବ ମଞ୍ଚ ସହର ଶାଖା ପକ୍ଷରୁ ଆଇଟିଆଇ ଛକ ସମ୍ମୁଖରେ ହାଲୱା ସେବା ଆୟୋଜନ କରାଯାଇଥିଲା।ଯେଉଁଥିରେ ଭକ୍ତମାନେ ତାରିଣୀ ମନ୍ଦିର ଶ୍ରୀଜଗନ୍ନାଥଙ୍କ ରଥ ବାହୁଡା ରଥଯାତ୍ରା ସମୟରେ ଭକ୍ତମାନେ ପ୍ରସାଦ ସେବନ କରିଥିଲେ। ଏହି ଅବସରରେ ସହରର ବିଭିନ୍ନ ସାମାଜିକ ସଂଗଠନର ପଦାଧିକାରୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବିପ୍ର ସେବା ଓଡ଼ିଶା ଶାଖାର ସଭାପତି ସୁରେଶ ଶର୍ମାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା, ଯେଉଁଥିରେ ମାରୱାଡି ଯୁବ ମଞ୍ଚର ରାଜ୍ୟ ସଭାପତି ଅଜୟ ଶର୍ମା, ରାଉରକେଲା ଶାଖାର କୋଷାଧ୍ୟକ୍ଷ ସୁରଜ ବାପୁଡିଆ, ମାରୱାଡି ଯୁବ ରାଉରକେଲା ସହର ଶାଖାର ସଭାପତି ରବିଶ ଜିନ୍ଦଲ, ସମ୍ପାଦକ ମନୀଷ ବଂଶଲ, କୋଷାଧ୍ୟକ୍ଷ ମନୀଷ ମେହେଟାଙ୍କ ସମେତ ପଦାଧିକାରୀମାନେ ଉପସ୍ଥିତ ଥିଲେ। ବ୍ରାହ୍ମଣ କଲ୍ୟାଣ ସଭାର ପଦାଧିକାରୀଙ୍କ ସହିତ, ମହାରାଜା ଅଗ୍ରସେନ ସେବା ସଂଘର ସଭାପତି ପୂର୍ଣ୍ଣମଲ ଅଗ୍ରୱାଲ, ରାଉରକେଲା ଚାମ୍ବର ଅଫ୍ କମର୍ସର କାର୍ଯ୍ୟନିର୍ବାହୀ ସଦସ୍ୟ ଶ୍ରୀଧର ମଲିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବହୁ ସଂଖ୍ୟକ ଭକ୍ତ ପ୍ରସାଦ ଗ୍ରହଣ କରିଥିଲେ।ହିପରି ସହରର ରାଉରକେଲା ରେଳଷ୍ଟେସନ୍ ନିକଟରେ ଥିବା ସଂକଟମୋଚନ ହନୁମାନ ମନ୍ଦିରରୁ ଉଦିତନଗର ଶ୍ରୀ ଶ୍ରୀ ପଞ୍ଚଦେବ କଲଚରାଲ୍ ଟ୍ରଷ୍ଟର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥ ସମେତ ଶ୍ରୀବଳଭଦ୍ର ଓ ସୁଭଦ୍ରାଙ୍କ ରଥରେ ଛେରାପହଁରା କରିଥିଲେ ଆଦ୍ୟସେବକ ରାଜା ବିଜୟ ପ୍ରଧାନ। ରାଉରକେଲା ସହରର ସେକ୍ଟର-୫ ଗୁଣ୍ଡିଚା ମନ୍ଦିରରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ରଥ, ସେକ୍ଟର-୩ ଅହିରାବନ୍ଧ ଶ୍ରୀଜଗନ୍ନାଥ ମନ୍ଦିରକୁ ବାହୁଡି ଆସିଥିବା ବେଳେ, ଓରାମପଡା ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିରରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ରଥ ହନୁମାନ ବାଟିକାକୁ ଫେରିଛି। ସେହିପରି ପ୍ଲାଣ୍ଟସାଇଟ୍ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ରଥ ପାଓ୍ବାର ହାଉସ୍ ଅଗ୍ନିଶମ କାର୍ଯ୍ଯାଳୟ ନିକଟରୁ ପ୍ଲାଣ୍ଟସାଇଟକୁ ଫେରିଥିବା ବେଳେ ଏଥିରେ ରଜା ସତ୍ଯାନନ୍ଦ ମହାନ୍ତି ଛେରାପହଁରା କରିଥିଲେ ।

Comments

Popular posts from this blog

A demand has been made by the Rourkela Engineers Association to develop Rourkela into “Greater Rourkela”

 A demand has been made by the Rourkela Engineers Association to develop Rourkela into “Greater Rourkela”                          Cabinet minister juel oram with rourkela ingineer association Rourkela, 22/2:(The Future Guider)-On Sunday, the Rourkela Engineers Association met and submitted a memorandum to Union Minister and Sundargarh MP Jual Oram, Revenue Minister Suresh Pujari, Revenue Secretary Aravind Padhee, and Deputy Speaker of the Legislative Assembly Bhavani Shankar Bhoi, demanding that Rourkela be developed as “Greater Rourkela.” The memorandum highlights the following key demands: Urban Infrastructure, Tourism and Connectivity Aviation excellence: Expansion to 4C category, full operationalization of ILS/NLS systems. Establishment of an ISBT with a multi-modal skywalk and a “Transit Mall.” Construction of a 140 km outer ring road named the “Steel Corridor,” defining the rural boundary areas. Introduction of...

ରାଉରକେଲାକୁ ଗ୍ରେଟର ରାଉରକେଲା ଭାବେ ଉଦୀୟମାନ କରିବା ନେଇ ରାଉରକେଲା ଇଞ୍ଜିନିୟର୍ସ ସଂଘ ପକ୍ଷରୁ ଦାବୀ

ଓଡିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ସହିତ ସଂଘ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହିତ ରାଉରକେଲା ଇଂଜିନିୟର ସଂଘର ବିମଳ ବିଶି ଓ ଅନ୍ୟମାନେ   ସୁରେଶ ପୂଜାରୀଙ୍କ ସହିତ ବିମଳ ବିଶି ରାଉରକେଲା,23|2-ରାଉରକେଲା ଇଞ୍ଜିନିୟର୍ସ ଏସୋସିଏସନ ପକ୍ଷରୁ ରବିବାର ମାନ୍ୟବର କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ରାଜସ୍ୱ ସଚିବ ଅରବିନ୍ଦ ପାଢ଼ୀ ଏବଂ ବିଧାନସଭା ଉପ-ବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ରାଉରକେଲାକୁ ଗ୍ରେଟର ରାଉରକେଲା ଭାବେ ଉଦୀୟମାନ କରିବା ନେଇ ସାକ୍ଷାତ ଓ ଦାବୀ କରାଯାଇଛି | ଦାବୀରେ ସହରୀ ଭିତ୍ତିଭୂମି, ପର୍ଯ୍ୟଟନ ଏବଂ ସଂଯୋଗୀକରଣ, ବିମାନ ଚଳାଚଳ ଉତ୍କର୍ଷତା: ୪ସି ବର୍ଗ ବିସ୍ତାର, ଆଇଏଲଏସ/ଏନଏଲଏସ ପୂର୍ଣ୍ଣ କାର୍ଯ୍ୟକ୍ଷମ, ଆଇଏସବିଟି: ମଲ୍ଟି-ମୋଡାଲ୍ ସ୍କାଏୱାକ୍ ସହିତ "ଟ୍ରାନଜିଟ୍ ମଲ୍" ସ୍ଥାପନ | ଷ୍ଟିଲ୍ କରିଡର" ବାହ୍ୟ ରିଙ୍ଗ ରୋଡ୍ ଗ୍ରାମ ସୀମାକୁ ପରିଭାଷିତ କରୁଥିବା ୧୪୦ କିଲୋମିଟର ରାସ୍ତାର ନବନିର୍ମାଣ। ସହର ମଧ୍ୟରେ ପରିବହନ ଜନିତ ମେଟ୍ରୋ-ଲାଇଟ୍/ଟ୍ରାମ୍ କରିଡର ଏବଂ ସ୍ମାର୍ଟ ଲାଷ୍ଟ-ମାଇଲ୍ସଂ ଯୋଗୀକରଣ,ରେଳବାଇ ଶକ୍ତି ଇସିଓଆର ଅଧୀନରେ ରାଉରକେଲା ରେଳ ଡିଭିଜନ ମୁଖ୍ୟାଳୟ ସ୍ଥାପନ। ନୂତନ ରେଳ ଟର୍ମିନାଲ ରଣନୀତି ସହ ନୂତନ ରାଉରକେଲା ସିଟି ଷ୍ଟେସନ ପ୍ରତିଷ୍ଠା। ସହରର ଐତିହ୍ୟ ସମ୍ପର୍ଣ୍ଣ ନଦୀକୂଳ କରିଡର:ନଦୀବନ...

ग्रेटर राउरकेला के मांग को लेकर राउरकेला इंजीनियर एसोसिएशन के तरफ से सौंपा गया ज्ञापन

रेवेन्यू मिनिस्टर सुरेश पुजारी के साथ बिमल बिशी  ग्रेटर राउरकेला के मांग को लेकर राउरकेला इंजीनियर एसोसिएशन के तरफ से सौंपा गया ज्ञापन                            कैबिनेट मिनिस्टर जुएल ओराम के साथ इंजीनियर संघ राउरकेला, 23/2: (भाग्य प्रणेता) – रविवार को राउरकेला इंजीनियर्स एसोसिएशन ने केंद्रीय मंत्री एवं सुंदरगढ़ सांसद जुएल ओराम, राजस्व मंत्री सुरेश पुजारी, राजस्व सचिव अरबिंद पाढ़ी तथा विधानसभा के उपाध्यक्ष भवानी शंकर भोई को एक ज्ञापन सौंपा। इसमें राउरकेला को “ग्रेटर राउरकेला” के रूप में विकसित करने की मांग की गई। ज्ञापन में निम्न प्रमुख मांगें शामिल हैं: शहरी अवसंरचना, पर्यटन और कनेक्टिविटी विमानन उत्कृष्टता: एयरपोर्ट को 4C श्रेणी तक विस्तारित करना तथा ILS/NLS प्रणाली को पूर्ण रूप से चालू करना। मल्टी-मॉडल स्काईवॉक और “ट्रांजिट मॉल” सहित एक आईएसबीटी (इंटर-स्टेट बस टर्मिनल) की स्थापना। 140 किमी लंबी बाहरी रिंग रोड “स्टील कॉरिडोर” का निर्माण, जो ग्रामीण सीमा क्षेत्रों को परिभाषित करेगी। शहर के भीतर मेट्रो-लाइट/ट्राम ...