:ସବୁରୀ ଆଖିରେ ଲୁହ ଭରିଦେଲା ଝାରସୁଗୁଡା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:
ଝାରସୁଗୁଡା ସଦର ଥାନା ସମ୍ମୁଖରେ ରବିବାର ଭୋର ସମୟ ପ୍ରାୟ ୩ଟାରେ ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣାରେ ୫ ଜଣ ପୋଲିସ କର୍ମଚାରୀଙ୍କ ଅମୂଲ୍ୟ ଜୀବନ ହାନୀ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ ଜୀବନ ସଂଗ୍ରାମ ଜାରି ରଖିଛନ୍ତି। କିପରି ଘଟିଲା ଦୁର୍ଘଟଣା?
ସୂଚନା ଅନୁଯାୟୀ, ୮ ଜଣ ପୋଲିସ କର୍ମଚାରୀ ବ୍ରଜରାଜନଗରରେ ଏକ ବିବାହ ଅନୁଷ୍ଠାନରୁ ବୋଲେରୋ ଗାଡିରେ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର ତୀବ୍ର ବେଗରେ ଧକ୍କା ଦେଇଥିଲା। ଧକ୍କା ଏତେ ଭୟାବହ ଥିଲା ଯେ ବୋଲେରୋଟି ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିଲା।ଏହି ଘଟଣା ଜାତୀୟ ରାଜପଥ 49 ଉପରେ ଘଟିଥିଲା ମୃତ ଓ ଆହତଙ୍କ ପରିଚୟ
ମୃତ ପୋଲିସ କର୍ମଚାରୀ:
ଲିଙ୍ଗରାଜ ଧାରୁଆ (୫୦)
ଭକ୍ତ ମିର୍ଧା (୪୦)
ନିରଞ୍ଜନ କୁସୁମ (୫୫)
କାଶୀରାମ ଭୋଇ (୪୦)
ଦେବଦତ୍ତ ସା (୪୦) ଗୁରୁତର ଆହତ:
ଦୁବରାଜ ମିରିଗୀ (୩୫)
ଗୋବିନ୍ଦ ଚକ୍ରବର୍ତ୍ତୀ (୩୦)
ଆକାଶ କୁମାର ନାଇକ (୩୦)
ଗୁରୁତର ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଦୁଇଜଣଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସରକାର ଏବଂ ପ୍ରଶାସନୀକ ପଦକ୍ଷେପ
ଘଟଣା ସୂଚନା ପାଇବା କ୍ଷଣି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଓ ଏସ୍ପି ଗୁଣ୍ଡଲା ରେଡ୍ଡୀ ରାଘଭେନ୍ଦ୍ର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ।ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରି ପରିବାର ପ୍ରତି ସମବେଦନା ଜଣାଇଛନ୍ତି।ପୂର୍ବତନ ବିଧାୟିକା ଦୀପାଳି ଦାସ ମଧ୍ୟ ରିଜର୍ଭ ପଡିଆରେ ମୃତ ପୁଲିସ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅଶ୍ରୁଭରା ପରିବେଶ
ମୃତକମାନଙ୍କ ଅନ୍ତିମ ସଂସ୍କାର ଶୋକାକୁଳ ପରିବେଶରେ ସମ୍ପନ୍ନ ହୋଇଛି। ରିଜର୍ଭ ପଡିଆରେ ପୋଲିସ ସମ୍ମାନ ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।ଏସ୍ପି ଠାରୁ ହୋମଗାର୍ଡ ପର୍ଯ୍ୟନ୍ତ ସମସ୍ତେ ଆଖିରେ ଲୁହ ଝରାଇ ସହକର୍ମୀଙ୍କୁ ବିଦାୟ ଦେଇଥିଲେ |ଏ ହି ମର୍ମନ୍ତୁଦ ଘଟଣା ପରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଆଖିଭିଜା ଦୁର୍ଘଟଣା କାହାଣୀ 1-ଜାତୀୟ ରାଜପଥ ୪୯ ରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ପାଞ୍ଚ ଜଣ ପୋଲିସ ଙ୍କ ମଧ୍ୟ ରେ ରହିଛନ୍ତି ଲଖନପୁର ବ୍ଳକ ସରେଇପାଲି ଗ୍ରାମ ର କାଶୀରାମ ଭୋଇ |ବାପା ଟିକେଶ୍ୱର ଏବଂ ମାଁ ଭୋଇ ଙ୍କ ଏକ ମାତ୍ର ପୁଅ ହେଉଛନ୍ତି କାଶିରାମ |ଥିବା ବେଳେ ଦୁଇ ଝିଅ ଅଛନ୍ତି।ଗତ ୨୦୨୩ ଫ୍ରେବ୍ରୁଆରୀ ମାସ ୨୩ ତାରିଖ ଦିନ ରେ ଟିକେଶ୍ୱର ଙ୍କ ବାହାଘର ବରଗଡ଼ ଜିଲ୍ଲା ସୋହେଲା ଚିଚିଣ୍ଡା ଗାଁ ରେ ହୋଇଥିଲା ।ବିବାହ ତୃତୀୟ ବାର୍ଷିକି ଗୋଟିଏ ଦିନ ପୂର୍ବରୁ ସ୍ତ୍ରୀ ଯମୁନା କୁ ଛାଡି ଚାଲିଗଲେ ଟିକେଶ୍ୱର।ଏକ ମାତ୍ର ପୁଅ ଭରସା ରେ ଥିବା ପରିବାର ବର୍ତ୍ତମାନ ବେସାହାରା ହୋଇଥିବା ବେଳେ ଜନ୍ମମାଟି ସରେଇପାଲି ସହିତ ସହପାଠୀ, ବନ୍ଧୁ,ପଡିସା,ଗ୍ରାମବାସୀ ଝୁରୁଛନ୍ତି ଟିକେଶ୍ୱରଙ୍କୁ ।ନିଜ ଗାଁକୁ ମର ଶରୀର ପହଁଚିବା କ୍ଷଣି କାନ୍ଦ ବୋବାଳି ରେ ଫାଟି ପଡିଥିଲା ସଂପୂର୍ଣ୍ଣ ପରିବେଶ।ଅଶ୍ରୁଲ ପରିବେଶ ମଧ୍ୟରେ ଗାଁ ଶ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା 2-ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ଝାରସୁଗୁଡା ମର୍ମନ୍ତୁଦ ଦୁର୍ଘଟଣା ରେ ଲଖନପୁର ବ୍ଲକ ଲଖନପୁର ଥାନା ଅନ୍ତର୍ଗତ ସୁନାରୀ ପଂଚାୟତ ଟାଙ୍ଗରପାଲି ଗାଁ ର ଦେବଦତ୍ତ ସା(୪୨)ଙ୍କ ମୃତ୍ୟୁ ରେ ଜନ୍ମ ଗାଁ ସହିତ ଆଖପାଖ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।ଦେବଦତ୍ତ ଙ୍କ ସ୍ତ୍ରୀ ଓ ଦୁଇ ପୁଅ ଥିବା ବେଳେ ପ୍ରଥମ ପୁଅ ତୃତୀୟ ଶ୍ରେଣୀ ରେ ଥିବା ବେଳେ ଛୋଟ ପୁଅ ର ବୟସ ପ୍ରାୟ ପାଞ୍ଚ ବର୍ଷ। ଗାଁ ସ୍ମଶାନ ରେ ଶେଷକୃତ୍ୟ ସଂମ୍ପନ ହୋଇଥିବା ବେଳେ ବଡ଼ ପୁଅ ମୁଖାଗ୍ନି ଦେଇଥିଲେ।ଅନ୍ତିମ ଯାତ୍ରା ରେ ଶତାଧିକ ଗ୍ରାମବାସୀ, ବାଲ୍ୟ ବନ୍ଧୁ,ଅଞ୍ଚଳବାସୀ ଶେଷକୃତ୍ୟ ରେ ସାମିଲ ଥିଲେ | 3-ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଲଖନପୁର ଗାଁ ର ଲିଙ୍ଗରାଜ ଧୁରୁଆ(୫୭)ଙ୍କ ଶେଷକୃତ୍ୟ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ସ୍ମଶାନ ରେ ସମ୍ପପ୍ନ ହୋଇଛି। ପୁଅ ସୋମନାଥ ମୁଖାଗ୍ନି ଦେଇଥିଲେ।ପରିବାର ପ୍ରତିପୋଷଣ ର ଏକ ମାତ୍ର ମାଧ୍ୟମ ଲିଙ୍ଗରାଜ ଙ୍କ ଅନ୍ତେ ସ୍ତ୍ରୀ ଲିଲିମା ୨୧ବର୍ଷୀୟ ପୁଅ ସୋମନାଥ ୧୯ବର୍ଷୀୟ ଝିଅ ହରିପ୍ରିୟା ଅଛନ୍ତି।ଶତାଧିକ ଗ୍ରାମବାସୀ, ସାଙ୍ଗସାଥି ,ବନ୍ଧୁ ବାନ୍ଧବ ଶେଷକୃତ୍ୟ ରେ ସାମିଲ ହୋଇଥିଲେ| 4)ଦୁଇ ବର୍ଷ ପରେ ଚାକିରୀ ରୁ ଅବସର ନେଇଥାନ୍ତେ ନିରଞ୍ଜନ, ଝୁରୁଛନ୍ତି ରିଜର୍ଭ ପୋଲିସ ଟିମ, ଝାରସୁଗୁଡା, ଝାରସୁଗୁଡା ରିଜର୍ଭ ପୋଲିସରେ ଏସ ଆଇ ଭାବେ କାର୍ଯ୍ୟ କରୁଥିଲେ ସୁନ୍ଦରଗଡ଼ ଚିଙ୍ଗେରକେଲା ଗ୍ରାମ ର ନିରଞ୍ଜନ କୁଜୁର |ରବିବାର ଭୋର ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇଛନ୍ତି ନିରଞ୍ଜନ |ଆଜି ଯେତେବେଳେ ପୋଷ୍ଟମର୍ଟମ ପରେ ନିରଞ୍ଜନ ଙ୍କ ଶବ କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ରିଜର୍ଭ ପଡିଆ କୁ ଅଣାଯାଇଥିଲା, ସେତେବେଳେ ରିଜର୍ଭ ପୋଲିସ ର ସମସ୍ତ ପୋଲିସ ଅଧିକାରୀ, ରିଜର୍ଭ ଇନ୍ସପେକ୍ଟର, ରିଜର୍ଭ କନଷ୍ଟେବଲ ସମସ୍ତେ ନିରଞ୍ଜନ ଙ୍କୁ ବହୁତ ମନେ ପକାଇ କାନ୍ଦୁଥିଲେ | କାରଣ ସେ ସବୁବେଳେ ଡିଉଟି କରିବା ପାଇଁ ତତ୍ପର ଥିଲେ |କାହାକୁ ଜ୍ୱର, ଥଣ୍ଡା ହେଉଥିଲେ ତାଙ୍କ କାମ ରେ ସହାୟତା କରୁଥିଲେ |ସେ ସମସ୍ତ ଙ୍କୁ ନିଜର ପରିବାର ଭଳି ଭଲ ପାଉଥିଲେ |ତେଣୁ ରିଜର୍ଭ ପୋଲିସ ଟିମ ଆଜି ନିରଞ୍ଜନ ଙ୍କୁ ଝୁରୁଛନ୍ତି |ହେଲେ ନିରଞ୍ଜନ ଚାଲି ଯାଇଛନ୍ତି ଅଫେରା ରାଇଜକୁ| ଏହି ଦୁଃଖଦ ଖବର ପ୍ରସାରିତ ହେବା ପରେ ପୋଲିସ ବିଭାଗ ତଥା ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଉଚ୍ଚପଦସ୍ଥ ପୋଲିସ ଅଧିକାରୀ ଘଟଣାର ତଦନ୍ତ ଜାରୀ ରଖିଛନ୍ତି। ଟ୍ରଲର ଚାଳକ ଅଟକ ରଖି ପୋଲିସ ଗାଡିଟିକୁ ଜବତ କରି ତଦନ୍ତ ଜାରି ରଖିଛି। ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଓ ଏସ ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଝାରସୁଗୁଡା ମୁଖ୍ୟ ଚିକିତ୍ସାଲୟରେ ପ୍ରାୟ ୪ ଘଣ୍ଟା କାଳ ଉପସ୍ଥିତ ରହିଵା ସହିତ ସଂକଟାପର୍ଣ୍ଣ ଥିବା ଦୁଇ କର୍ମଚାରୀଙ୍କୁ ବରଗଡ଼ ବିକାଶ ହସ୍ପିଟାଲକୁ ପଠାଇଥିବା ବେଳେ ହସ୍ପିଟାଲ ରେ ରହିଥିବା ଆକାଶ ନାଇକ ଉତ୍ତମ ଚିକିତ୍ସା ପାଇଁ ସିଡିଏମଙ୍କୁ କହିଥିଲେ |ଏହା ସହିତ ମୃତକ ପୋଲିସ କର୍ମଚାରୀ ଙ୍କ ଅନ୍ତିମ ସଂସ୍କାରର ବ୍ୟବସ୍ଥା ଆଦି କରାଇଥିଲେ |ଏହା ସହିତ ଝାରସୁଗୁଡା ବିଧାୟକ ତ୍ରିପାଠୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏହି ଦୁର୍ଘଟଣା ବିଷୟରେ ଅବଗତ କରାଇ ମୃତକ ଏବଂ ଦୁର୍ଘଟଣାର ଶୀକାର ହୋଇଥିବା ପରିବାର କୁ ସହାୟତା ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ |






Comments
Post a Comment