କେନ୍ଦ୍ରୀୟ ଦୋଳ ମେଲଣ ସମିତି ପକ୍ଷରୁ ୧୨ତମ ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ।
ରାଉରକେଲା,6|3(ଭାଗ୍ୟ ପ୍ରଣେତା)-କେନ୍ଦ୍ରୀୟ ଦୋଳ ମେଲଣ ସମିତି, ରାଉରକେଲା ପକ୍ଷରୁ ଚଳିତ ବର୍ଷ ୧୨ତମ ଦୋଳ ମହୋତ୍ସବ ଧୁମଧାମରେ ପାଳନ ହୋଇଯାଇଛି । ଆଜି ମାର୍ଚ୍ଚ ୫ ତାରିଖ ପୂର୍ବ ସୂଚୀ ଅନୁସାରେ ଦୋଳ ଉତ୍ସବ ସେକ୍ଟର ୭ ଦୁର୍ଗାପୂଜା ପଡ଼ିଆରେ ସଂଧ୍ୟା ସମୟରେ ଆରମ୍ଭ ହୋଇଥିଲା। ସକାଳ ୯ ଟା ୩୦ ମିନିଟ୍ ସମୟରେ ସେକ୍ଟର ୧୫ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ର ଥାନପତି ଙ୍କ ପୀଠରେ ଆଜ୍ଞାମାଳ,ବିଜୟ ପତ୍ତକା ଓ ଶୁଭଖୁମ୍ବ ସହ ମେଳନ ସ୍ଥଳ ( ସେକ୍ଟର ୭ ଦୁର୍ଗା ପୂଜା ପଡ଼ିଆ) କୁ ଯାତ୍ରା ହୋଇ ସକାଳ ୧୦ଟା ୩୦ ମିନିଟ୍ ରେ ବିଜୟ ପତ୍ତକା ଓ ଶୁଭ ଖୁମ୍ବ ସ୍ଥାପନ ହୋଇଥିଲା। ଅପରାହ୍ନ ୪ଟା ୪୫ ମିନିଟ୍ ରେ ଥାନପତି ଙ୍କ ମେଳନ ସ୍ଥଳ କୁ ବିଜେ ହୋଇଥିଲା।ଏକ ବିରାଟ ପଟୁଆରରେ ଭକ୍ତ ଙ୍କ ସମାଗମ ରେ ମେଳନ ସ୍ଥଳରେ ପହଞ୍ଚି ଥିଲା। ସଂଧ୍ୟା ୫ଟା ୪୫ ରେ ଥାନପତି ଙ୍କ ଠାରେ ସଂଧ୍ୟା ଆଳତୀ ହୋଇଥିଲା । ସଂଧ୍ୟା ୭ଟା ୨୦ ମିନିଟ୍ ସମୟ ରେ ମେଳନ ପଡିଆ କୁ ପ୍ରଥମ ବିମାନ ର ଆଗମନ ହୋଇଥିଲା।ତା ପଛ କୁ ପଛ ଗୋଟିଏ ପରେ ଗୋଟିଏ ବିମାନ ମେଳନ ପଡିଆ କୁ ପ୍ରବେଶ କରିଥିଲେ। ସଂଧ୍ୟା ୭ଟା ୩୦ ମିନିଟ୍ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ପ୍ରଥମେ ସ୍ଥାନୀୟ ଲୋକପ୍ରିୟ କଳାକାର ମାନେ ଗୋଟିଏ ପରେ ଗୋଟିଏ ଭଜନ ପରିବେଷଣ କରିଥିଲେ। ଉପସ୍ଥିତ ଦର୍ଶକ ବେଶ ଉତ୍ସାହ ର ସହ ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଆକର୍ଷଣ ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଦିପ୍ତିମୟୀ ଦାସ ଙ୍କୁ ଅପେକ୍ଷା କରିଥିଲେ। ତାଙ୍କ ଆଗମନରେ ଉପସ୍ଥିତ ଦର୍ଶକ ବେଶ୍ ଉତ୍ସାହିତ ହୋଇ ତାଙ୍କ ର ପ୍ରତିଟି ଭଜନ ର ଆନନ୍ଦ ନେଇଥିଲେ।।ମେଳନ ପଡିଆ ରେ ବେଶ୍ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା। କେନ୍ଦ୍ରୀୟ ଦୋଳ ମେଲଣ ସମିତି ପକ୍ଷରୁ ପ୍ରତିଟି ବିମାନ କୁ ଅତି ସମ୍ମାନର ସହ ପାଛୋଟି ଆଣିଥିଲେ ଏଥିରେ ଆସିଥିବା ସେବାକା ଙ୍କୁ ମଧ୍ୟ ଅଭିର ଓ ଚୂନରୀ ଦେଇ ସ୍ବାଗତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁବ୍ରତ ତରାଇ,ବିଜୁ ଜନତା ଦଳ ର ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ବିଜେଡି ନେତା ପ୍ରଫୁଲ୍ଲ ସୁନ୍ଯାନୀ ପ୍ରମୁଖ ଯୋଗ ଦେଇଥିଲେ।କେନ୍ଦ୍ରୀୟ ଦୋଳ ମେଲଣ ସମିତି ର ସଭାପତି ମୁକ୍ତିକାନ୍ତ ବେହେରା ଓ ସାଧାରଣ ସମ୍ପାଦକ ପ୍ରଦୀପ ମହାପାତ୍ର, ଉପାଧ୍ୟକ୍ଷ ରଜତ ଜେନା, ପୂର୍ବତନ ସଭାପତି ବିରାଜ ମୋହନ ବିଶ୍ବାଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ପରିଚାଳନା ହେଉଥିଲା।ପ୍ରତିଷ୍ଠାତା ସଦସ୍ୟ ବିଷ୍ଣୁ ଚରଣ ବିଶ୍ବାଳ, ସୁଶାନ୍ତ କୁମାର ପ୍ରଧାନ, ଈଶ୍ୱର ଭଞ୍ଜ ଓ ପର୍ଶୁରାମ ପୋଥାଳ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ର ତଦାରଖ ସହ ସଠିକ୍ ପରିଚାଳନା ରେ ସହଯୋଗ କରିଥିଲେ। ୧୨ତମ ଦୋଳ ମେଲଣ ମେଳନ ଉତ୍ସବ କୁ ସଫଳ କରିବା ରେସଲୀଳ କୁମାର ସାହୁ,କପିଳେଶ୍ବର ମିଶ୍ର,ଯଚିନ୍ଦ୍ର ନାଥ ପାଣି,ପ୍ରଦୀପ କୁମାର ସ୍ବାଇଁ , ପ୍ରମୋଦ କୁମାର ବୋଇତି,ନିଲୁ ବାରିକ,ମୋତିଲାଲ ମହନ୍ତ,ସୌମ୍ଯକାନ୍ତ ଦଳ,ସୀମାଞ୍ଚଳ ଖଣ୍ଡୁଆଳ ,ସନ୍ତୋଷ କୁମାର ବିଶ୍ବାଳ ,ସୁଶାନ୍ତ କୁମାର ନାୟକ ,ରାମଚନ୍ଦ୍ର ଗୌଡ,କାର୍ତ୍ତିକ ଖଣ୍ଡୁଆଳ ,ରବିନ୍ଦ୍ର କୁମାର ବାରିକ,ସୁମିତ୍ରା ସ୍ବାଇଁ ,ଲୀନା ନାୟକ ,ବିପିନ ମହାରଣା,ଜୟନ୍ତୀ ଦାସ,କଳ୍ପନା ଭଞ୍ଜ ଓ ସଞ୍ଜୀବ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ ।








Comments
Post a Comment