ଭକ୍ତି ଭାବାବେଗ ପରିବେଶରେ ଉଦଯାପିତ ହେଲା ଅଷ୍ଟପ୍ରହର ନାମଯଜ୍ଞ
ଝାରସୁଗୁଡ଼ା,6|3(ଭାଗ୍ୟ ପ୍ରଣେତା) -ଝାରସୁଗୁଡ଼ା ସହର ଅଭିନଵ କ୍ଷେତ୍ର ବିଜୁ ନଗର ସ୍ଥିତ ଅଭିନବ ଗୌରାଙ୍ଗ ଙ୍ଗ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହର ନାମଯଜ୍ଞ ଭକ୍ତି ଭାବାବେଗ ପରିବେଶ ମଧ୍ୟରେ ବୁଧବାର ଉଦ୍ଯାପିତ ହୋଇଯାଇଛି। ନାମଯଜ୍ଞରେ ଜଗଦୀଶ ପାଣିଗ୍ରାହୀ ଓ ଆଲ୍ଲାଦିନୀ ଦୀକ୍ଷିତ ସପତ୍ନୀକ କର୍ତ୍ତା ଭାବେ ଅହୋତ୍ୟିକ କାର୍ଯ୍ୟ ତୁଲାଇଥିବା ବେଲେ, ସହଦେବ ମିଶ୍ର ପୂଜା କାର୍ଯ୍ୟ ତୁଲାଇଥିଲେ। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଏଥିରେ ଯୋଗଦାନ ଦେଇ ମନ୍ଦିରର ଉନ୍ନତି ପାଇଁ ବିଜୁ ନଗର ବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପଞ୍ଚସଖା କୀର୍ତ୍ତନ ମଣ୍ଡଳୀ, ଛୁଆଳି ବେଣ୍ଡା, ତାଲମାଳ, ଠାକୁରପଡ଼ା, ବାଲିଜୋରୀ, ରଘୁନାଥପାଲି ସହିତ ୧୨ଟି କୀର୍ତ୍ତନ୍ୟ ଦଳ ନାମଯଜ୍ଞରେ ଅଂଶଗ୍ରହଣ କରିଥିଲେ । ମନ୍ଦିର ପରିଚାଳନା କମିଟି ସଦସ୍ୟ ଚନ୍ଦ୍ରଶେଖର ମେହେର, ସୁନୀଲ କୁମାର ପଣ୍ଡା ମୁଖ୍ୟ ସହଯୋଗୀ ରହିଥିଲେ। ଶତ୍ରୁଘ୍ନ ମେହେର, ଆଶାରାଣୀ ପୁଟେଲ,କଲ୍ୟାଣୀ ନାୟକ ଏବଂ ଭାଗରଥୀ ନାୟକ, ରାଧା ଗୋବିନ୍ଦ ସରାଫ, ଶିଶିର ପାତ୍ରଙ୍କ ସମେତ ସମସ୍ତ କର୍ମକର୍ତା ସହଯୋଗ କରିଥିଲେ| ମହା ଆଡ଼ମ୍ବରରେ ନାମଯଜ୍ଞ ଆୟୋଜିତ ହୋଇଥିଲା |







Comments
Post a Comment