ମ୍ୟୁନସିପାଲ ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ରାଉରକେଲା,୧|୩(ଭାଗ୍ୟ ପ୍ରଣେତା)ରାଉରକେଲା ଉଦିତନଗର ସ୍ଥିତ ମ୍ୟୁନସିପାଲ ମହାବିଦ୍ୟାଳୟ ସଭାଗୃହ ଠାରେ ରବିବାର ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ରାଜିନିତୀ ବିଜ୍ଞାନ ବିଭାଗର ପ୍ରଧାପିକା ବିଜୟଲକ୍ଷ୍ମୀ ଦେଓ କଲେଜରୁ ଅବସର ନେଉଥିବାରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କଲେଜ ତରଫରୁ ପ୍ରଦାନ କରା ଯାଇଥିଲା। ସଭାକାର୍ଯ୍ୟରେ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ହୁରିହର ଦାଶଙ୍କ ସଭାପତିତ୍ବ କରି ଦେଓଙ୍କ ମହାବିଦ୍ୟାଳୟ ପ୍ରତି ରହିଥିବା ଅତୁଳନୀୟ ଅବଦାନର ସୂତୀଚାରଣ କରିବା ସହିତ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କର ପାଇଁ ଏ ଦିନ ସର୍ବତା ସ୍ମରଣୀୟ ରହିବ ବୋଲି କହିଥିଲେ।।ପରେ ଅଧାପିକା ରୋମା ସାହୁ,ଅର୍ପତା ମହାପାତ୍ର,ଅଧାପକ ବିଜୟ କୁମାର ପାଢୀଗୋଳଜ ବିହାରୀ ତଳ ବେହେରା,ରଶ୍ମିଜା ଖାତୁନ,ଡକ୍ଟର ଦିବ୍ୟାକାନ୍ତି ବିଲୁଙ୍ଗ,ମମତାରାଣୀ ଚାନ୍ଦ,ମହେଶ୍ଵତା ମହାପାତ୍ର ପ୍ରମୁଖ ଅବସର ନେଉଥିବା ବିଜୟ ଲକ୍ଷ୍ମୀ ଦେଓଙ୍କର ବ୍ୟକ୍ତିତ୍ଵ ଏବଂ ଜଣେ ଆଦର୍ଶ ଅଧାପିକା ଭାବେ ଜିଭଲି ଭାବେ କଲେଜର ଛାତ୍ରୀଛାତ୍ର ଏବଂ ସହଯୋଗୀ ସାଥଙ୍କ ଅତି ଆପାଣାର ସାଜିଥିଲେ ସେ ନିଷୟରେ ବିସ୍ତୃତ ଦିଗଦର୍ଶନ ପ୍ରଦାନ କରିଥିଲେ।।ଏହାପରେ ବିଜୟଲକ୍ଷ୍ମୀ ଦେଓ ମ୍ୟୁନସିପାଳ ମହାବିଦ୍ୟାଳୟରେ ବିତାଇଥିବା ତାଙ୍କ ୯ବର୍ଷର ଅଭିଜ୍ଞତା ଉପରେ ଜହି ଭାବବିହ୍ବଳ ହୋଇ ପଡିଥିଲେ।। ସଭାକୁ ଅଧାପକ ତିତ୍ତି ରଞ୍ଜନ ମହାନ୍ତି ପରିଚାଳନା କରିଥିବା ବେଲେ ଅଧାପିକା ବୈଦେହୀ ମାଝୀସ୍ମୃତୀ ସରୁପା ରାଉତରାୟ ଆଦି ପରିଚାଳନାରେ ବିଶେଷ ସହଯୋଗୀତା କରିଥିଲେ । ଅଧାପିକା ଅପଣ୍ଡା ଧର ମାନପତ୍ର ପଠନ କରିଥିବା ବେଲେ ଅଧାପକ ବିଜୟ କୁମାର ପାଢୀ ଧନ୍ୟବାଦ ଅପୟକ୍ତ କରିଥିଲେ।। ସଭାରେ କଲେଜର ଅଧକ୍ଷଙ୍କ ସମେତ ସମସ୍ତ ଅଧାପିଜା,ଅଧାପକ ଓ କର୍ମଚାରୀମାନେ ସମ୍ମିଳିତ ରହିଥିଲେ|



Comments
Post a Comment