ଜୟ ଶ୍ରୀ ଗଣେଶ

ଜଣେ ବୁଢି ମା ଥିଲେ। ସେ ବହୁତ ଗରିବ ଓ ଅନ୍ଧ ଥିଲେ। ତାଙ୍କର ଜଣେ ପୁଅ ଓ ବହୁ ଥିଲେ। ସେହି ବୁଢ଼ି ମା ସଦା ଭଗବାନ ଗଣେଶଙ୍କ ପୂଜା କରୁଥିଲେ। ଏକ ଦିନ ଗଣେଶଜୀ ପ୍ରକଟ ହୋଇ ସେହି ବୁଢ଼ି ମାଙ୍କୁ କହିଲେ 

“ବୁଢ଼ି ମା! ତୁମେ ଯାହା ଚାହୁଁଛ, ମାଗିନିଅ।”

ବୁଢ଼ି ମା କହିଲେ— “ମୋତେ ତ କିଛି ମାଗିବା ଆସେ ନାହିଁ। କେମିତି ଏବଂ କ’ଣ ମାଗିବି?”

ତେବେ ଗଣେଶଜୀ କହିଲେ— “ତୁମ ପୁଅ ଓ ବହୁଙ୍କୁ ପଚାରି ମାଗିନିଅ।”

ତା’ପରେ ବୁଢ଼ି ମା ନିଜ ପୁଅଙ୍କୁ କହିଲେ— “ଗଣେଶଜୀ କହୁଛନ୍ତି ‘ତୁମେ କିଛି ମାଗିନିଅ।’ କହ, ମୁଁ କ’ଣ ମାଗିବି?”

ପୁଅ କହିଲା— “ମା! ତୁମେ ଧନ ମାଗିନିଅ।”

ବହୁଙ୍କୁ ପଚାରିଲେ, ସେ କହିଲେ— “ନାତି ମାଗିନିଅ।”

 ବୁଢ଼ି ମା ଭାବିଲେ ଯେ, ଏମାନେ ତ ନିଜ-ନିଜ ସ୍ୱାର୍ଥର କଥା କହୁଛନ୍ତି। ସେଥିପାଇଁ ସେ ତାଙ୍କ ପଡ଼ୋଶି ମାନଙ୍କୁ ପଚାରିଲେ। ସେମାନେ କହିଲେ— “ବୁଢ଼ି ମା ! ତୁମେ ତ ଅଳ୍ପ ଦିନ ବଞ୍ଚିବ। କାହିଁକି ଧନ ମାଗିବୁ, କାହିଁକି ନାତି ମାଗିବ? ତୁମେ ତ ନିଜ ଆଖିର ଆଲୋକ ମାଗ, ଯାହାଦ୍ୱାରା ତୁମ ଜୀବନ ସୁଖରେ କଟିଯିବ।”

ଏହାପରେ ବୁଢ଼ି ମା କହିଲେ— “ଯଦି ଆପଣ ପ୍ରସନ୍ନ ଅଛନ୍ତି, ତେବେ ମୋତେ ନଅ କୋଟିର ମାୟା ଦିଅନ୍ତୁ, ନିରୋଗୀ କାୟା ଦିଅନ୍ତୁ, ଅମର ସୁହାଗ ଦିଅନ୍ତୁ, ଆଖିର ଆଲୋକ ଦିଅନ୍ତୁ, ନାତି ଦିଅନ୍ତୁ,  ସମସ୍ତ ପରିବାରକୁ ସୁଖ ଦିଅନ୍ତୁ ଏବଂ ଶେଷରେ ମୋକ୍ଷ ଦିଅନ୍ତୁ।”

ଏହା ଶୁଣି ଗଣେଶଜୀ କହିଲେ— “ବୁଢ଼ି ମା! ତୁମେ ତ ଠକି ଦେଲ


। ତଥାପି ତୁମେ ଯାହା ମାଗିଛ, ବଚନ ଅନୁସାରେ ସବୁ ମିଳିବ।”

ଏହା କହି ଗଣେଶଜୀ ଅନ୍ତର୍ଧାନ ହୋଇଗଲେ। ଏପଟେ ବୁଢ଼ିଆ ମା ଯାହା କିଛି ମାଗିଥିଲେ, ସେସବୁ ପାଇଗଲେ।

ହେ ଗଣେଶଜୀ ମହାରାଜ! ଯେପରି ଆପଣ ସେହି ବୁଢ଼ିଆ ମାଙ୍କୁ ସବୁକିଛି ଦେଇଥିଲେ, ସେପରି ସମସ୍ତଙ୍କୁ ଦିଅନ୍ତୁ।

Comments