ମନ୍ତ୍ରୀ ଓ ସାଂସଦ ଥାଇ ମଧ୍ୟ ଅବହେଳିତ ଏନ ଏଚ -୪୯, ବାରମ୍ବାର ଦାବି ସତ୍ୱେ ହେଉନି କାର୍ଯ୍ୟ, ଜନସାଧାରଣ ରେ ତୀବ୍ର ଅସନ୍ତୋଷ,ଆସନ୍ତା ପଞ୍ଚାୟତ ଓ ସାଧାରଣ ନିର୍ବାଚନ ରେ ପ୍ରଭାବ ଆଶଙ୍କା,
ମନ୍ତ୍ରୀ ଓ ସାଂସଦ ଥାଇ ମଧ୍ୟ ଅବହେଳିତ ଏନ ଏଚ -୪୯, ବାରମ୍ବାର ଦାବି ସତ୍ୱେ ହେଉନି କାର୍ଯ୍ୟ, ଜନସାଧାରଣ ରେ ତୀବ୍ର ଅସନ୍ତୋଷ, ଆସନ୍ତା ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ପ୍ରଭାବ ଆଶଙ୍କା,
ଝାରସୁଗୁଡା,୨୪/୧, ଜାତୀୟ ରାଜପଥ ୪୯ I ଏଜି ରାଜପଥ ର ନା ଧରିଲେ ସାଧାରଣ ଜନତାଙ୍କ ମନରେ ଶିହରଣ ଖେଳିଯାଏ I କାହିଁକି ନା ଏହି ରାଜପଥରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ସାଧାରଣ ଜନତାଙ୍କ ମୃତ୍ୟୁ ହେଉଥିବା ଶୁଣାଯାଉଛି I ତେବେ ଜିଲ୍ଲାର ପ୍ରତିନିଧିତ୍ବ କରୁଥିବା ସାଂସଦ ଓ ପୂର୍ବତନ ସାଂସଦ ଓ ବର୍ତମାନର ମନ୍ତ୍ରୀ ଏହି ରାଜପଥର ଉନ୍ନତି ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି ବୋଲି ଜିଲ୍ଲା ଓ ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ର ସାଧାରଣରେ ଆଲୋଚନା ହେଉଛି I ପୂର୍ବରୁ ଏହି ଜାତୀୟ ରାଜପଥ ରେ ଅନେକ ଦୁର୍ଘଟଣା ଘଟିଥିଲେ ମଧ୍ୟ ବିଶେଷକରି ଗତ ୨୨ ତାରିଖରେ ହୋଇଥିବା ଦୁର୍ଘଟଣା ରେ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ପରେ ଜିଲ୍ଲାରେ ଏପରି ଆଲୋଚନା ଓ ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି I ଜିଲ୍ଲାରେ ୨ ଜଣ ବରିଷ୍ଠ ରାଜନେତା ଥିଲେ ମଧ୍ୟ ଏହି ରାଜପଥ ର ଉନ୍ନତି କାହିଁକି ହେଉନାହିଁ ତାହାକୁ ନେଇ ନେଇ ଜିଲ୍ଲା ଜନସାଧାରଣ ରେ ଆଲୋଚନା ହେଉଛି I ତେବେ ଏହି ରାଜପଥର ଇତିହାସକୁ ଗଲେ ବିଗତ ୨୦୦୨ ମସିହାରେ କେନ୍ଦ୍ର ରେ ଥିବା ବିଜେପି ସରକାରରେ ଓଡିଶା ର ଦେବଗଡ ସାଂସଦ ଡ଼. ଦେବେନ୍ଦ୍ର ପ୍ରଧାନ ପରିବହନ ମନ୍ତ୍ରୀ ହୋଇଥିଲେ I ଏହାସହ ଗତ ୨୦୦୨ ମସିହାରେ ଏହି ରାସ୍ତାକୁ ଜାତୀୟ ରାଜପଥ ୨୦୦ ର ମାନ୍ୟତା ଦେଇଥିଲେ I ତେବେ ପରବର୍ତୀ ୨୦୦୪ ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚିତ ହୋଇଥିଲେ I ତେବେ ସେ ସମୟରେ କେନ୍ଦ୍ରରେ କଂଗ୍ରେସ ସରକାର କ୍ଷମତାରେ ଥିଲା I ନିର୍ବାଚନରେ ବିଜୟୀ ହେବା ପରେ ସାଂସଦ ଅଂଚଳବାସୀଙ୍କ ପାଇଁ ଲଢେଇ କରିଥିଲେ I ଯାହାଫଳରେ ଏହି ରାଜପଥ କୁ ବିଳାସପୁର ରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଯାଇ ଗତ ୨୦୦୭ ମସିହାରେ ଜାତୀୟ ରାଜପଥ ୪୯ ର ମାନ୍ୟତା ପାଇଥିଲା I ଏହାସହ ଏହି ରାଜପଥ ର ସମ୍ପ୍ରସାରଣ କାର୍ଯ୍ୟ ୨୦୦୭ ମସିହାରେ ଆରମ୍ଭ ହୋଇଥିଲା I ତେବେ ପରବର୍ତୀ ସମୟରେ ୨୦୦୯ ରେ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ, ୨୦୧୪ ରେ ବିଜେଡି ସାଂସଦ ଡ଼. ପ୍ରଭାସ ସିଂ , ୨୦୧୯ ରେ ବିଜେପିର ସୁରେଶ ପୂଜାରୀ ଏବଂ ବର୍ତମାନ ସାଂସଦ ଭାବେ ବିଜେପିର ପ୍ରଦୀପ ପୁରୋହିତ ନିର୍ବାଚିତ ହୋଇ ଅଂଚଳର ପ୍ରତିନିଧିତ୍ବ କରୁଛନ୍ତି I ହେଲେ ଏହି ରାଜପଥ ଉନ୍ନତି ତଥା ଫୋର ଲେନ ପାଇଁ କୌଣସି ପ୍ରତିନିଧି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହାନ୍ତି I କେବଳ ଫାଇଲ ଓ ଡିପିଆର ର ବାହାନା ଦେଖାଇ ସମୟ ଗଡ଼ାଇ ଚାଲିଛନ୍ତି I ତେବେ ବର୍ତମାନ ଓଡିଶା ସରକାରରେ ମନ୍ତ୍ରୀ ଥିବା ସୁରେଶ ପୂଜାରୀ ଜଣେ ଜାତୀୟ ସ୍ତର ର ପ୍ରଭାବ ଶାଳୀ ନେତା ଭାବେ ପରିଚିତ I ମନ୍ତ୍ରୀ ପୂର୍ବରୁ ଗତ ୨୦୧୯ ମସିହାରେ ବରଗଡ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ I ସେ ସମୟ ରେ କେନ୍ଦ୍ରରେ ବିଜେପିର ସରକାର ମଧ୍ୟ ଥିଲା I ଏହାସତ୍ୱେ ମଧ୍ୟ ରାଜପଥ ର କୌଣସି ଉନ୍ନତି ହୋଇନଥିଲା I ଯାହାଫଳରେ ଜିଲ୍ଲାରେ ଦୁଇ ଜଣ ପ୍ରଭାବଶାଳୀ ନେତା ଥାଇ ମଧ୍ୟ ରାଜପଥ ର ଉନ୍ନତ୍ତିକରଣ ପାଇଁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି |ଯାହାର ନକରାତ୍ମକ ପ୍ରଭାବ ଆସନ୍ତା ପଂଚାୟତ ଓ ସାଧାରଣ ନିର୍ବାଚନ ରେ ପଡିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରୁଛନ୍ତି |


Comments
Post a Comment