Skip to main content

ନୃତ୍ୟ କଳାର ବିଜୟିନୀ ରୋଜା ରାଣା ବଲିଓଡ ଜଗତର ଚହଳ ସୃଷ୍ଟି କରି ରାଜ୍ୟ ଓ ଦେଶକୁ ଗର୍ବିତ କରନ୍ତି

ବଳିଓଡ଼ ଅଭିନେତା ଅଭିଷେକ ବଚ୍ଚନଙ୍କ ସହିତ ଶିବାନୀ ରାଣା

ରୋଜା ରାଣା ଏକ ଆକର୍ଷଣୀୟ ନୃତ୍ୟ ପରିବେଷଣ କରୁଥିବା ଫୋଟୋ





ରୋଜା ରାଣା ନିଜ ମା ଶିବାନୀ ରାଣା ସହିତ ଥିବା ଫୋଟୋ

 କୁହାଯାଏ ପ୍ରତ୍ୟେକ ସଫଳ ବ୍ୟକ୍ତି ପଛରେ ଜଣେ ନାରୀର ଭୂମିକା ରହିଥାଏ ଏବଂ ପ୍ରବଳ ଇଛାଶକ୍ତି ଥିଲେ ଜଣେ ଦୁଃସାଧ୍ୟ କାମକୁ ମଧ ସାଧନ କରିଥାଏ।॥ ଠିକ ଏହିଭଳି ଜଣେ ସଫଳ ନୃତ୍ୟଶିଳ୍ପୀ ଭାବେ ନିଜକୁ କେବଳ ରାଜ୍ୟରେ ନୁହେଁ ସାର ଦେଶରେ ନିଜକୁ ପରିଚିତ କରି ହଜାର ହଜାର ଜାତୀୟ ସ୍ତରୀୟ ଇଭେଣ୍ଟରେ ସଫଳତା ହାସଳ କରି ଆଗକୁ ମାଡି ଚାଲିଛନ୍ତି। ସେ ଆଉ କେହି ନୁହଁନ୍ତି ଆମ ସମସ୍ତଙ୍କ ଅତି ପ୍ରିୟ ନୃତ୍ୟଶିଳ୍ପୀ ତଥା ବଲିଓଡ ଜଗତର ସହକାରୀ ନୃତ୍ୟ ନିର୍ଦ୍ଦେଶିକା ରୋଜା ରାଣା, ରୋଜା ରାଣାଙ୍କ ଜନ୍ମ ରାଉରକେଲା କୋଏଲ ନଗର ଠାରେ ହୁଏ।। ସର୍ଗତ ଆଶୋକ ରାଣା ଓ ଶିବାନୀ ରାଣାଙ୍କ ଏକାମାତ୍ର ଅଳିଅଳ ଝିଅ ରୋଜା॥ ସେ ରାଉରକେଲା ହମିରପୁର ସେଟ ଯୋସେଫ ସ୍କୁଳରେ ଏଲକେଜି ଠାରୁ ହାଇସ୍କୁଳ ସ୍ତର ଯାଏଁ ସ୍କୁଳ ଶିକ୍ଷା ଲାଭ କରନ୍ତି।। ପରେ ରାଉରକେଲା କଲେଜରେ ବାଣିଜ୍ୟ କ୍ଷେତ୍ରରେ ସ୍ନାତକୋତର ଡିଗ୍ରୀ ହ୍ରାସଳ କରନ୍ତି।॥ ରୋଜା ପିଲାଟି ଦିନରୁ ନୃତ୍ୟ ପ୍ରତି ପ୍ରବଳ ଆଗ୍ରହ ରଖନ୍ତି॥ ରୋଜାଙ୍କ ମାଁ ଙ୍କ ସ୍ୱପ୍ନ ଥିଲା ତାଙ୍କର ଝିଅ ବଲିଓଡ ଇଣ୍ଡଷ୍ଟ୍ରିରେ ବିଗ ବି ଅମିତାଭ ବଚ୍ଚନଙ୍କ ସହ କାମ କରିବ ବୋଲି। ମାତ୍ର ୨୦୧୫ରେ ରୋଜାଙ୍କ ବାପାଙ୍କ ହୃଦଘାତରେ ମୃତ୍ୟୁ ଘଟୋ। ଯାହା ରୋଜା ଓ ତାଙ୍କ ମାଙ୍କ ପାଇଁ ସବୁଠାରୁ ଜଟିଳ ସମୟ ଭାବେ ପରିଗଣିତ ହୋଇଥାଏ । ମାତ୍ର ଏଭଲି ଜଟିଳ ପରିସ୍ଥିତିରେ ମଧ୍ୟ ରୋଜାଙ୍କୁ ତାଙ୍କ ମା ନୃତ୍ୟ କ୍ଷେତ୍ରରେ ନିଜର କଳା ଦକ୍ଷତା ପ୍ରଦର୍ଶନ କରିବାକୁ ପ୍ରେରଣା ଦିଅନ୍ତି। ରୋଜା ରାଉରକେଲାର ବିଭିନ୍ନ ନୃତ୍ୟ ମଞ୍ଚରେ ଗୋଟିଏ ପରେ ଗୋଟିଏ ନୃତ୍ୟ ପରିବେଷଣ କରି ସହରବାସୀଙ୍କ ଖୁବ କମ ସମୟରେ ଅତି ପରିଚିତ ବ୍ୟକ୍ତି ପାଲଟି ଯାଆନ୍ତି। ରୋଜାଙ୍କ ନୃତ୍ୟର ମହକ ସୁଦୂର ମୁମ୍ବାଇ ପର୍ଯ୍ୟନ୍ତ ଚହୁଟି ଯାଏ। ପରେ ୨୦୦୩ ମସିହାରେ ମୁମ୍ବାଇ ବୁଗୁ ବୁଗିରେ ନୃତ୍ୟ ଏଡିସନରେ ସାମିଳ ହୁଅନ୍ତି।। ପରବର୍ତୀ ସମୟରେ ସେ ବଲିଓଡର ସୁନାମଧନ୍ୟ କଳାକାର ଜାଭେଦ ଯାଫ୍ରି, ରବି ବେହେଲ ଓ ନାଭେଦ ଜାଫ୍ରିଙ୍କ ସହ କାମ କରିବା ଆରମ୍ଭ କରନ୍ତି।।ପରେ ପୁଣି ସେ ବଲିଓଡର ସୁନାମଧନ୍ୟ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ କ୍ରେଜି କିୟାରେ, ଡ୍ୟାନ୍ସ ଇଣ୍ଡିଆ ତ୍ୟାନ୍ସ ଯୁଗଳ ନୃତ୍ୟ ଇଭେଟରେ ରାହୁଲ ସେଟ୍ଟାଙ୍କ ସହିତ ସେମ ଆଇ ଉଇଲ ଡ୍ୟାନ୍ସରେ ସେ ବଲିଓଡ ଜଗତର ସୁନାମଧନ୍ୟ ଅଭିନେତ୍ରୀ ମାଧୁରୀ ଦିକ୍ଷିତ, ଟେରେନ୍ସ ଲୁଇନ୍ସଙ୍କ ଜର୍ଜରେ ଡ୍ୟାନ୍ସ କରନ୍ତି।। ଏହାପରେ ଇଣ୍ଡିଆ ବେଷ୍ଟ ଡ୍ୟାନ୍ସର ଇଭେଟ ଷ୍ଟେଜରେ ଗୀତା ମେମ,ଟେରେନ୍ସ ଓ ମଲ୍ଲିକା ଅରୋରାଙ୍କ ତତ୍ତ୍ୱାବଧାନରେ ନୃତ୍ୟ କରି ସଫଳତା ଅର୍ଜନ କରନ୍ତି।। ଏହାପରେ ୨୦୨୫ରେ, ଅଭିଷେକ ବଚ୍ଚନ ଭିକି କୌଶଳ,ରଶ୍ମିକା ମନ୍ଦାନା,କ୍ରିତି ସାନନ,ସାରାଅଲ୍ଲି ଖାନ ଭଳି ବଲିଓଡ ତାରକା ମାନଙ୍କର ମଧ୍ୟ ପସନ୍ଦୀୟ କୋରିଓଗ୍ରାଫର ସାଜନ୍ତି॥ ଗୋଟିଏ ପରେ ଗୋଟିଏ ସଫଳତା ହାସଳ କରି ଚାଳନ୍ତି। ରାଉରକେଲା ରୋଜା ରାଣାଙ୍କ ବାସଭବନରେ ତାଙ୍କ ହାସଳ ମେତେଲ ଓ ଟ୍ରଫି ରଖୁବା ପାଇଁ ଜାଗା ମଧ ନାହିଁ ସେ ଯେତେ ସଫଳତା ହାସଳ କରିଛନ୍ତି।॥ ରୋଜା ବଲିଓଡ ଜଗତର ବହୁ ଖ୍ୟାତିନାମା କଳାକାର ମାନଙ୍କୁ ନୃତ୍ୟ ନିର୍ଦ୍ଦେଶନା ମଧ୍ୟ ପ୍ରଦାନ କରି ଜାତୀୟ ଉପାଧି ହ୍ରାସଳ କରି ସାରିଛନ୍ତି। ରୋଜା ତାଙ୍କ ଫ୍ରି ଟାଇମରେ ପାହାଡିଆ ଅଂଚଳ ଯିବାକୁ ବେଶ ପସନ୍ଦ କରନ୍ତି। ମାତ୍ର କାମ ବ୍ୟସ୍ତ ବହୁଳତା ହେତୁ ସେ କମ ପାହାଡିଆ ଅଂଚଳ ବୁଲି ଯାଇ ପାରିଛନ୍ତି। ରୋଜା ଶୁଦ୍ଧ ଶାକାହାରୀ ଖାଦ୍ୟ ଭୋଜନ କରନ୍ତି। ରୋଜାଙ୍କ ଡିସରେ ସେ ରୁଟି,ତାଳି ଓ ଭେଣ୍ଡି ଭଜାକୁ ବେଶି ଆତର କରନ୍ତି।। ଏଥିସହ ସେ ସାମାଜିକ କାମ ମଧ୍ୟ କରନ୍ତି। ସାମାଜିକ କାମରେ ବୁଲା ଗାଇଗୋରୁ, ବୁଲା କୁକୁର ମାନଙ୍କ ସେବା କରିବାକୁ ଭଳି ପାଆନ୍ତି॥ରୋଜା ନାଁକୁ ଜଣେ ଆଧୁନିକ ଯୁଗର ନୃତ୍ୟଶିଳ୍ପୀ ମାତ୍ର ସେ ଆଧାତ୍ମିକ ଭାବାବେଗରେ ବନ୍ଧା। ଏଣୁକରି ରୋଜା ମହାଭାରତରୁ ଆରମ୍ଭ କରି ସମସ୍ତ ଧାର୍ମିକ ଗ୍ରନ୍ଥ ଅଧୟନ କରିବାକୁ ଭଲ ପାଆନ୍ତି। ସେ ଦ ପ୍ରେସ ଅଫ ଇଲୁଜିମ ଏକ ପୁସ୍ତକ ଅଧୟନ କରି ଆଧାୟିକ ଭାବାବେଗରେ ବାନ୍ଧି ହୋଇ ଯାଇଥିଲେ। ପରେ ସେ ଆଉ ବହି ପଢିବା ବନ୍ଦ କରିନାହାନ୍ତି। ପ୍ରତ୍ୟେକ ଦିନ ସେ ଦୁଇଘଂଟା ବିଭିନ୍ନ ପୁସ୍ତକ ପୁସ୍ତିକା ଅଧୟନ କରିଥାନ୍ତି॥ ସେ ଓଡିଶାର ଶ୍ରୀକ୍ଷେତ୍ର ଧାମ ପୁରୀକ୍ଷେତ୍ରରେ ସମୟ କାଟିବାକୁ ବେଶ ଆଗ୍ରହ ରଖନ୍ତି ମାତ୍ର ତାଙ୍କ ଜୀବନରେ ମାତ୍ର ଥରେ ଦୁଇଥର ଶ୍ରୀକ୍ଷେତ୍ର ଧାମ ଯାଇଥିବା ବେଲେ ବହୁ ଅବଶୋଷ ରହି ଯାଇଥିବା ଦର୍ଶାନ୍ତି। ଏଥିସହ ସେ ତାଙ୍କ ଜୀବନ ଠାରୁ ଅଧୁକ ଭଳ ନିଜ ମାଙ୍କୁ ପାଆନ୍ତି॥ ସେ କୁହନ୍ତି ଯଦି ମୋ ମାଁ ମୋତେ ପ୍ରେରଣା ଦେଇ ନ ଥାନ୍ତେ ତେବେ ମୁଁ କେବେହେଲେ ମଧ୍ୟ ସଫଳତା ହାସଳ କରି ପାରି ନ ଥାନ୍ତି। ଏଣୁ ମୋ ମା ମୋ ପାଇଁ ଭାଇ ବି ବନ୍ଧୁ ବି ଓ କୂଟୁସ ବୋଲି କୁହନ୍ତି। ମାଁର ସ୍ନେହ ଓ ମୋ ଗୁରୁଜନ ମଣ୍ଡଳୀଙ୍କ ଆଶିର୍ବାଦ ଆଜି ମୋତେ ଏତେ ବଡ ସଫଳତା ଆଣି ଦେଇଛି।। ଏଥିସହ ସେ ରାଉରକେଲା ସହରରେ ତାଙ୍କ ମାଙ୍କ ସହିତ ମିଶି ସ୍ଥାନୀୟ ଅଂଚଳର ନୃତ୍ୟ କଳାକାରଙ୍କ ପ୍ରତିଭା ଉଜାଗର ନିମନ୍ତେ କାର୍ଯ୍ୟ କରିବା ଚୁଡାନ୍ତ କରିଛନ୍ତି।। ଯାହା କି ଆଜା ନଚ ଲେ ମଂଚରୁ ଆରମ୍ଭ ହୋଇସାରିଛି। ଆଗକୁ ରାଉରକେଲାର ନୃତ୍ୟ ପ୍ରତିଭା ମାନଙ୍କ ବଲିଓଡ ଜଗତର ଷ୍ଟେଜକୁ କିଭଲି ନିଆଯିବ ସେ ଉଦ୍ୟମ ଜାରୀ ରହିବ ବୋଲି ଦର୍ଶାନ୍ତି। ଏଥିସହ ସେ ବାର୍ତା ଦିଅନ୍ତି ମଣିଷ ଜୀବନ ଅମୂଲ୍ୟ। ଏଣୁକରି ନିଜେ ବଂଚ ଏବଂ ଅନ୍ୟ ମାନଙ୍କୁ ମଧ ବଂଚିବାକୁ ଦିଅ ବୋଲି॥

Comments

Popular posts from this blog

A demand has been made by the Rourkela Engineers Association to develop Rourkela into “Greater Rourkela”

 A demand has been made by the Rourkela Engineers Association to develop Rourkela into “Greater Rourkela”                          Cabinet minister juel oram with rourkela ingineer association Rourkela, 22/2:(The Future Guider)-On Sunday, the Rourkela Engineers Association met and submitted a memorandum to Union Minister and Sundargarh MP Jual Oram, Revenue Minister Suresh Pujari, Revenue Secretary Aravind Padhee, and Deputy Speaker of the Legislative Assembly Bhavani Shankar Bhoi, demanding that Rourkela be developed as “Greater Rourkela.” The memorandum highlights the following key demands: Urban Infrastructure, Tourism and Connectivity Aviation excellence: Expansion to 4C category, full operationalization of ILS/NLS systems. Establishment of an ISBT with a multi-modal skywalk and a “Transit Mall.” Construction of a 140 km outer ring road named the “Steel Corridor,” defining the rural boundary areas. Introduction of...

ରାଉରକେଲାକୁ ଗ୍ରେଟର ରାଉରକେଲା ଭାବେ ଉଦୀୟମାନ କରିବା ନେଇ ରାଉରକେଲା ଇଞ୍ଜିନିୟର୍ସ ସଂଘ ପକ୍ଷରୁ ଦାବୀ

ଓଡିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ସହିତ ସଂଘ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହିତ ରାଉରକେଲା ଇଂଜିନିୟର ସଂଘର ବିମଳ ବିଶି ଓ ଅନ୍ୟମାନେ   ସୁରେଶ ପୂଜାରୀଙ୍କ ସହିତ ବିମଳ ବିଶି ରାଉରକେଲା,23|2-ରାଉରକେଲା ଇଞ୍ଜିନିୟର୍ସ ଏସୋସିଏସନ ପକ୍ଷରୁ ରବିବାର ମାନ୍ୟବର କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ରାଜସ୍ୱ ସଚିବ ଅରବିନ୍ଦ ପାଢ଼ୀ ଏବଂ ବିଧାନସଭା ଉପ-ବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ରାଉରକେଲାକୁ ଗ୍ରେଟର ରାଉରକେଲା ଭାବେ ଉଦୀୟମାନ କରିବା ନେଇ ସାକ୍ଷାତ ଓ ଦାବୀ କରାଯାଇଛି | ଦାବୀରେ ସହରୀ ଭିତ୍ତିଭୂମି, ପର୍ଯ୍ୟଟନ ଏବଂ ସଂଯୋଗୀକରଣ, ବିମାନ ଚଳାଚଳ ଉତ୍କର୍ଷତା: ୪ସି ବର୍ଗ ବିସ୍ତାର, ଆଇଏଲଏସ/ଏନଏଲଏସ ପୂର୍ଣ୍ଣ କାର୍ଯ୍ୟକ୍ଷମ, ଆଇଏସବିଟି: ମଲ୍ଟି-ମୋଡାଲ୍ ସ୍କାଏୱାକ୍ ସହିତ "ଟ୍ରାନଜିଟ୍ ମଲ୍" ସ୍ଥାପନ | ଷ୍ଟିଲ୍ କରିଡର" ବାହ୍ୟ ରିଙ୍ଗ ରୋଡ୍ ଗ୍ରାମ ସୀମାକୁ ପରିଭାଷିତ କରୁଥିବା ୧୪୦ କିଲୋମିଟର ରାସ୍ତାର ନବନିର୍ମାଣ। ସହର ମଧ୍ୟରେ ପରିବହନ ଜନିତ ମେଟ୍ରୋ-ଲାଇଟ୍/ଟ୍ରାମ୍ କରିଡର ଏବଂ ସ୍ମାର୍ଟ ଲାଷ୍ଟ-ମାଇଲ୍ସଂ ଯୋଗୀକରଣ,ରେଳବାଇ ଶକ୍ତି ଇସିଓଆର ଅଧୀନରେ ରାଉରକେଲା ରେଳ ଡିଭିଜନ ମୁଖ୍ୟାଳୟ ସ୍ଥାପନ। ନୂତନ ରେଳ ଟର୍ମିନାଲ ରଣନୀତି ସହ ନୂତନ ରାଉରକେଲା ସିଟି ଷ୍ଟେସନ ପ୍ରତିଷ୍ଠା। ସହରର ଐତିହ୍ୟ ସମ୍ପର୍ଣ୍ଣ ନଦୀକୂଳ କରିଡର:ନଦୀବନ...

ग्रेटर राउरकेला के मांग को लेकर राउरकेला इंजीनियर एसोसिएशन के तरफ से सौंपा गया ज्ञापन

रेवेन्यू मिनिस्टर सुरेश पुजारी के साथ बिमल बिशी  ग्रेटर राउरकेला के मांग को लेकर राउरकेला इंजीनियर एसोसिएशन के तरफ से सौंपा गया ज्ञापन                            कैबिनेट मिनिस्टर जुएल ओराम के साथ इंजीनियर संघ राउरकेला, 23/2: (भाग्य प्रणेता) – रविवार को राउरकेला इंजीनियर्स एसोसिएशन ने केंद्रीय मंत्री एवं सुंदरगढ़ सांसद जुएल ओराम, राजस्व मंत्री सुरेश पुजारी, राजस्व सचिव अरबिंद पाढ़ी तथा विधानसभा के उपाध्यक्ष भवानी शंकर भोई को एक ज्ञापन सौंपा। इसमें राउरकेला को “ग्रेटर राउरकेला” के रूप में विकसित करने की मांग की गई। ज्ञापन में निम्न प्रमुख मांगें शामिल हैं: शहरी अवसंरचना, पर्यटन और कनेक्टिविटी विमानन उत्कृष्टता: एयरपोर्ट को 4C श्रेणी तक विस्तारित करना तथा ILS/NLS प्रणाली को पूर्ण रूप से चालू करना। मल्टी-मॉडल स्काईवॉक और “ट्रांजिट मॉल” सहित एक आईएसबीटी (इंटर-स्टेट बस टर्मिनल) की स्थापना। 140 किमी लंबी बाहरी रिंग रोड “स्टील कॉरिडोर” का निर्माण, जो ग्रामीण सीमा क्षेत्रों को परिभाषित करेगी। शहर के भीतर मेट्रो-लाइट/ट्राम ...