Skip to main content

ଝାରସୁଗୁଡାରେ ରକ୍ତାକ୍ତ ରାଜପଥ: ଟ୍ରଲର-ବୋଲେରୋ ମୁହାଁମୁହିଁ ଧକ୍କା, ୫ ପୋଲିସ କର୍ମଚାରୀ ମୃତ, ୩ ଜଣ ଙ୍କ ଅବସ୍ଥା ସଂକଟାପର୍ଣ୍ଣ, ବ୍ରଜରାଜନଗର ରୁ ବିବାହ ଭୋଜି ଖାଇ ଫେରୁଥିଲେ,







                   ଝାରସୁଗୁଡାରେ ବଡ଼ ଦୁର୍ଘଟଣା                                  ଝାରସୁଗୁଡା, ୨୨/୨-ଝାରସୁଗୁଡା ସଦର ଥାନା ସମ୍ମୁଖରେ ଆଜି ଭୋର ୩ ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଦ୍ରୁତଗାମୀ ଟେଲର ଏବଂ ପୋଲିସ ବୋଲେରୋ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ପୋଲିସ କର୍ମଚାରୀଙ୍କ ପ୍ରାଣବାୟୁ ଉଡିଯାଇଛି। ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି।ରବିବାର ଭୋର ୩ ଟା ସମୟ ରେ ୮ ଜଣ ପୋଲିସ କର୍ମଚାରୀ ଏକ ବିବାହ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଏକ ବୋଲେରୋ ଯୋଗେ ବ୍ରଜରାଜନଗର ପଟୁ ଝାରସୁଗୁଡା ଆସୁଥିବା ବେଳେ ବିପରୀତ ଦିଗ ରୁ ଆସୁଥିବା ଏକ ଟ୍ରଲର  ଝାରସୁଗୁଡା ସଦର ଥାନା ସମ୍ମୁଖରେ   ବୋଲେରୋ କୁ ପ୍ରଚଣ୍ଡ ଭାବ ରେ ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ବୋଲେରୋ ଗାଡିଟି ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିଲା |ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଗାଡି ଭିତରୁ ସମସ୍ତ ଙ୍କୁ ଉଦ୍ଧାର କରିଥିଲେ।ଘଟଣା ସ୍ଥଳ ରେ ୫ ଜଣ ଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୩ ଜଣ ଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଥିଲା |ମୃତ ୫  ପୋଲିସ କର୍ମଚାରୀ ମୃତ ଓ ୩  ଆହତମାନଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା |ମୁଖ୍ୟ ଡାକ୍ତରଖାନା ରେ ଡାକ୍ତର ୫ ଜଣ ଙ୍କୁ ମୃତ ଘୋଷଣା କରିଥିବା ବେଳେ  ସଂକଟାପର୍ଣ୍ଣ ଦୁଇ ଜଣ ଙ୍କୁ ବୁର୍ଲା ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ଓ ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରେ ଚିକିତ୍ସିତ ହେଉଛନ୍ତି |ଦୁର୍ଘଟଣା ରେ ପ୍ରାଣ ହରାଇଥିବା ପୋଲିସ କର୍ମଚାରୀ ମାନେ ହେଲେ ଲିଙ୍ଗରାଜ ଧାରୁଆ (୫୦),ଭକ୍ତ ମିର୍ଧା (୪୦),ନିରଞ୍ଜନ କୁସୁମ (୫୫),କାସିରାମ ଭୋଇ (୪୦), ଦେବଦତ୍ତ ସା (୪୦) ଏବଂ ଗୁରୁତର ଥିବା ୩ ଜଣ ହେଲେ ଦୁବରାଜ ମିରିଗୀ(୩୫), ଗୋବିନ୍ଦ ଚକ୍ରବର୍ତ୍ତୀ(୩୦),ଆକାଶ କୁମାର ନାଇକ (୩୦) |ଏହି ଖବର ପାଇବା ପରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ, ଝାରସୁଗୁଡା ଏସ ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ମୁଖ୍ୟ ଚିକିତ୍ସାଲୟ ରେ ଉପସ୍ଥିତ ରହି ଘଟଣା ର ତଦନ୍ତ ସହିତ ମୃତକ ଙ୍କ ପରିବାର କୁ ସମବେଦନା ଜଣାଇଛନ୍ତି |ଦୁର୍ଘଟଣା ଘଟାଇଥିବା ଟ୍ରଲର ଓ ଡ୍ରାଇଭର କୁ ସଦର ଥାନା ରେ ଅଟକ ରଖାଯାଇଛି |

Comments

Popular posts from this blog

A demand has been made by the Rourkela Engineers Association to develop Rourkela into “Greater Rourkela”

 A demand has been made by the Rourkela Engineers Association to develop Rourkela into “Greater Rourkela”                          Cabinet minister juel oram with rourkela ingineer association Rourkela, 22/2:(The Future Guider)-On Sunday, the Rourkela Engineers Association met and submitted a memorandum to Union Minister and Sundargarh MP Jual Oram, Revenue Minister Suresh Pujari, Revenue Secretary Aravind Padhee, and Deputy Speaker of the Legislative Assembly Bhavani Shankar Bhoi, demanding that Rourkela be developed as “Greater Rourkela.” The memorandum highlights the following key demands: Urban Infrastructure, Tourism and Connectivity Aviation excellence: Expansion to 4C category, full operationalization of ILS/NLS systems. Establishment of an ISBT with a multi-modal skywalk and a “Transit Mall.” Construction of a 140 km outer ring road named the “Steel Corridor,” defining the rural boundary areas. Introduction of...

ରାଉରକେଲାକୁ ଗ୍ରେଟର ରାଉରକେଲା ଭାବେ ଉଦୀୟମାନ କରିବା ନେଇ ରାଉରକେଲା ଇଞ୍ଜିନିୟର୍ସ ସଂଘ ପକ୍ଷରୁ ଦାବୀ

ଓଡିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ସହିତ ସଂଘ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହିତ ରାଉରକେଲା ଇଂଜିନିୟର ସଂଘର ବିମଳ ବିଶି ଓ ଅନ୍ୟମାନେ   ସୁରେଶ ପୂଜାରୀଙ୍କ ସହିତ ବିମଳ ବିଶି ରାଉରକେଲା,23|2-ରାଉରକେଲା ଇଞ୍ଜିନିୟର୍ସ ଏସୋସିଏସନ ପକ୍ଷରୁ ରବିବାର ମାନ୍ୟବର କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ରାଜସ୍ୱ ସଚିବ ଅରବିନ୍ଦ ପାଢ଼ୀ ଏବଂ ବିଧାନସଭା ଉପ-ବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ରାଉରକେଲାକୁ ଗ୍ରେଟର ରାଉରକେଲା ଭାବେ ଉଦୀୟମାନ କରିବା ନେଇ ସାକ୍ଷାତ ଓ ଦାବୀ କରାଯାଇଛି | ଦାବୀରେ ସହରୀ ଭିତ୍ତିଭୂମି, ପର୍ଯ୍ୟଟନ ଏବଂ ସଂଯୋଗୀକରଣ, ବିମାନ ଚଳାଚଳ ଉତ୍କର୍ଷତା: ୪ସି ବର୍ଗ ବିସ୍ତାର, ଆଇଏଲଏସ/ଏନଏଲଏସ ପୂର୍ଣ୍ଣ କାର୍ଯ୍ୟକ୍ଷମ, ଆଇଏସବିଟି: ମଲ୍ଟି-ମୋଡାଲ୍ ସ୍କାଏୱାକ୍ ସହିତ "ଟ୍ରାନଜିଟ୍ ମଲ୍" ସ୍ଥାପନ | ଷ୍ଟିଲ୍ କରିଡର" ବାହ୍ୟ ରିଙ୍ଗ ରୋଡ୍ ଗ୍ରାମ ସୀମାକୁ ପରିଭାଷିତ କରୁଥିବା ୧୪୦ କିଲୋମିଟର ରାସ୍ତାର ନବନିର୍ମାଣ। ସହର ମଧ୍ୟରେ ପରିବହନ ଜନିତ ମେଟ୍ରୋ-ଲାଇଟ୍/ଟ୍ରାମ୍ କରିଡର ଏବଂ ସ୍ମାର୍ଟ ଲାଷ୍ଟ-ମାଇଲ୍ସଂ ଯୋଗୀକରଣ,ରେଳବାଇ ଶକ୍ତି ଇସିଓଆର ଅଧୀନରେ ରାଉରକେଲା ରେଳ ଡିଭିଜନ ମୁଖ୍ୟାଳୟ ସ୍ଥାପନ। ନୂତନ ରେଳ ଟର୍ମିନାଲ ରଣନୀତି ସହ ନୂତନ ରାଉରକେଲା ସିଟି ଷ୍ଟେସନ ପ୍ରତିଷ୍ଠା। ସହରର ଐତିହ୍ୟ ସମ୍ପର୍ଣ୍ଣ ନଦୀକୂଳ କରିଡର:ନଦୀବନ...

ग्रेटर राउरकेला के मांग को लेकर राउरकेला इंजीनियर एसोसिएशन के तरफ से सौंपा गया ज्ञापन

रेवेन्यू मिनिस्टर सुरेश पुजारी के साथ बिमल बिशी  ग्रेटर राउरकेला के मांग को लेकर राउरकेला इंजीनियर एसोसिएशन के तरफ से सौंपा गया ज्ञापन                            कैबिनेट मिनिस्टर जुएल ओराम के साथ इंजीनियर संघ राउरकेला, 23/2: (भाग्य प्रणेता) – रविवार को राउरकेला इंजीनियर्स एसोसिएशन ने केंद्रीय मंत्री एवं सुंदरगढ़ सांसद जुएल ओराम, राजस्व मंत्री सुरेश पुजारी, राजस्व सचिव अरबिंद पाढ़ी तथा विधानसभा के उपाध्यक्ष भवानी शंकर भोई को एक ज्ञापन सौंपा। इसमें राउरकेला को “ग्रेटर राउरकेला” के रूप में विकसित करने की मांग की गई। ज्ञापन में निम्न प्रमुख मांगें शामिल हैं: शहरी अवसंरचना, पर्यटन और कनेक्टिविटी विमानन उत्कृष्टता: एयरपोर्ट को 4C श्रेणी तक विस्तारित करना तथा ILS/NLS प्रणाली को पूर्ण रूप से चालू करना। मल्टी-मॉडल स्काईवॉक और “ट्रांजिट मॉल” सहित एक आईएसबीटी (इंटर-स्टेट बस टर्मिनल) की स्थापना। 140 किमी लंबी बाहरी रिंग रोड “स्टील कॉरिडोर” का निर्माण, जो ग्रामीण सीमा क्षेत्रों को परिभाषित करेगी। शहर के भीतर मेट्रो-लाइट/ट्राम ...