Saturday, February 21, 2026

ସୁଶୀଲାବତୀ ସରକାରୀ ମହିଳା ମହାବିଦ୍ୟାଳୟର ତୃତୀୟ ଖାଦ୍ୟ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ଚଳିତ ବର୍ଷ ଉତ୍ସବ ଗୁଡ଼ ଫୁଡ : ଗୁଡ଼ ମୁଡ଼ ଶୀର୍ଷକରେ ଅନୁଷ୍ଠିତ

ଅଧ୍ୟକ୍ଷା ଈପସିବା ଏକ୍କା

ଖାଦ୍ୟ ସାମଗ୍ରୀ ଫୋଟୋ

ଖାଦ୍ୟ ମେଳାରେ ଛାତ୍ରୀ ମାନେ ନିଜ ଷ୍ଟଲ ସମ୍ମୁଖରେ ଥିବା ଫୋଟୋ

ସୁଶୀଲାବତୀ ସରକାରୀ ମହିଳା ମହାବିଦ୍ୟାଳୟର ତୃତୀୟ ଖାଦ୍ୟ ପ୍ରଦର୍ଶନୀ ମେଳା ଅନୁଷ୍ଠିତ                                      ଚଳିତ ବର୍ଷ ଉତ୍ସବ ଗୁଡ଼ ଫୁଡ : ଗୁଡ଼ ମୁଡ଼ ଶୀର୍ଷକରେ ଅନୁଷ୍ଠିତ              ରାଉରକେଲା, 21|2|26-ରାଉରକେଲା ସେକ୍ଟର-2 ସ୍ଥିତ ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟରେ ତୃତୀୟତମ ଖାଦ୍ୟ ପ୍ରଦର୍ଶନୀ ମେଳା-2026 ମହା-ସମାରୋହରେ ଆୟୋଜିତ ହୋଇଯାଇଛି | ଚଳିତ ବର୍ଷ କଲେଜ ଖାଦ୍ୟ ମହୋତ୍ସବକୁ ଗୁଡ଼ ଫୁଡ : ଗୁଡ଼ ମୁଡ଼ ଶୀର୍ଷକରେ ଉପସ୍ଥାପନା କରିଥିଲା | ମେଳାରେ କଲେଜର ଛାତ୍ରୀ ମାନଙ୍କ ଦ୍ୱାରା ଭାରତୀୟ ଭିନ୍ନ ଭିନ୍ନ ସୁଷମ ଖାଦ୍ୟ ପସରା ଯେମିତିକି କାକରା ପିଠା, ମଣ୍ଡା, ପୋଡ଼ ପିଠା, ଚାଉଳ ବଡା, ଫ୍ରୁଟ ଫୁଡ୍ସ, ପାନୀୟ ଦହି, ଟଙ୍କ ତୋରାଣୀ, ଲସି ଏବଂ ମାଠିଆ ଭର୍ତି ଗ୍ରୀଷ୍ମ କାଳୀନ ପରିବେଶ ଅନୁକୂଳ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନୀ ହୋଇଥିଲା | ମହୋତ୍ସବ ନେଇ ଆୟୋଜିତ ହୋଇଥିବା ସଭା କାର୍ଯ୍ୟକ୍ରମ କଲେଜର ପ୍ରକାଶ ସୋରେନ, ଦୀପିକା ମାଝୀ, ଅଭିଲିପ୍ସା ଦାସ ଓ ସବିତା ନାୟକଙ୍କ ଦ୍ୱାରା ସଂଯୋଜିତ ହୋଇଥିଲା | ମହୋତ୍ସବ କଲେଜର ଅଧ୍ୟକ୍ଷା ଈପସିବା ଏକ୍କାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିବା ବେଲେ, ଅତିଥି ଭାବେ ଆରଏମସି ଖାଦ୍ୟ ସୁରକ୍ଷା ବିଭାଗ ଅଧିକାରୀ ଦୀକ୍ଷା ଦେ ଏବଂ ବିଚାରକ ଭାବେ ମୋନାଲିସା ଟପ୍ପୋ ଯୋଗ ଦେଇ ମଣିଷ ପାଇଁ ସୁଷମ ଓ ସ୍ୱାସ୍ଥ୍ୟ ହିତକାରୀ ଖାଦ୍ୟ ଆବଶ୍ୟକ, ଆସନ୍ନ ପ୍ରାୟ ଗ୍ରୀଷ୍ମ, ଏଣୁ ଏହି ଖାଦ୍ୟ ମେଳା ଭାରତୀୟ ଖାଦ୍ୟ ବ୍ୟଞ୍ଜନର ଆକୃଷ୍ଟତା ଏବଂ ଜନ ସଚେତନତା ପାଇଁ ହୋଇଛି, ବେଶ ସୁନ୍ଦର କାର୍ଯ୍ୟକ୍ରମ, ଏଥିପାଇଁ କଲେଜକୁ ସାଧୁବାଦ ଜଣାଉଛୁ ବୋଲି କହିଥିଲେ | ଶେଷରେ ଦୀପିକା ମାଝୀ ଧନ୍ୟବାଦ ଜ୍ଞାପନ ଜଣାଇଥିଲେ |

No comments:

Post a Comment