Skip to main content

ଚାଷୀ ସମସ୍ୟାକୁ ନେଇ ବିଜେଡି ଏବେ ରାଜ୍ୟ ସରକାରଙ୍କୁ ଘେରୁଛି ।

ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର, 22|2(ଭାଗ୍ୟ ପ୍ରଣେତା)-ଆସନ୍ତା ୨୪ ତାରିଖରେ ଭୂବନେଶ୍ଵର ଚାଲ ଆହ୍ୱାନ ଦେଇ ବଡ଼ ଧରଣର ବିକ୍ଷୋଭ ସମାବେଶର ଆୟୋଜନ କରିବାକୁ ଯାଉଛି ବିଜେଡି । ଖାସ ସେହି କାରଣରୁ ରାଜ୍ୟ ଚାଷୀ ଓ ଦଳୀୟ କର୍ମୀଙ୍କୁ ବଳଦେବାକୁ ବିଧାନସଭାରେ ଚାଷୀ ସମସ୍ୟା ପ୍ରସଙ୍ଗ ଉଠାଇ ବାରମ୍ବାର ଗୃହ ଅଚଳ କରୁଛି ବିଜେଡି। ଯାହା ଅନୁମାନ କରାଯାଉଛି ବିଜେଡିର ଏହି ଯୋଜନାବଦ୍ଧ ଉଦ୍ୟମ ୨୪ ପାଇଁ ହେଉଛି | ବିଜେଡି ବାରମ୍ବାର ଗୃହ ଅଚଳ କରୁଛି ମାତ୍ର ଗୃହ ୨୪ ତାରିଖ ଯାଏଁ ଚାଲୁ ରଖାଯିବ । ଫଳରେ ଚାଷୀଙ୍କ ସମସ୍ୟା ନେଇ ବିଜେଡିର ଏହି ଆନ୍ଦୋଳନକୁ ରାଜ୍ୟବାସୀଙ୍କ ସମର୍ଥନ ଜୁଡାଇ ପାରିବ ବୋଲି ବିଜେଡି ମୁଖିଆଙ୍କୁ ଧାରଣା ଦିଆଯାଉଛି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏପରି ଆନ୍ଦୋଳନ ଓ ବିଧାନସଭା ଅଚଳର ପତିଆରାକୁ ବିଜେଡି ପାଳିରେ ଲାଗୁଥିବା କୁହାଯାଉଛି । କିନ୍ତୁ ଵାସ୍ତବ ସ୍ଥିତି ହେଲା ଦୀର୍ଘ ୨୪ ବର୍ଷର ବିଜେଡି ଶାସନ କାଳରେ ମଣ୍ଡି ଅବ୍ୟବସ୍ଥା, ଧାନର ଉପଯୁକ୍ତ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କ୍ଷେତ୍ରରେ ସମ୍ପୂର୍ଣ ଛଳନାପୂର୍ଣ୍ଣ ଆଚରଣ ଯୋଗୁଁ ଓଡ଼ିଶା ଚାଷୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କଲେ । ବିଜେପି ସରକାର ଆସିବା ପରେ ଚାଷୀଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି ସହ କ୍ଲିଣ୍ଟାଲ ପିଛା ୮୦୦ ଟଙ୍କାର ଇନ୍‌ପୁଟ ସବ୍‌ସିଡି ଯୋଗଇ ଦିଆଯାଇଛି। ତେବେ ମଣ୍ଡିସ୍ତରରେ ପୂର୍ବ ସରକାର ଅମଳରେ ଥିବା ଅସାଧୁ କର୍ମଚାରୀମାନେ ଟୋକନ୍ ଓ ଧାନ କିଣାରେ କୃତ୍ରିମ ସମସ୍ୟା ସୃଷ୍ଟି କରୁଛନ୍ତି। ଏହାକୁ ଆଳ କରି ବିଧାୟକମାନେ ଗୃହରେ ବାରମ୍ବାର ପ୍ଲାକାର୍ଡ ମାନ ଧଳି ସ୍ଲୋମାନମାନ ଦେଇ ଗୃହକୁ ଅଚଳ କରୁଛନ୍ତି। ତେବେ ଗତବର୍ଷ ନଭେମ୍ବର ୨୮ ତାରିଖରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହର ମର୍ଯ୍ୟାଦା, ଶୂଙ୍ଖଳା ରକ୍ଷା ନେଇ ବିଧାୟକ ମାନଙ୍କୁ ଦେଇଥିବା ମନ୍ତ୍ରକୁ ଲାଗୁଛି ଅଧିକାଂଶ ବିରୋଧି ବିଧାୟକ ଭୁଲି ଯାଇଛନ୍ତି । ଏହା ଦ୍ଵାରା ବହୁ ଗୁରୁତ୍ବପୂର୍ଣ ପ୍ରସଙ୍ଗର ପ୍ରଶ୍ନୋତ୍ତର ଉତ୍‌ଥାପନ କରାଯାଇ ପାରୁନାହିଁ, ଗତକାଲି ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳର ଉପନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ଶ୍ରୀ ଗୌତମ ବୁଦ୍ଧ ଦାସ ରାଜ୍ୟ ସରକାରଙ୍କ ଉପରେ ବର୍ଷି ବଜେଟକୁ ତୀବ୍ର ସମାଲୋଚନା କରିଥିଲେ। ରାଜ୍ୟ ସରକାର ବଜେଟର ପରିମାଣ ୩ ଲକ୍ଷ ୧୦ ହଜାର କୋଟିକୁ ବୃଦ୍ଧି କରି ବାହାଦୁରି ନେବାକୁ ଯେଉଁ ପ୍ରୟାସ କରୁଛନ୍ତି, ତାହା ଗ୍ରହଣୀୟ ନୁହେଁ । ପୂର୍ବ ବର୍ଷ ତୁଳନାରେ ମାତ୍ର ୬.୨୫% ବୃଦ୍ଧି ହୋଇଥିବା ବେଳେ ମୁଦ୍ରାସ୍ଥିତିକୁ ୮% ହାରରେ ବିଚାରକୁ ନେଲେ, ବଜେଟ ପରିମାଣ ବୃଦ୍ଧି ହୋଇନାହିଁ ବରଂ ଦୁଇ ପ୍ରତିଶତ ହ୍ରାସ ପାଇଛି । ସରକାରଙ୍କ ଆୟ କମୁଛି, ତେଣୁ ଋଣ ଭାରରେ ଓଡିଶାକୁ ବୁଡାଉଛନ୍ତି । ନବୀନ ବାବୁ ରାଜ୍ୟର ଦାୟିତ୍ଵ ନେବା ପରେ ବିପର୍ଯ୍ୟସ୍ତ ଆର୍ଥିକ ସ୍ଥିତିକୁ ସୁଧାରି ଏକ ଆର୍ଥିକ ଶୃଙ୍ଖଳା ରାଜ୍ୟରେ ପରିଣତ କରିଥିଲେ । ବର୍ତ୍ତମାନର ସରକାର କେବଳ ଋଣ କରି ରାଜ୍ୟର ଆର୍ଥିକ ସ୍ଥିତିକୁ ଆଉଥରେ ବିପଦ ଆଡ଼କୁ ଠେଲି ଦେଉଛନ୍ତି । ମାତ୍ର ୩ଟି ବଜେଟରେ ବର୍ତ୍ତମାନର ସରକାର ପ୍ରାୟ ୧.୩୮ ଲକ୍ଷ କୋଟି ଋଣ କଲେଣି । ସରକାର ଋଣ ଉପରେ ନିର୍ଭର କରି ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଉଛନ୍ତି ।

Comments

Popular posts from this blog

A demand has been made by the Rourkela Engineers Association to develop Rourkela into “Greater Rourkela”

 A demand has been made by the Rourkela Engineers Association to develop Rourkela into “Greater Rourkela”                          Cabinet minister juel oram with rourkela ingineer association Rourkela, 22/2:(The Future Guider)-On Sunday, the Rourkela Engineers Association met and submitted a memorandum to Union Minister and Sundargarh MP Jual Oram, Revenue Minister Suresh Pujari, Revenue Secretary Aravind Padhee, and Deputy Speaker of the Legislative Assembly Bhavani Shankar Bhoi, demanding that Rourkela be developed as “Greater Rourkela.” The memorandum highlights the following key demands: Urban Infrastructure, Tourism and Connectivity Aviation excellence: Expansion to 4C category, full operationalization of ILS/NLS systems. Establishment of an ISBT with a multi-modal skywalk and a “Transit Mall.” Construction of a 140 km outer ring road named the “Steel Corridor,” defining the rural boundary areas. Introduction of...

ରାଉରକେଲାକୁ ଗ୍ରେଟର ରାଉରକେଲା ଭାବେ ଉଦୀୟମାନ କରିବା ନେଇ ରାଉରକେଲା ଇଞ୍ଜିନିୟର୍ସ ସଂଘ ପକ୍ଷରୁ ଦାବୀ

ଓଡିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ସହିତ ସଂଘ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହିତ ରାଉରକେଲା ଇଂଜିନିୟର ସଂଘର ବିମଳ ବିଶି ଓ ଅନ୍ୟମାନେ   ସୁରେଶ ପୂଜାରୀଙ୍କ ସହିତ ବିମଳ ବିଶି ରାଉରକେଲା,23|2-ରାଉରକେଲା ଇଞ୍ଜିନିୟର୍ସ ଏସୋସିଏସନ ପକ୍ଷରୁ ରବିବାର ମାନ୍ୟବର କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ରାଜସ୍ୱ ସଚିବ ଅରବିନ୍ଦ ପାଢ଼ୀ ଏବଂ ବିଧାନସଭା ଉପ-ବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ରାଉରକେଲାକୁ ଗ୍ରେଟର ରାଉରକେଲା ଭାବେ ଉଦୀୟମାନ କରିବା ନେଇ ସାକ୍ଷାତ ଓ ଦାବୀ କରାଯାଇଛି | ଦାବୀରେ ସହରୀ ଭିତ୍ତିଭୂମି, ପର୍ଯ୍ୟଟନ ଏବଂ ସଂଯୋଗୀକରଣ, ବିମାନ ଚଳାଚଳ ଉତ୍କର୍ଷତା: ୪ସି ବର୍ଗ ବିସ୍ତାର, ଆଇଏଲଏସ/ଏନଏଲଏସ ପୂର୍ଣ୍ଣ କାର୍ଯ୍ୟକ୍ଷମ, ଆଇଏସବିଟି: ମଲ୍ଟି-ମୋଡାଲ୍ ସ୍କାଏୱାକ୍ ସହିତ "ଟ୍ରାନଜିଟ୍ ମଲ୍" ସ୍ଥାପନ | ଷ୍ଟିଲ୍ କରିଡର" ବାହ୍ୟ ରିଙ୍ଗ ରୋଡ୍ ଗ୍ରାମ ସୀମାକୁ ପରିଭାଷିତ କରୁଥିବା ୧୪୦ କିଲୋମିଟର ରାସ୍ତାର ନବନିର୍ମାଣ। ସହର ମଧ୍ୟରେ ପରିବହନ ଜନିତ ମେଟ୍ରୋ-ଲାଇଟ୍/ଟ୍ରାମ୍ କରିଡର ଏବଂ ସ୍ମାର୍ଟ ଲାଷ୍ଟ-ମାଇଲ୍ସଂ ଯୋଗୀକରଣ,ରେଳବାଇ ଶକ୍ତି ଇସିଓଆର ଅଧୀନରେ ରାଉରକେଲା ରେଳ ଡିଭିଜନ ମୁଖ୍ୟାଳୟ ସ୍ଥାପନ। ନୂତନ ରେଳ ଟର୍ମିନାଲ ରଣନୀତି ସହ ନୂତନ ରାଉରକେଲା ସିଟି ଷ୍ଟେସନ ପ୍ରତିଷ୍ଠା। ସହରର ଐତିହ୍ୟ ସମ୍ପର୍ଣ୍ଣ ନଦୀକୂଳ କରିଡର:ନଦୀବନ...

ग्रेटर राउरकेला के मांग को लेकर राउरकेला इंजीनियर एसोसिएशन के तरफ से सौंपा गया ज्ञापन

रेवेन्यू मिनिस्टर सुरेश पुजारी के साथ बिमल बिशी  ग्रेटर राउरकेला के मांग को लेकर राउरकेला इंजीनियर एसोसिएशन के तरफ से सौंपा गया ज्ञापन                            कैबिनेट मिनिस्टर जुएल ओराम के साथ इंजीनियर संघ राउरकेला, 23/2: (भाग्य प्रणेता) – रविवार को राउरकेला इंजीनियर्स एसोसिएशन ने केंद्रीय मंत्री एवं सुंदरगढ़ सांसद जुएल ओराम, राजस्व मंत्री सुरेश पुजारी, राजस्व सचिव अरबिंद पाढ़ी तथा विधानसभा के उपाध्यक्ष भवानी शंकर भोई को एक ज्ञापन सौंपा। इसमें राउरकेला को “ग्रेटर राउरकेला” के रूप में विकसित करने की मांग की गई। ज्ञापन में निम्न प्रमुख मांगें शामिल हैं: शहरी अवसंरचना, पर्यटन और कनेक्टिविटी विमानन उत्कृष्टता: एयरपोर्ट को 4C श्रेणी तक विस्तारित करना तथा ILS/NLS प्रणाली को पूर्ण रूप से चालू करना। मल्टी-मॉडल स्काईवॉक और “ट्रांजिट मॉल” सहित एक आईएसबीटी (इंटर-स्टेट बस टर्मिनल) की स्थापना। 140 किमी लंबी बाहरी रिंग रोड “स्टील कॉरिडोर” का निर्माण, जो ग्रामीण सीमा क्षेत्रों को परिभाषित करेगी। शहर के भीतर मेट्रो-लाइट/ट्राम ...