Skip to main content

ଗ୍ରାମୀଣ ବିକାଶ, ଶିକ୍ଷା, ମହିଳାଙ୍କୁ ପ୍ରାଧାନ୍ୟ



 ଭୁବନେଶ୍ୱର,21|2,ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ୨୦୨୫ – ୨୬ ବର୍ଷଠାରୁ ନୂଆ ବଜେଟରେ କୋଡିଏ ହଜାର କୋଟି ଟଙ୍କା ଅଧୁକ ବ୍ୟୟବରାଦ କରାଯାଇଛି ଏଥରେ ଗ୍ରାମୀଣ ବିକାଶ, ଶିକ୍ଷା ଓ ମହିଳାଙ୍କୁ ଅଗ୍ରପ୍ରାଧାନ୍ୟ ଦିଆଯାଇଛି ୪ଟି ନୂଆ ବିଶ୍ୱବିଦ୍ୟାଳୟ, ବିକଶିତ ଭାରତ-ଜୀ ରାମ ଜି, ସମୃଦ୍ଧ ଅଙ୍ଗନୱାଡି ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଠାରୁ ଆରମ୍ଭ କରି ରେଆର ଆର୍ଥ କରିଡର, ପୁରୀରେ ଶ୍ରୀଜଗନ୍ନାଥ ବ୍ୟାଖ୍ୟା କେନ୍ଦ୍ର ଓ ଫିଟ୍ ଓଡ଼ିଶା ମିଶନ ଭଳି ନୂଆ ପଦକ୍ଷେପ ନିଆଯାଇ ରାଜ୍ୟକୁ ସଶକ୍ତ ଓ ସମୃଦ୍ଧ କରିବାର ଆଶା ସଞ୍ଚାର କରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ                                        ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓଡିଶା ବାସୀଙ୍କ ହିତରେ ପୂର୍ଣାଙ୍ଗ ବଜେଟ ଗୃହରେ ଆଗତ କରିଛନ୍ତି । ଚଳିତ ବଳେଟରେ ମୁଖ୍ୟତଃ ସରକାର ୬ଟି ଦିଗ ଉପରେ ବିଶେଷ ଗୁରୁତ୍ବ ଦେଇଥିବା ବେଳେ ଗ୍ରାମୀଣ ସଶକ୍ତି କରଣ ଉପରେ ବିଶେଷ ଫୋକସ୍‌ କରାଯାଇଛି। ବିତଶିତ ଭାରତ-ରୋଜଗାର ଏବଂ ଆଜୀବିକା ମିଶନ(ଗ୍ରାମୀଣ) ର ରାମ ଜି ଯୋଜନାରେ ୫୫୭୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହିପରି ଗ୍ରାମୀଣ ବିକାଶକୁ ଗୁରୁତ୍ବ ଦେଇ ମୋଟ୍ ୪୪,୩୦୯ କୋଟି ଟଙ୍କାର ବଜେଟ ଅଟକଳ କରାଯାଇଛି। ଏହାସହ ନାଗରିକଙ୍କୁ ପ୍ରାଥମିକତା, ସମସ୍ତଙ୍କ ସମୃଦ୍ଧି, ଆମ ପରମ୍ପରା ଆମ ସୁଭିମାନ, ପଥ ପ୍ରଦର୍ଶନକାରୀ ପ୍ରଯୁକ୍ତି ଏବଂ ଲୋକ ଜୈନ୍ଦ୍ରିକ ଶାସନ ଉପରେ ଗୁରୁତ୍ବ ଦିଆଯାଇଛି। ଗ୍ରାମୀଣ ବିକାଶ, ଶିକ୍ଷା, ... ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ହେବ। ମୟୂରଭଞ୍ଜ ଏବଂ ବଲାଇ ଲାଙ୍ଗୀରରେ ନୂତନ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ହେବ। ଚିପିଲିମା ଲିମାରେ ନୂତନ ପ୍ରାଣୀ କୋଟି ଟଙ୍କା ଦିଆଯିବ। ରେଆର୍ ଆର୍ଥ କରିଡର ପାଇଁ ଚିକିତ୍ସା ମହାବିଦ୍ୟାଳୟ ଏବଂ ସୋନପୁରରେ ମତ୍ସ୍ୟ ମହ ମହାବିଦ୍ୟାଳୟ ପ୍ରତିଷ୍ଠା ତିଷ୍ଠା ହେବ। ଗଜପତି, ମାଲକାନଗିରି ଏବଂ ରାୟଗଡ଼ାରେ ୩ଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ହେବ। ନୟାଗଡ଼ ଏବଂ ନୂଆପଡ଼ାରେ ୨ଟି ନୂତନ ହୋମିଓପାଥ୍ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ଦକ୍ଷିଣ ଓଡ଼ିଶା ବିକାଶ ଯୋଜନା ଅଧୀନରେ ୩ ବର୍ଷରେ ୨୪୦ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୨୩ କୋଟି ଟଙ୍କାର ବ୍ୟୟ ବରାଦ ସହ ଓଡ଼ିଶା ଏଆଇ ମିଶନ କରାଯିବ। ୧୦୦ କୋଟି ଟଙ୍କା ବ୍ୟବସ୍ଥା ସହ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ ହେବ। ସଂଯୋଗ ହୋଇ ନ ଥିବା ଜନବସତିକୁ ସଂଯୋଗ ସୁନିଶ୍ଚିତ କରା‌ଯିବ। ଏଥିଲାଗି ୧୦୦୦ କୋଟି ଟଙ୍କା ଆବଣ୍ଟିତ ହୋଇଛି। ସବୁ ଅସମ୍ପୂର୍ଣ୍ଣ ଅଙ୍ଗନୱାଡି କେନ୍ଦ୍ରକୁ ସମ୍ପୂର୍ଣ କରିବା ଲାଗି ୬୩୫ କୋଟି ଟଙ୍କା ଆବଣ୍ଟିତ ହୋଇଛି। ଔଦ୍ୟୋଗିକ ଭିତ୍ତିଭୂମି ରକ୍ଷଣାବେକ୍ଷଣ ପାଣ୍ଠି ପାଇଁ ୩୨୦ କୋଟି ରଖାଯାଇଛି। ପର୍ଯ୍ୟଟନ ଭିତ୍ତିଭୂମିରେ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି ଲାଗି ୧୫୦ କୋଟି ରଖାଯାଇଛି। ବାରିପଦାଠାରେ ‘ ମୟୂରଭଞ୍ଜ ଛଉ ଏକାଡେମୀ ପ୍ରତିଷ୍ଠା ହେବ। ରାଜ୍ୟରେ ୩ଟି ନୂତନ ଏକ୍ସପ୍ରେସ୍ ୱେ କରାଯିବ। କୋରାପୁଟ ଜିଲାର ଜୟପୁର ସହରକୁ ଉପକୂଳବର୍ତ୍ତୀ ସହର ବ୍ରହ୍ମପୁର ସହ ସଂଯୋଗ କରିବା ପାଇଁ ପ୍ରାୟ ୯ ହଜାର କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟରେ ୨୮୭ କି.ମି. ରାସ୍ତା ବିକଶିତ ହେବ । ନମୋ ଏକ୍ସପ୍ରେସ୍ ୱେ ପୂର୍ବ-ପଶ୍ଚିମ କରିଡର ଭାବେ ଗଜପତି ଜିଲାର ପାରଳାଖେମୁଣ୍ଡିକୁ ବରଗଡ଼ ଜିଲାର ଅମ୍ବାଭୋନା ସହ ସଂଯୋଗ କରିବ। ଅଟଳ ଏକ୍ସପ୍ରେସ୍ ୱେ ଜରିଆରେ ୯୬୯ କି.ମି. ବିଶିଷ୍ଠ ଉତ୍ତର-ଦକ୍ଷିଣ କରିଡର ଭାବେ ମାଲକାନଗିରି ଜିଲାର ମୋଟୁକୁ ମୟୂରଭଞ୍ଜ ଜିଲାର ତିଗିଂ ସହ ସଂଯୋଗ କରିବ। ସେହିପରି ଭୁବନେଶ୍ବର-କଟକ-ପାରାଦୀପ ଅର୍ଥନୈତିକ କ୍ଷେତ୍ରକୁ ମଡେଲ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯିବ। ବରଗଡ଼ ଝାରସୁଗୁଡ଼ା-ସମ୍ବଲପୁର, ବ୍ରହ୍ମପୁର ଛତ୍ରପୁର- ଗୋପାଳପୁର ଜୟପୁର କୋରାପୁଟ – ସୁନାବେଡ଼ାକୁ ଅର୍ଥନୈତିକ କ୍ଲଷ୍ଟର ଭାବେ ପରିଗଣିତ କରାଯିବ ୨୦୩୬ ସୁଦ୍ଧା ଓଡ଼ିଶାକୁ ୫ ଶହ ବିଲିୟନ ଆମେରିକିୟ ଡଲାର ଅର୍ଥନୀତିରେ ରୂପାନ୍ତରିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ୱରଠାରେ ଅତିଥ୍‌ ଗୃହ ନିର୍ମାଣ ହେବ, ଯାହା ବିଭିନ୍ନ ଜିଲାରୁ ରାଜଧାନୀକୁ ଆସୁଥିବା ଲୋକଙ୍କ ଆବଶ୍ୟକତା ପୂରଣ କରିବ। ନୂତନ ରାଜ୍ୟ ବିଧାନସଭା ସୌଧ, ନୂତନ ସଚିବାଳୟ ଭବନ, ବିଶ୍ବସ୍ତରୀୟ ଏକ ନୂତନ ସଂଗ୍ରହାଳୟ, ଓଡ଼ିଶା ମଣ୍ଡପ ସମ୍ମିଳନୀ କେନ୍ଦ୍ର ପ୍ରତିଷ୍ଠା ହେବ | ସମୃଦ୍ଧ କୃଷକ ଯୋଜନା ଅଧୀନରେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯାଉଛି। ଚାଷୀଙ୍କୁ ସମୟୋଚିତ ପୈଠ ଏବଂ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ୫ ହଜାର କୋଟି ଟଙ୍କାର ଏକ ଆବର୍ତ୍ତନ ପାଣ୍ଠି ଗଠନ ହେବ। ଆସନ୍ତା ୩ ବର୍ଷରେ ୧୧ ଲକ୍ଷ ମେଟ୍ରିକ ଟନ୍ ବିଶିଷ୍ଠ ଆଧୁନିକ ଗୋଦାମ ନିର୍ମାଣ କରିବାର ପ୍ରସ୍ତାବ ରହିଛି। ଚାଷୀ, ଜମି ମାଲିକ, ଭୂମିହୀନ ଏବଂ ସମ୍ବେଦନଶୀଳ ଜନଜାତି ପାଖରେ ଅତିରିକ୍ତ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ଏବଂ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୨୦୩୦ କୋଟି ଟଙ୍କା ରଖାଯାଇଛି I ଶ୍ରୀଅନ୍ନ ଅଭିଯାନ ପାଇଁ ୪ଶହ କୋଟି ଟଙ୍କା ରଖାଯାଇଛି। ଚିଙ୍ଗୁଡ଼ି ରପ୍ତାନିକୁ ବାର୍ଷିକ ୨ ଲକ୍ଷ ଟନ୍‌ ବୃଦ୍ଧିକରି ୧୨ ହଜାର କୋଟି ଟଙ୍କାର ଆୟ ଏବଂ ୨ ଲକ୍ଷରୁ ଅଧିକ ଚାଷୀଙ୍କ ନିଯୁକ୍ତି, ତାଲିମ ଓ ଉଚ୍ଚ ଆୟ ଲାଗି ଓଡ଼ିଶା ଚିଙ୍ଗୁଡ଼ି ମିଶନର ଶୁଭାରମ୍ଭ କରାଯାଇଛି। ସରକାର ସ୍ବାସ୍ଥ୍ୟ କ୍ଷେତ୍ର ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦେଇ ଚଳିତ ବଜେଟରେ ୨୩, ୧୮୧ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନରେ ୫୦୦୮ କୋଟି, ନିର୍ମଳ ଯୋଜନାରେ ୯୮୬ କୋଟି, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୬୩୦୯ କୋଟି, ଜାତୀୟ ସ୍ବାସ୍ଥ୍ୟ ମିଶନରେ ୧୯୫୮ ନିରାମୟ ଯୋଜନାରେ ୭ ରେ ୭୮୬ କୋଟି, ନିଦାନ ପାଇଁ ୩୭୧ କୋଟି ଟଙ୍କା ରଖା ଖାଯାଇଛି। ଗୃହ ବିଭାଗ ଲାଗି ୧୧,୦୨୮ କୋଟି, ପଞ୍ଚାୟତି ଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଲାଗି ୩୪,୧୬ ୧୬୬ କୋଟି, ଜଳ ସମ୍ପଦ ବିଭାଗ ଲାଗି ୧୬,୪୮୮ କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଲାଗି ୩୧,୯୯୭କୋଟି, ମହିଳା ଓ ଶିଶୁ ବିକାଶ ବିଭାଗ ଲାଗି ମୋଟ୍ ୧୬୧୫୨ କେ କୋଟି ଟଙ୍କା ରଖାଯାଇଛି। ନଗର ଉନ୍ନୟନ ବିଭାଗ ଲାଗି ୧୦,୭୩୮ କୋଟି ଟଙ୍କା ରହିଛି। ଏହାସହ ଚିଲିକାର ପୁନରୁଦ୍ଧାର ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି।

Comments

Popular posts from this blog

A demand has been made by the Rourkela Engineers Association to develop Rourkela into “Greater Rourkela”

 A demand has been made by the Rourkela Engineers Association to develop Rourkela into “Greater Rourkela”                          Cabinet minister juel oram with rourkela ingineer association Rourkela, 22/2:(The Future Guider)-On Sunday, the Rourkela Engineers Association met and submitted a memorandum to Union Minister and Sundargarh MP Jual Oram, Revenue Minister Suresh Pujari, Revenue Secretary Aravind Padhee, and Deputy Speaker of the Legislative Assembly Bhavani Shankar Bhoi, demanding that Rourkela be developed as “Greater Rourkela.” The memorandum highlights the following key demands: Urban Infrastructure, Tourism and Connectivity Aviation excellence: Expansion to 4C category, full operationalization of ILS/NLS systems. Establishment of an ISBT with a multi-modal skywalk and a “Transit Mall.” Construction of a 140 km outer ring road named the “Steel Corridor,” defining the rural boundary areas. Introduction of...

ରାଉରକେଲାକୁ ଗ୍ରେଟର ରାଉରକେଲା ଭାବେ ଉଦୀୟମାନ କରିବା ନେଇ ରାଉରକେଲା ଇଞ୍ଜିନିୟର୍ସ ସଂଘ ପକ୍ଷରୁ ଦାବୀ

ଓଡିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ସହିତ ସଂଘ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହିତ ରାଉରକେଲା ଇଂଜିନିୟର ସଂଘର ବିମଳ ବିଶି ଓ ଅନ୍ୟମାନେ   ସୁରେଶ ପୂଜାରୀଙ୍କ ସହିତ ବିମଳ ବିଶି ରାଉରକେଲା,23|2-ରାଉରକେଲା ଇଞ୍ଜିନିୟର୍ସ ଏସୋସିଏସନ ପକ୍ଷରୁ ରବିବାର ମାନ୍ୟବର କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ରାଜସ୍ୱ ସଚିବ ଅରବିନ୍ଦ ପାଢ଼ୀ ଏବଂ ବିଧାନସଭା ଉପ-ବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ରାଉରକେଲାକୁ ଗ୍ରେଟର ରାଉରକେଲା ଭାବେ ଉଦୀୟମାନ କରିବା ନେଇ ସାକ୍ଷାତ ଓ ଦାବୀ କରାଯାଇଛି | ଦାବୀରେ ସହରୀ ଭିତ୍ତିଭୂମି, ପର୍ଯ୍ୟଟନ ଏବଂ ସଂଯୋଗୀକରଣ, ବିମାନ ଚଳାଚଳ ଉତ୍କର୍ଷତା: ୪ସି ବର୍ଗ ବିସ୍ତାର, ଆଇଏଲଏସ/ଏନଏଲଏସ ପୂର୍ଣ୍ଣ କାର୍ଯ୍ୟକ୍ଷମ, ଆଇଏସବିଟି: ମଲ୍ଟି-ମୋଡାଲ୍ ସ୍କାଏୱାକ୍ ସହିତ "ଟ୍ରାନଜିଟ୍ ମଲ୍" ସ୍ଥାପନ | ଷ୍ଟିଲ୍ କରିଡର" ବାହ୍ୟ ରିଙ୍ଗ ରୋଡ୍ ଗ୍ରାମ ସୀମାକୁ ପରିଭାଷିତ କରୁଥିବା ୧୪୦ କିଲୋମିଟର ରାସ୍ତାର ନବନିର୍ମାଣ। ସହର ମଧ୍ୟରେ ପରିବହନ ଜନିତ ମେଟ୍ରୋ-ଲାଇଟ୍/ଟ୍ରାମ୍ କରିଡର ଏବଂ ସ୍ମାର୍ଟ ଲାଷ୍ଟ-ମାଇଲ୍ସଂ ଯୋଗୀକରଣ,ରେଳବାଇ ଶକ୍ତି ଇସିଓଆର ଅଧୀନରେ ରାଉରକେଲା ରେଳ ଡିଭିଜନ ମୁଖ୍ୟାଳୟ ସ୍ଥାପନ। ନୂତନ ରେଳ ଟର୍ମିନାଲ ରଣନୀତି ସହ ନୂତନ ରାଉରକେଲା ସିଟି ଷ୍ଟେସନ ପ୍ରତିଷ୍ଠା। ସହରର ଐତିହ୍ୟ ସମ୍ପର୍ଣ୍ଣ ନଦୀକୂଳ କରିଡର:ନଦୀବନ...

ग्रेटर राउरकेला के मांग को लेकर राउरकेला इंजीनियर एसोसिएशन के तरफ से सौंपा गया ज्ञापन

रेवेन्यू मिनिस्टर सुरेश पुजारी के साथ बिमल बिशी  ग्रेटर राउरकेला के मांग को लेकर राउरकेला इंजीनियर एसोसिएशन के तरफ से सौंपा गया ज्ञापन                            कैबिनेट मिनिस्टर जुएल ओराम के साथ इंजीनियर संघ राउरकेला, 23/2: (भाग्य प्रणेता) – रविवार को राउरकेला इंजीनियर्स एसोसिएशन ने केंद्रीय मंत्री एवं सुंदरगढ़ सांसद जुएल ओराम, राजस्व मंत्री सुरेश पुजारी, राजस्व सचिव अरबिंद पाढ़ी तथा विधानसभा के उपाध्यक्ष भवानी शंकर भोई को एक ज्ञापन सौंपा। इसमें राउरकेला को “ग्रेटर राउरकेला” के रूप में विकसित करने की मांग की गई। ज्ञापन में निम्न प्रमुख मांगें शामिल हैं: शहरी अवसंरचना, पर्यटन और कनेक्टिविटी विमानन उत्कृष्टता: एयरपोर्ट को 4C श्रेणी तक विस्तारित करना तथा ILS/NLS प्रणाली को पूर्ण रूप से चालू करना। मल्टी-मॉडल स्काईवॉक और “ट्रांजिट मॉल” सहित एक आईएसबीटी (इंटर-स्टेट बस टर्मिनल) की स्थापना। 140 किमी लंबी बाहरी रिंग रोड “स्टील कॉरिडोर” का निर्माण, जो ग्रामीण सीमा क्षेत्रों को परिभाषित करेगी। शहर के भीतर मेट्रो-लाइट/ट्राम ...