ନିମାପଡା ସବ୍-ଜେଲରେ ମହିଳା କଏଦୀଙ୍କ ମୃତ୍ୟୁ
ନିମାପଡ଼ା,24|2(ଭାଗ୍ୟ ପ୍ରଣେତା)-ନିମାପଡ଼ା ସବ -ଜେଲରେ ଜଣେ ମହିଳା କଏଦୀ ମଧୁସ୍ମିତା ବରାଳଙ୍କୁ ମୃତ ଅବସ୍ଥାରେ ମିଳିଥିବା ଘଟଣା ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି କରିଛି। ଏହି ଘଟଣା ୨୩ ଫେବୃଆରୀ ୨୦୨୬ ତାରିଖରେ ଘଟିଥିବା ସୂଚନା ମିଳିଛି।
ଘଟଣାର ପୃଷ୍ଠଭୂମିରେ
ମଧୁସ୍ମିତା ବାରାଳ ପୁରୀ ଜିଲ୍ଲାର ଡେଲାଙ୍ଗ ଅଞ୍ଚଳର ବାସିନ୍ଦା ଥିଲେ। ସେ ୬ ଡିସେମ୍ବର ୨୦୨୫ ଠାରୁ ନିମାପଡା ସବ୍-ଜେଲରେ ଅଟକ ଥିଲେ। ନିଜ ଅପ୍ରାପ୍ତ ବୟସ୍କ କନ୍ୟାଙ୍କ ହତ୍ୟା ମାମଲାରେ ସେ ଅଭିଯୁକ୍ତ ଥିବାବେଳେ ମାମଲାଟି ଆଦାଲତରେ ବିଚାରାଧୀନ ଥିଲା।ତେବେ ଜେଲ କର୍ତ୍ତୃପକ୍ଷଙ୍କ ଅନୁସାରେ ଜେଲ ଭିତରେ
ଘଟଣା ଦିନ ସେ ସାଧାରଣ ଭାବେ ଭୋଜନ କରିଥିଲେ।ଅନ୍ୟାନ୍ୟ କାଏଦୀଙ୍କ ସହିତ ସେ ଜେଲ ବରାଣ୍ଡାରେ ବସିଥିଲେ।ପରେ ସେ ମହିଳା ୱାର୍ଡ ଭିତରକୁ ଯାଇଥିଲେ।
କିଛି ସମୟ ପରେ ଜେଲ କର୍ମଚାରୀମାନେ ତାଙ୍କୁ ସିଲିଂ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ।
ଏକ କପଡ଼ା ବ୍ୟବହାର କରି ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।ସତରେ ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲା, କିନ୍ତୁ ଡାକ୍ତରମାନେ ପହଞ୍ଚିବା ପୂର୍ବରୁ ମହିଳା କଏଦୀଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି | ଅନ୍ୟ ପଟେ ମୃତ କଏଦୀଙ୍କ ପରିବାରର ଅଭିଯୋଗ ମୁତାବକ ଏହା ଆତ୍ମହତ୍ୟା ନୁହେଁ ଏହାକୁ ସନ୍ଦେହଜନକ ମୃତ୍ୟୁ ବୋଲି କହି ନିଷ୍ପକ୍ଷ ଓ ସମ୍ପୂର୍ଣ୍ଣ ତଦନ୍ତ ଦାବି କରିଛନ୍ତି। ଘଟଣା ପରେ ଜେଲ ପରିସର ଆସପାସରେ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଏନେଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଦେଇଥିବା ବେଲେ
ମୃତ୍ୟୁର ସଠିକ କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ ଆଦେଶ ଦିଆଯାଇଛି।
ତଦନ୍ତ ରିପୋର୍ଟ ପରେ ସଠିକ ତଥ୍ୟ ସାମ୍ନାକୁ ଆସିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।ଏହି ଘଟଣା ପରେ ଜେଲ ଭିତରେ କାଇଦୀମାନଙ୍କ ସୁରକ୍ଷା ଓ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି।

Comments
Post a Comment