 |
| ପ୍ରତିଯୋଗିତା ପ୍ଲାକାର୍ଡ ପ୍ରଦର୍ଶନ କରୁଛନ୍ତି କଲେଜ ଷ୍ଟାଫ |
ଜିଲ୍ଲାସ୍ତରୀୟ ଯୁବ ସାଂସଦ ବକ୍ତୃତା ପ୍ରତିଯୋଗୀତା ନେଇ ମ୍ୟୁନସିପାଳ କଲେଜରେ ପ୍ରସ୍ତୁତୀ ବୈଠକ
 |
ମ୍ୟୁନସିପାଳ ମହାବିଦ୍ୟାଳୟ ରାଉରକେଲା ଅଧ୍ୟକ୍ଷ ପ୍ରଫେସର ହରିହର ଦାଶ ପ୍ରତିଯୋଗିତା ବିଷୟରେ ଉଲ୍ଲେଖ କରୁଥିବା ଫୋଟୋ
|
ରାଉରକେଲା,୨୧|୨-କେନ୍ଦ୍ର ଓ ରାଜ୍ୟ ସରକାରଙ୍ଗର ଜାତୀୟ ସେବା ଯୋଜନା ଏବଂ ବିଜଶିତ ଭାରତ ଯୁବ ସଂସତ ଅଭିଯାନ ସୌଜନ୍ୟରେ ଆସନ୍ତା ୨୫ତାରିଖ ରାଉରକେଲା ଉଦିତ ନଗର ସ୍ଥିତ ମ୍ୟୁନସିପାଲ ମହାବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ସଂସତ ବକ୍ତୃତା ପ୍ରତିଯୋଗୀତା ଆୟୋଜିତ ହେବା ମ୍ୟୁନସିପାଳ କଲେଜ ଏହି ପ୍ରତିଯୋଗୀତାର ଆୟୋଜକ ଭାବରେ ଦ୍ବିତୀୟ ଥର ପାଇଁ ମନୋନୀତ ହୋଇଥିବା ବେଲେ,ଶନିବାର ପ୍ରତିଯୋଗୀତାକୁ ନେଇ ଏକ ପ୍ରସ୍ତୁତ ବୈଠକ କଲେଡ ସଭାଗୃହରେ ହୋଇଯାଇଛି। ପ୍ରକାଶ ଥାଉକି ପ୍ରତିଯୋଗୀତା ନେଇ ରାଉରକେଲା ମ୍ୟୁନସିପାଲ କଲେଜକୁ ପ୍ରତିଯୋଗୀତାର ନୋଡାଳ କେନ୍ଦ୍ର ଭାବରେ ମଧ ମନୋନୀତ କରାଯାଇଛି। ଶନିବାର ବୈଠକରେ କଲେଜର ଅଧକ୍ଷ ପ୍ରଫେସର ହରିହର ଦାଶ ଅଧକ୍ଷତା କରିଥିବା ବେଲେ ଜାତୀୟ ସେବା ଯୋଜନାର ଜିଲ୍ଲା ନୋଡାଲ ଅଧୁକାରୀ ଡକ୍ଟର ଦିବ୍ୟକାନ୍ତି ବିଲୁଙ୍ଗ ପ୍ରତିଯୋଗୀତାର ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଦିବ୍ୟଜାନ୍ତି ସୂଚନା ଦେଇଥିଲେ ଯେ ଆସନ୍ତା ୨୫ତାରିଖରେ ଏ ପ୍ରତିଯୋଗୀତା କଲେଜ ସଭାଗୃହରେ ଅନୁଷ୍ଠିତ ହେବ । ଏଥରେ ଜିଲ୍ଲାର ସମସ୍ତ କଲେଜର ୧୮ ରୁ ୨୫ବର୍ଷ ବୟସର ୨ଶହ ଛାତ୍ରୀଛାତ୍ର ଅଂଶଗ୍ରହଣ କରିପାରିବେ।ଏଣୁ ଏହାର ପଞ୍ଜିକୃତ ପ୍ରକ୍ରିୟା ଆସନ୍ତା ୨୩ତାରିଖ ରାତ୍ରୀ ୧୨ଟା ପର୍ଯ୍ୟନ୍ତ ଖୋଳା ରହିବା॥ ବର୍ତମାନ ସୁଦ୍ଧା ୧୮୦ଜଣ ପିଲା ପ୍ରତିଯୋଗୀତାରେ ନିଜର ନାଁ ପଞ୍ଜିକୃତ କରାଇ ସାରିଛନ୍ତି। ଏଣୁ ଏହି ପ୍ରତିଯୋଗୀତା ନେଇ ଗଣମାଧମରେ ବାର୍ତା ଗଲେ ଦେଶର ଯୁବପିଢୀ ଦେଶର ନେତୃତ୍ବ ନେବା ବିଷୟରେ ବିଶେଷ ଅଜ୍ଞ ହେବେ ବୋଲି କହିବା ସହିତ ପ୍ରତିଯୋଗୀତାରେ ଜିଲ୍ଲାର ବିଭିନ୍ନ ପ୍ରମୁଖ କ୍ଷେତ୍ରରୁ ୫ଜଣ ବରିଷ୍ଠ ବିଚାରକ ଯୋଗ ଦେଇ ୨ଶହ ପ୍ରତିଯୋଗୀଙ୍କ ମଧରୁ ୫ଜଣଙ୍କୁ ମନୋନୀତ କରିବେ ଏବଂ ମନୋନୀତ ହୋଇଥିବା saତ୍ରୀଛାତ୍ର ରାଜ୍ୟସ୍ତରକୁ ଚୟନିତ ହେବେ ଏବଂ ରାଜ୍ୟ ସ୍ତରରେ ଚୟନିତ ହେଲେ ଦିଲ୍ଲୀ ସ୍ଥିତ ସଂସଦ ଭବନରେ ଦେଶର ଗଣତାନ୍ତ୍ରିକ ବିଧ ବିଧେୟ କଇଲି ଭାବେ ସାଂସଦଙ୍କ ଦ୍ବାରା ପ୍ରସ୍ତୁତ ହୁଏ ତାହା ଜାଣିବା ଶିଖୁବାର ସୁଯୋଗ ପାଇବେ ବୋଲି କହିଥିଲେ। ତଦପରେ କଲେଜ ଅଧକ୍ଷ ପ୍ରଫେସର ହରିହର ଦାଶ ଏହି ପ୍ରତିଯୋଗୀତା ସଂମ୍ପୁର୍ଣ ଭାବେ ଯୁବ ଛାତ୍ରୀଛାତ୍ର ମାନଙ୍କୁ ଦେଶ ନିର୍ମାଣ ବିଷୟରେ ବିଶେଷ ଅଭିଜ୍ଞତା ପ୍ରଦାନ କରିବା ସହ କିଭଳି ଭାବେ ଦେଶରୁ ବିଧ ବ୍ୟବସ୍ଥା ସଂସଦ ମାଧମରେ ପରିଚାଳିତ ସେ ବିଷୟରେ ଅଧକ ବିଜ୍ଞ କରିବ ବୋଲି କହିଥିଲେ। ଆଜିର ଏହି ପ୍ରସ୍ତୁତ ବେଠକ ଆୟୋଜନରେ କଲେଜର ଅଧାପକ ବିଜୟ କୁମାର ପାଢୀ,ଅର୍ପିତା ମହାପାତ୍ର ରୋମା ସାହ ଚନ୍ଦ୍ରଲେଖା ପଣ୍ଡା, ପଳାତ ଅଗ୍ରଦ୍ଧାଳ,ପିଣ୍ଡିରଞ୍ଜନ ମହାନ୍ତି,ବୈଦେତ୍ରୀ ମାଝି ଓ ହେମନ୍ତ କୁମାର ପୁହାଣ ବିଶେଷ ସହଯୋଗୀତା କରିଥିଲେ ।
No comments:
Post a Comment