Skip to main content

ଝାରସୁଗୁଡା ଡିଭିଜନର ସମସ୍ତ ୯ଟି ରେଞ୍ଜରେ ଗଣ ବିକ୍ଷୋଭ! *ଧାରଣାରେ ଶତାଧିକ କେନ୍ଦୁପତ୍ର ତୋଳାଳୀ କର୍ମଚାରୀ ସାମିଲ! *ପତ୍ର ଦାମ ବୃଦ୍ଧି କରିବାକୁ କହି ଠକି ଦେଲା ସରକାର!

 ଝାରସୁଗୁଡା ଡିଭିଜନର ସମସ୍ତ ୯ଟି ରେଞ୍ଜରେ ଗଣ ବିକ୍ଷୋଭ!

*ଧାରଣାରେ ଶତାଧିକ କେନ୍ଦୁପତ୍ର ତୋଳାଳୀ କର୍ମଚାରୀ ସାମିଲ!

କେନ୍ଦୁପତ୍ର ତୋଳାଲିଙ୍କ ଜୀବିକା ଉପରେ କୋରଡ଼ ମାଡ଼

*ପତ୍ର ଦାମ ବୃଦ୍ଧି କରିବାକୁ କହି ଠକି ଦେଲା ସରକାର!

ଝାରସୁଗୁଡା ଝାରସୁଗୁଡା ଡିଭିଜନ ସମ୍ମୁଖରେ ପ୍ରତିବାଦ କରୁଥିବା ଫୋଟୋ
ଝାରସୁଗୁଡ଼ା, ୨୧।୨: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତିଙ୍କ ଆୱାହାନରେ ଓଡ଼ିଶାର ୨୨ ଟି ଜିଲାର ଶତାଧିକ ରେଞ୍ଜରେ ଘୋଷିତ ଦୁଇଦିନିଆ ଗଣଧାରଣାର ଦ୍ଵିତୀୟ ଦିନରେ ଝାରସୁଗୁଡା ଡିଭିଜନର ସମସ୍ତ ରେଞ୍ଜରେ ଗଣ ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମ ସଫଳଭାବେ ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡାର ସମସ୍ତ ରେଞ୍ଜରେ ଶତାଧିକ ତୋଳାଳୀ ଓ ସିଜନାଲ୍ କର୍ମଚାରୀ ନିଜ ନିଜ ଦାବୀ ନେଇ ଧାରଣାରେ ସାମିଲ ହୋଇଥିଲେ।କେନ୍ଦୁପତ୍ର ତୋଳାଳୀଙ୍କ କେରି ପ୍ରତି ଦର ବୃଦ୍ଧି, ସିଜନାଲ୍ କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରୀ ୨୦୨୪ ଅନୁପାତରେ ପ୍ରଦାନ, ବନ୍ଧେଇ ଶ୍ରମିକଙ୍କ ବଣ୍ଡଲ୍ ପ୍ରତି ଦର ବୃଦ୍ଧି, ବୋନସ୍ ଘୋଷଣା, ସାମାଜିକ ନିରାପତ୍ତା ପାଇଁ ୨୦୦ କୋଟି ଟଙ୍କା ବଜେଟ୍ ପ୍ରାବଧାନ ଓ ମୃତ୍ୟୁକାଳୀନ ସହାୟତାକୁ ୪ ଲକ୍ଷ ଟଙ୍କା କରିବା ଆଦି ଦାବୀ ଉପରେ ସଂଘ ପକ୍ଷରୁ ଜୋର ଦିଆଯାଇଥିଲା। ଏହାସହ କେନ୍ଦୁପତ୍ର ଫଡ଼ି ଉଚ୍ଛେଦ ଓ ପ୍ରସ୍ତାବିତ ଘରୋଇକରଣ ପ୍ରତିବାଦରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା। ଡିଭିଜନ ସମ୍ପାଦକ ପ୍ରଦୀପ କୁମାର ସାହୁ ଓ ଯୁଗ୍ନ ସମ୍ପାଦକ ଅଶୋକ ମାଝୀ ସମସ୍ତ ରେଞ୍ଜ ଗସ୍ତ କରି ତୋଳାଳୀ ଓ କର୍ମଚାରୀଙ୍କୁ ଉଦବୋଧନ ଦେଇଥିଲେ। ଶ୍ରୀ ମହାନ୍ତି କହିଥିଲେ ଯେ ଦାବୀ ପୂରଣ ନହେଲେ ଆଗାମୀ ୨୭ ଫେବୃଆରୀରେ ଝାରସୁଗୁଡା ସହ ରାଜ୍ୟ ତମାମ ରାସ୍ତା ରୋକ ଆନ୍ଦୋଳନକୁ ତୀବ୍ର କରାଯିବ ଓ ଏହା ପାଇଁ ଏଖଣିଠାରୁ ପ୍ରସ୍ତୁତି ନେବାକୁ ଆହ୍ୱାନ ଜଣାଇଥିଲେ।ଆଜିର ଏହି ବିକ୍ଷୋଭରେ ରେଞ୍ଜ ସମ୍ପାଦକ ରମେଶ ଚନ୍ଦ୍ର ଭୋଇ, ସରୋଜ ଭଣ୍ଡ, ରମେଶ ପଟେଲ, ଅଲେଖ ସାହୁ, ଦୟାନନ୍ଦ ଭୋଇ, ପ୍ରେମାନନ୍ଦ ଖଣ୍ଡା, କଳାକାହୁଁ ସେଟ୍, କିଶୋର ଖଣ୍ଡା, କପିଲ ଶା, ଜଗଦୀଶ, ରମେଶ ପଧାନ, ମନବୋଧ ପଣ୍ଡା, ଫକିର ପଟେଲ ପ୍ରମୁଖଙ୍କ ନେତୃତ୍ୱରେ ସମସ୍ତ ରେଞ୍ଜରେ ଶତାଧିକ ତୋଳାଳୀ ଓ କର୍ମଚାରୀଙ୍କୁ ନେଇ ଧାରଣା ଓ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା।

Comments

Popular posts from this blog

A demand has been made by the Rourkela Engineers Association to develop Rourkela into “Greater Rourkela”

 A demand has been made by the Rourkela Engineers Association to develop Rourkela into “Greater Rourkela”                          Cabinet minister juel oram with rourkela ingineer association Rourkela, 22/2:(The Future Guider)-On Sunday, the Rourkela Engineers Association met and submitted a memorandum to Union Minister and Sundargarh MP Jual Oram, Revenue Minister Suresh Pujari, Revenue Secretary Aravind Padhee, and Deputy Speaker of the Legislative Assembly Bhavani Shankar Bhoi, demanding that Rourkela be developed as “Greater Rourkela.” The memorandum highlights the following key demands: Urban Infrastructure, Tourism and Connectivity Aviation excellence: Expansion to 4C category, full operationalization of ILS/NLS systems. Establishment of an ISBT with a multi-modal skywalk and a “Transit Mall.” Construction of a 140 km outer ring road named the “Steel Corridor,” defining the rural boundary areas. Introduction of...

ରାଉରକେଲାକୁ ଗ୍ରେଟର ରାଉରକେଲା ଭାବେ ଉଦୀୟମାନ କରିବା ନେଇ ରାଉରକେଲା ଇଞ୍ଜିନିୟର୍ସ ସଂଘ ପକ୍ଷରୁ ଦାବୀ

ଓଡିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ସହିତ ସଂଘ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହିତ ରାଉରକେଲା ଇଂଜିନିୟର ସଂଘର ବିମଳ ବିଶି ଓ ଅନ୍ୟମାନେ   ସୁରେଶ ପୂଜାରୀଙ୍କ ସହିତ ବିମଳ ବିଶି ରାଉରକେଲା,23|2-ରାଉରକେଲା ଇଞ୍ଜିନିୟର୍ସ ଏସୋସିଏସନ ପକ୍ଷରୁ ରବିବାର ମାନ୍ୟବର କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ରାଜସ୍ୱ ସଚିବ ଅରବିନ୍ଦ ପାଢ଼ୀ ଏବଂ ବିଧାନସଭା ଉପ-ବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ରାଉରକେଲାକୁ ଗ୍ରେଟର ରାଉରକେଲା ଭାବେ ଉଦୀୟମାନ କରିବା ନେଇ ସାକ୍ଷାତ ଓ ଦାବୀ କରାଯାଇଛି | ଦାବୀରେ ସହରୀ ଭିତ୍ତିଭୂମି, ପର୍ଯ୍ୟଟନ ଏବଂ ସଂଯୋଗୀକରଣ, ବିମାନ ଚଳାଚଳ ଉତ୍କର୍ଷତା: ୪ସି ବର୍ଗ ବିସ୍ତାର, ଆଇଏଲଏସ/ଏନଏଲଏସ ପୂର୍ଣ୍ଣ କାର୍ଯ୍ୟକ୍ଷମ, ଆଇଏସବିଟି: ମଲ୍ଟି-ମୋଡାଲ୍ ସ୍କାଏୱାକ୍ ସହିତ "ଟ୍ରାନଜିଟ୍ ମଲ୍" ସ୍ଥାପନ | ଷ୍ଟିଲ୍ କରିଡର" ବାହ୍ୟ ରିଙ୍ଗ ରୋଡ୍ ଗ୍ରାମ ସୀମାକୁ ପରିଭାଷିତ କରୁଥିବା ୧୪୦ କିଲୋମିଟର ରାସ୍ତାର ନବନିର୍ମାଣ। ସହର ମଧ୍ୟରେ ପରିବହନ ଜନିତ ମେଟ୍ରୋ-ଲାଇଟ୍/ଟ୍ରାମ୍ କରିଡର ଏବଂ ସ୍ମାର୍ଟ ଲାଷ୍ଟ-ମାଇଲ୍ସଂ ଯୋଗୀକରଣ,ରେଳବାଇ ଶକ୍ତି ଇସିଓଆର ଅଧୀନରେ ରାଉରକେଲା ରେଳ ଡିଭିଜନ ମୁଖ୍ୟାଳୟ ସ୍ଥାପନ। ନୂତନ ରେଳ ଟର୍ମିନାଲ ରଣନୀତି ସହ ନୂତନ ରାଉରକେଲା ସିଟି ଷ୍ଟେସନ ପ୍ରତିଷ୍ଠା। ସହରର ଐତିହ୍ୟ ସମ୍ପର୍ଣ୍ଣ ନଦୀକୂଳ କରିଡର:ନଦୀବନ...

ग्रेटर राउरकेला के मांग को लेकर राउरकेला इंजीनियर एसोसिएशन के तरफ से सौंपा गया ज्ञापन

रेवेन्यू मिनिस्टर सुरेश पुजारी के साथ बिमल बिशी  ग्रेटर राउरकेला के मांग को लेकर राउरकेला इंजीनियर एसोसिएशन के तरफ से सौंपा गया ज्ञापन                            कैबिनेट मिनिस्टर जुएल ओराम के साथ इंजीनियर संघ राउरकेला, 23/2: (भाग्य प्रणेता) – रविवार को राउरकेला इंजीनियर्स एसोसिएशन ने केंद्रीय मंत्री एवं सुंदरगढ़ सांसद जुएल ओराम, राजस्व मंत्री सुरेश पुजारी, राजस्व सचिव अरबिंद पाढ़ी तथा विधानसभा के उपाध्यक्ष भवानी शंकर भोई को एक ज्ञापन सौंपा। इसमें राउरकेला को “ग्रेटर राउरकेला” के रूप में विकसित करने की मांग की गई। ज्ञापन में निम्न प्रमुख मांगें शामिल हैं: शहरी अवसंरचना, पर्यटन और कनेक्टिविटी विमानन उत्कृष्टता: एयरपोर्ट को 4C श्रेणी तक विस्तारित करना तथा ILS/NLS प्रणाली को पूर्ण रूप से चालू करना। मल्टी-मॉडल स्काईवॉक और “ट्रांजिट मॉल” सहित एक आईएसबीटी (इंटर-स्टेट बस टर्मिनल) की स्थापना। 140 किमी लंबी बाहरी रिंग रोड “स्टील कॉरिडोर” का निर्माण, जो ग्रामीण सीमा क्षेत्रों को परिभाषित करेगी। शहर के भीतर मेट्रो-लाइट/ट्राम ...