![]() |
| ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଉଥିବା ଫୋଟୋ |
:ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ବିମାନ ବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା: ଝାରସୁଗୁଡା, ୨୧/୨, ଝାରସୁଗୁଡା ରେ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ସରକାର ଘୋଷଣା କଲା ପରେ ଜିଲ୍ଲା ଖୁସି ର ମାହୋଲ ସୃଷ୍ଟି ହୋଇଛି |ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ସରକାର ଙ୍କ ଠାରେ ବାରମ୍ବାର ଦାବୀ କରି ଆସୁଥିଲେ ଏବଂ ତ୍ରିପାଠୀ ବିଧାୟକ ହେଲେ ଝାରସୁଗୁଡା ରେ ନିଶ୍ଚିତ ଭାବ ରେ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ନିର୍ବାଚନ ରେ ଜନସାଧାରଣ ଙ୍କୁ ତାଙ୍କ ଇସ୍ତାହାର ରେ କହିଥିଲେ |ତେଣୁ ଆଜି ବିଧାୟକ ତ୍ରିପାଠୀ ଏବଂ ଝାରସୁଗୁଡା ବାସୀ ଙ୍କ ସ୍ୱପ୍ନ ସତ ହୋଇଥିବାରୁ ବିଧାୟକ ତ୍ରିପାଠୀ ଭୁବନେଶ୍ୱର ରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ରେ ପହଁଚିଲା ପରେ ତାଙ୍କୁ ଭାଜପା ଓ ଜନସାଧାରଣ ଙ୍କ ତରାଫରୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଛି |ବିଧାୟକ ତ୍ରିପାଠୀ ଙ୍କୁ ଫୁଲମାଳ ଦେଇ ବାଣ ଫୁଟାଇ ସ୍ୱାଗତ କରିବା ସହ ତାଙ୍କର ଉଦ୍ୟମ ରେ ଆଜି ଝାରସୁଗୁଡା ବାସୀ ଙ୍କ ସ୍ବପ୍ନ ସତ ହୋଇଛି ବୋଲି ବିଭିନ୍ନ ନାରା ମଧ୍ୟ ଦିଆଯାଇଥିଲା

Comments
Post a Comment